Unknown

ନୀଳନିର୍ବାଣ

ଗିରିଜାକୁମାର ବଳୀୟାରସିଂହ

 

ମୋର ସବୁତକ ଅମାର୍ଜନୀୟ ଅଯୋଗ୍ୟତାକୁ ଆଖି ବୁଜି ଦେଇଥିବା ବିଜୟଲକ୍ଷ୍ମୀକୁ...

 

ପ୍ରଚ୍ଛଦ ପ୍ରଚ୍ଛାୟା

 

“ନୀଳନିର୍ବାଣ” - ନିଖିଳ ନିସର୍ଗର ନୀଳଜହ୍ନଜୁଇରେ ନିଭୃତ ନାରୀତ୍ୱର ନିର୍ଜନ ସତୀଦାହ-! ଏ ନିସର୍ଗୀକୃତ ନିରୀକ୍ଷାରେ ପୁରୁଷ ଯଦି ବିଂଦୁରୁ ବ୍ରହ୍ମ, ନାରୀ ତାହେଲେ ବିସର୍ଗରୁ ବିଶ୍ୱ ... ପ୍ରଥମ ସତ୍ତା ସଭ୍ୟତା ଓ ଦ୍ୱିତୀୟ ସତ୍ତା ସଂସ୍କୃତି - ଉଭୟର ଐକତାନରେ ସୃଜ୍ୟମାଣ ଏ ସୃଷ୍ଟି।

 

ନିଆଁରୁ ପାଉଁଶଯାଏଁ - ନାରୀ ଏ ପୁରୁଷ-ସଭ୍ୟତାର ପୁନଃପୌନିକ ପରୀକ୍ଷାଗାରରେ ନଗ୍ନ ନମୁନାଟିଏ ଭାବରେ ବ୍ୟବହୃତ ହୋଇଆସିଛି ବରାବର । ମାତୃତାଂତ୍ରିକ ପର୍ଯାୟର ପ୍ରାଗୈତିହାସିକ ପତନ ପରେ ପୁରୁଷ-ସଭ୍ୟତା ଯେତେବେଳେ ପୂର୍ଣତଃ ପିତୃତାଂତ୍ରିକ ପର୍ଯାୟରେ ନିଜର ଐତରେୟ ଐତିହ୍ୟକୁ ଅତିକ୍ରମ କରି ଐତିହାସିକ ଉତ୍ତରଣଟିଏ ଆରଂଭ କରେ, ସେତେବେଳେ ସର୍ବାଧିକ ସଂକଟଗ୍ରସ୍ତ ହୁଏ ନୈସର୍ଗିକୀ ନାରୀତ୍ୱ । ନାରୀ ହୁଏ ନଗଣ୍ୟ ... ହୁଏ ପଣ୍ୟ ... ପୁଣି ପରାୟତ୍ତା ପଣବଂଦିନୀ ଓ ନରାୟତ୍ତା ନଜରବଂଦିନୀ ।

 

ନାରୀତ୍ୱ ନିଶ୍ଚିହ୍ନ ହେବାକୁ ଆରଂଭ କରେ କ୍ରମେ । ସେଇ ନିଶ୍ଚିହ୍ନଭିନ୍ନ ନାରୀତ୍ୱର ଶୀତଳ ଶେଷାବଶେଷ ଭାବରେ, ରହିଯାଏ କେବଳ ମାଧୁର୍ଯସ୍ନିଗ୍ଧ “ମାତୃତ୍ୱ”ର ମମତା - ନୋହିଲେ ଏଇଟିକକ ବାଦ୍‌ ଦେଲେ ଅବଶିଷ୍ଟ ନାରୀରୂପ ମାୟାରୂପ ମାତ୍ର । ଏ ମାୟାରୂପର ଛାୟାପାତ ପୁରୁଷ ପ୍ରତି ନାରୀର ପ୍ରେମକୁ କରିଛି ପ୍ରକାରାଂତରେ ଛଳଛଳ ଛଳନା ମଧ୍ୟ । ପ୍ରବୃତ୍ତି ପର୍ଯଂତ ପ୍ରସ୍ତାବିତ ପ୍ରେମ ବା ପ୍ରଣୟ - ନାରୀପୁରୁଷ ମଧ୍ୟରେ ନିୟମିତ ନିୟଂତ୍ରିତ । ଆଧୁନିକ ପରିପ୍ରେକ୍ଷିତର ନାରୀ ତେଣୁ ନିଜର ଅନନ୍ୟ ମାତୃରୂପ ବ୍ୟତିରେକେ ଅନ୍ୟଅନ୍ୟ ରହସ୍ୟାତ୍ମକ ରୂପକଳ୍ପରେ “ଅନ୍ୟା” - ହୁଏତ ରକ୍ତମାଂସର ରବରକଂଢେଇ, ନୁହେଁ ତ ରୂପବତୀ ରୋବର୍ଟ୍‌ !

 

ପୁରାଣଭାଗରୁ ପୁରୋଭାଗ ପର୍ଯଂତ ନାରୀର ସ୍ୱର୍ଗ-ମର୍ତ୍ୟ-ପାତାଳ ତଥା ସ୍ୱପ୍ନ-ବାସ୍ତବତା-ମଗ୍ନମାନସକୁ ନେଇ ତିନୋଟି ସ୍ତରର ସ୍ତବକିତ କାବ୍ୟକଳ୍ପ : “ନୀଳନିର୍ବାଣ”।

 

ଜଳସ୍ତର, ଜଡ଼ସ୍ତର, ଜୈବସ୍ତର ପରେ ନାରୀ କ'ଣ ନିଜସ୍ୱ ଜଉଘର ବାହାରେ ଜଳିସାରିଥିବା ଜହ୍ନରାତିର ଜୀବାଶ୍ମରେ ତଲାସ୍‌ କରୁଚି ତରାଏ କଅଁଳ କାକରଟୋପା, ପ୍ରତୀକ୍ଷିତ ପ୍ରେମର ପୁନର୍ଜନ୍ମ ? ଅଂତସତ୍ତାର ଅଂତର୍ଦହନରେ ସେ ଖୋଜୁଚି, ଖୋଜୁଚି, ଖୋଜୁଚି - ଭୁଲି ନ ହୋଇପାରିବା ଭଳି ଭଲ ପାଇବାଟେ - ଖୋଜୁଥିବ ଖଇକଉଡ଼ିର ଖରାବର୍ଷା କି କଇଁକୁରେଇର କୁହୁଡ଼ିକାକରଯାଏଁ - ନିଜ ନିର୍ବାହିତ ନିର୍ବାଣରେ ନୀଳ ପଡ଼ିପଡ଼ି !

 

ଅନେକ ଅକ୍ଷର, ବହୁବିଧ ବର୍ଣମାଳାର ବର୍ଣାଳୀ ବାହାରେ ଏକ ଅଂତରଂଗ ଅର୍ଥାଂତର ଅଭିମୁଖେ “ନୀଳନିର୍ବାଣ”ର ଏ ନିବିଡ଼ ନିର୍ବାହ । ବ୍ୟକ୍ତିଗତ ଭାବରେ ଏ କୃତି ମଧ୍ୟ ମୋର ନିଜ ଫେରାର୍‌ ଫାଲ୍‌ଗୁନର ଫୁଲ-ଫସିଲ୍‌ । ମାତ୍ର ବିଡ଼ଂବନାର ବିଷୟ – “ନୀଳନିର୍ବାଣ”ର ତାତ୍ତ୍ୱିକ ତାତ୍ପର୍ଯ ତତ୍‌ପରବର୍ତୀ “ଭାରତବର୍ଷ” କାବ୍ୟକୃତିର ସାତ୍ତ୍ୱିକ ସ୍ୱାଗତ ଓ ସମଧିକ ସଂପ୍ରସାରିତ ସ୍ୱୀକୃତିପ୍ରାପ୍ତି ଦ୍ୱାରା ସୀମିତ ଓ ସଂକୁଚିତ ହୋଇ ରହିଗଲା ଶେଷ ପର୍ଯଂତ । ସବୁ ସତ୍ତ୍ୱେ, ସାଂତ୍ୱନାପ୍ରଦ ସତ୍ୟପାଠଟିଏ କିଂତୁ କେବେକେବେ ଶୁଣିଛି ଯେ “ନୀଳନିର୍ବାଣ” ଏବେ ବି କାଳେ ବହୁ ପାଠିକାଂକ ପ୍ରିୟବହି !

 

ସୂଚୀପତ୍ର

 

॥ସ୍ୱର୍ଗ-ସର୍ଗ॥

ଦେବୀ ସୂକ୍ତ

ଆଦ୍ୟା

ଅପର୍ଣା

ଛିନ୍ନମସ୍ତା

ଈଶ୍ୱରୀ

ଅନଶ୍ୱରୀ

ଅଶରୀରୀ

ଅପ୍‌ସରୀ

ରଂଭା

୧୦

ମେନକା

୧୧

ଉର୍ବଶୀ

୧୨

ତିଳୋତ୍ତମା

୧୩

ଅଳଂଭୂଷା

୧୪

ନିୟତି

୧୫

କପୋତୀ

୧୬

ବଳାକା

୧୭

ବିହଂଗିନୀ

୧୮

ବିରହିଣୀ

୧୯

ଶାରୀ

୨୦

ବୟସୀ

୨୧

ଆଦିମା

୨୨

ଆଦିନାରୀ

୨୩

ଅର୍ଧନାରୀ

୨୪

ଅଂତଃନାରୀ

୨୫

ଗାଂଗୀ

 

॥ ମର୍ତ୍ୟମଂଡଳ ॥

୨୬

ନାଗରୀସୂକ୍ତ

୨୭

ପାତାଳେଶ୍ୱରୀ

୨୮

ଦେବୀ

୨୯

ଅସତୀ

୩୦

ଅହଲ୍ୟା

୩୧

ଅନାମିକା

୩୨

ଦମୟଂତୀ

୩୩

ଜରତା

୩୪

ପିଂଗଳା

୩୫

ସୀତା

୩୬

ମତ୍ସ୍ୟଗଂଧା

୩୭

ପଦ୍ମଗଂଧା

୩୮

ଯୋଜନଗଂଧା

୩୯

ସତ୍ୟବତୀ

୪୦

ଚଂଦ୍ରମଲ୍ଲୀ

୪୧

ଚଂଦ୍ରାବଳୀ

୪୨

ବୃଂଦାବତୀ

୪୩

ରାସେଶ୍ୱରୀ

୪୪

ପାଟବଂଶୀ

୪୫

ରାଧା

୪୬

ଶ୍ରୀରାଧା

୪୭

ଦ୍ରୌପଦୀ

୪୮

ସୁଭଦ୍ରା

୪୯

ପ୍ରମୀଳା

୫୦

ଚିତ୍ରାଂଗଦା

୫୧

ନାଗକନ୍ୟା

୫୨

ଦାନବୀ

୫୩

ଉତ୍ତରା

୫୪

ଗୋପା

୫୫

ଅଂବାପଲ୍ଲୀ

୫୬

ଅନୁତ୍ତରା

୫୭

ମୀରା

୫୮

ପଦ୍ମିନୀ

୫୯

ଚିତ୍ରିଣୀ

୬୦

ଶଂଖିନୀ

୬୧

ହସ୍ତିନୀ

୬୨

ମୋହିନୀ

୬୩

ପରକୀୟା

୬୪

ନାୟିକା

୬୫

ଦୂତିକା

୬୬

ସହଜସୁଂଦରୀ

୬୭

ଏକସ୍ତନା

୬୮

ଏବଂ ଏକସ୍ତନା

୬୯

ନଟୀ

୭୦

ବାଈ

୭୧

କାବ୍ୟକୁମାରୀ

୭୨

ଚଂଦ୍ରକାଣୀ

 

॥ ପାତାଳପର୍ବ॥

୭୩

ଦାନବୀସୂକ୍ତ

୭୪

ଶବରୀ

୭୫

ଭୈରବୀ

୭୬

ଅତୀତା

୭୭

ସ୍ମୃତି

୭୮

ମୃଣ୍ମୟୀ

୭୯

ପ୍ରତିମା

୮୦

ପ୍ରସ୍ତରୀ

୮୧

ପ୍ରେମାସଁଦା

୮୨

ପ୍ରିୟତମା

୮୩

ନାରୀ

୮୪

ପୁଷ୍ପବତୀ

୮୫

କେଶବତୀ

 

 

ଅନିର୍ବାଣ

ଅଜସ୍ର ଅନୁରାଗିଣୀ । ସହସ୍ର ସଂଗିନୀ । ଷୋଳସହସ୍ର ଗୋପିକା । ରାସମଂଜରୀ ରାଧିକା । ଅୟସୀ ଅଷ୍ଟପାଟବଂଶୀ । ପ୍ରିୟବାଂଧବୀ ପାଂଚାଳୀ ।

 

ତାଂକ ନଭୋମଂଡଳରେ ନକ୍ଷତ୍ରସଂଖ୍ୟକ ନାରୀ । ଅଥଚ ସେ ନକ୍ଷତ୍ରମଂଡଳର ନେପଥ୍ୟରେ, ତାଂକ ନିଜସ୍ୱ ଉତ୍ତରାୟଣରେ, ଧ୍ରୁବଟି ହିଁ ହେଉଛି ଦୁଃଖ । ଗୋପର ଗୁଂଜନ, ମଥୁରାର ମାୟା, ଦ୍ୱାରକାର ଦିବାସ୍ୱପ୍ନ, କୁରୁକ୍ଷେତ୍ରର କାରୁଣ୍ୟ, ପ୍ରଭାସର ପ୍ରୟାଣ ଲ୍କ ସବୁ ସମାହିତ ତାଂକ ଶ୍ୟାମଳ ସତ୍ତାରେ । ମାତ୍ର ମୋହନ ମୁରଲୀର ମୂର୍ଛନାରେ କି ବିବ୍ରତ ବିଳାପର ଆକୁଳ ଆଳାପ; କି ବିରଳ ବିରହର ବିକଳ ବେହାଗ ! କି ଶୋକାର୍ତ ଘୂର୍ଣିର ଘୁଂଗୁରଧ୍ୱନି ତାଂକ ସୁତୀକ୍ଷ‌୍‍ଣ ସୁଦର୍ଶନର ଘୂର୍ଣନରେ !

 

ସେ କୃଷ୍ଣ ।

କିଂତୁ କି ତୃଷ୍ଣ ! କି ଉଷ୍ଣ !

 

ପୂର୍ଣପୁରୁଷ ସେ । ଅଥଚ କି ଅଂତରଂଗ ଅପୂର୍ଣତାର ଅନୁରଣନ ତାଂକ ଅଂତଃସତ୍ତାରେ ! ଅଧରରେ ମୃଦୁହାସ, ହୃଦୟରେ ହାହୁତାଶ ! ସମସ୍ତ ସମର୍ପିତ ପ୍ରେମପ୍ରାପ୍ତି ସତ୍ତ୍ୱେ, ସାମାନ୍ୟତମ ବ୍ୟକ୍ତିଗତ ସ୍ୱାଧୀନତା ବି ତାଂକୁ ମିଳିପାରିନି ଶେଷ ପର୍ଯଂତ ଲ୍କ ନିର୍ଦିଷ୍ଟ କାହାରିକୁ ଉଦ୍ଦିଷ୍ଟ କରି ନିଜ ନିବିଷ୍ଟ ଅନୁରାଗ ଅଭିବ୍ୟକ୍ତ କରିବାକୁ ! ନା, ଏପରିକି ପ୍ରେମାସଁଦା ଶ୍ରୀରାଧାଂକୁ ସୁଦ୍ଧା ନୁହେଁ ଲ୍କ ପ୍ରକୀର୍ତିତ ପୌରାଣିକତାର ପ୍ରମତ୍ତ ପ୍ରବଣତା ସତ୍ତ୍ୱେ । ମନେହୁଏ, ତାଂକ ଦୀର୍ଘ ଜୀବନାୟନରେ ପ୍ରେମ ଏକ ପଳାୟମାନ ପ୍ରହର ... ସବୁ କଳକଳ କୋଳାହଳ ମଧ୍ୟରେ ଏକ ନୀଳନିର୍ଜନ ଦାରୁଣ ଦ୍ୱିପ୍ରହର !

 

ଶ୍ରୀରାଧା : ଛାୟା ।

ଷୋଳସହସ୍ର ଗୋପାଂଗନା : ମାୟା ।

ଅଷ୍ଟପାଟବଂଶୀ : କାୟା ।

ଅବଶିଷ୍ଟ ଅନ୍ୟନାରୀ : ପ୍ରଚ୍ଛାୟା ।

ଯମୁନା : ଯାତନା । ନଈର ନକ୍‌ସାରେ ନିବିଡ଼ ନିଃଶ୍ୱାସର ନୀଳ ନାତିଦୀର୍ଘତାଟିଏ ।

 

ମହାଭାରତର ମୋହଭଂଗ କ୍ରାଂତିର କୁରୁକ୍ଷେତ୍ରରେ ।

 

କୁନି କାହ୍ନାର ଆଁ'ରେ ଯେଉଁ ବିଶ୍ୱରୂପ ଏକଦା ସ୍ୱପ୍ନାଭ ସଂଭାବ୍ୟତା ପରି ଉପଲବ୍ଧ ହୋଇଥିଲା ମମତାମୟୀ ଯଶୋଦାଂକ ମଧୁର ମାତୃମୂର୍ତି ସାମ୍ନାରେ, ତାହା ପରବର୍ତୀ ପର୍ଯାୟରେ ବାସୁଦେବ କୃଷ୍ଣଂକ ଦ୍ୱାରା ବାସ୍ତବାୟିତ ହୋଇଉଠିଛି ବିଷାଦଯୋଗୀ ଅଜୁର୍ନଂକ ମ୍ଳାନ ମାନବାତ୍ମା ସମ୍ମୁଖରେ ।

 

କୁରୁକ୍ଷେତ୍ର : ଯୁଦ୍ଧାୟମାନ ଜୀବଦ୍ଦଶାର କରୁଣ କ୍ଷେତ୍ର ।

ଏଠୁ ପଛକୁ ଚାହିଁଲେ କୁହୁଡ଼ିର କୁଂଜବନ ଲ୍କ ଆଗକୁ ଏରକାର ରେରେକାର ... ଶିଆଳୀଶେଯର ସବିଶେଷ ସୁଷୁପ୍ତିରେ ସୂର୍ଯାସ୍ତରଂଗର ଶେଷସ୍ୱପ୍ନ !

 

ହଁ, ଏଇ କୁରୁକ୍ଷେତ୍ର ହିଁ ମୋହନକୁ କରେ ମୋହମୁକ୍ତ । ଏଠି ବୟସକୁ ବଂଶୀ ନୁହେଁ ଆଉ, ଶୁଣିବାକୁ ପଡେ଼ ଚକ୍ରର ଆହ୍ୱାନ ।

ପ୍ରେମ ...

ସେତେବେଳକୁ ଦିଶୁଥାଏ, ଟାଆଁସା ପତ୍ର ଉପରେ କେଇଟୋପା କଅଁଳ କାକର ପରି !

 

ଦ୍ୱାପରର ଦାହ ।

ସ୍ତୂପୀକୃତ ସ୍ମୃତି ଉପରେ ସଂଚରିଆସିଚି ସମୟର ଶ୍ୟାମଳ ଶୈବାଳ ।

 

ଶ୍ରୁତି । ସ୍ମୃତି । ଶାସ୍ତ୍ର । ସଂହିତା ।

ପୌରାଣିକତା । ପରଂପରା । ପ୍ରଥା ।

ଧର୍ମ ।

ଦର୍ଶନ ।

ତତ୍ତ୍ୱ ।

ତାପିର୍ଯ ।

ବହଳ ବିସ୍ମୃତି ମଧ୍ୟରେ ବିଷାଦିତ ବୋଧିଦ୍ରୁମ ।

ଅଜସ୍ର ଅଳୀକତା, ଅସାରତା, ଅର୍ଥହୀନତା ମଧ୍ୟରେ କେବେ ଉଚ୍ଚାରିତ ହେବ ସେଇ ଅନାଗତ ଅନୁରାଗ ?

 

ମୁକ୍ତ ବାତାୟନ ଆରପଟେ ଅଭିଆଡ଼ୀ ଜହ୍ନର ଅଭୀଷ୍ଟ ଅଭିସାର ...

ବୈଶାଖୀ ରାତ୍ରିର ସେ ରୂପସୀ ପଂଚଦଶୀ ଆଉ କେଇଘଡ଼ି ପରେ ବିଦାୟ ନେବ ନିଶ୍ଚୟ-। ଦେଇଯିବ ବ୍ୟଥା । ରହିଯିବ ଅନେକ ଅକୁହା କଥା । ଆକ୍ଷିରେ ଆଂକିଯିବ ଅହେତୁକ ଅପେକ୍ଷା ଲ୍କ ପୂନେଇର ପୁଲକ ଟିକକ ପାଇଁ । ହଁ, ପୁଣି ଆସିବ ଅବଶ୍ୟ ପ୍ରତୀକ୍ଷିତ ପୂର୍ଣିମା ତିଥି ଲ୍କ ‘ଠିକ-ଠ-ବର୍ତୁଳ’ ଚଂଦ୍ରୋଦୟର ଚମତ୍କାରିତାରେ ପୁଣି ଅବଶ୍ୟ ଚେଇଁଉଠିବ ଚକିତ ଚଂଦନବନ । ମାତ୍ର ଯେଉଁ ଯୁବତୀ ଜହ୍ନ ମେଲାଣି ମାଗିନେଇଥିଲା ସେଦିନ, ଏ ଛାୟାଚଂଦ୍ରିକାସ୍ନାତ ଚଂଦ୍ରୋଦୟରେ କ'ଣ କେବେ ବି ପ୍ରତୀକିତ ହୋଇପାରିବ ତାର ସେଇ ମାୟାମଦିର ଚାହାଣି ଚେନାଏ ?

 

ନା, ସେ ରାତି ଫେରିବ ନାଇଁ ... ସେ ଜହ୍ନ ଫେରିବ ନାଇଁ ... ସେ ମନ ... ଫେରିବ ନାଇଁ, ଫେରିବ ନାଇଁ, ଫେରିବ ନାଇଁ କଦାପି ।

 

ବାତାୟନ ଆରପଟର ଜହ୍ନ ଉପରୁ ଦୃଷ୍ଟି ଫେରାଇଆଣିଲେ ଗୌତମ ।

ମଧ୍ୟରାତ୍ରିର ମୂର୍ଛନା ସେତେବେଳକୁ ଗୋଟାଏ ଚାପାକାଂଦଣା ପାଲଟିସାରିଚି ତାଂକ ଛାତି ଭିତରେ । ଫେରିଆସିଲେ ପଲଂକ ପାଖକୁ । ସେଇଠି ଶୋଇଚି ଯିଏ, ସିଏ କ'ଣ ଗୋପା ? ଫୁଲଶେଯରେ ଶୋଇଶୋଇ ସ୍ୱପ୍ନ ଦେଖୁଚି କି ଆଉ ଏକ ଯୁବତୀ ଜହ୍ନ ?

 

ଏ ଜହ୍ନ, ଏ ଯୌବନ, ଏ ଜୀବନ ...

ସବୁ କେବଳ ଅବଧାରିତ ଅସ୍ତ ଅପେକ୍ଷାରେ ?

ଏ ପୂର୍ଣିମା, ଏ ପ୍ରେମ, ଏ ପ୍ରତ୍ୟାଶା ...

ସବୁ କେବଳ ପ୍ରଶ୍ନାତୀତ ପ୍ରୟାଣ ପ୍ରତୀକ୍ଷାରେ ?

ସବୁ ପ୍ରସ୍ତୁତି ପ୍ରକାରାଂତରେ ପ୍ରଚ୍ଛନ୍ନ ପ୍ରସ୍ଥାନଟିଏ ?

ସବୁ ଶୋଭାଯାତ୍ରା ଶେଷରେ ଶ୍ମଶାନପଥର ଶବଯାତ୍ରା ?

ସେଦିନ ଶ୍ରୀକୃଷ୍ଣଂକର ସେ ରଂଗାଧରର ରହସ୍ୟ କୁରୁକ୍ଷେତ୍ରର କୁହୁଡ଼ିରେ ମିଳାଇଗଲା ପରି, ଆଜି ସୌଗତଂକ କରୁଣ ଆକ୍ଷିର ଅଂଧକାର ଆଦ୍ର୍ର ହେଉଥିଲା କପିଳବାସ୍ତୁର ଶେଷଶିଶିରରେ...

 

ଜନ୍ମଜନ୍ମର ଯୂଥବଦ୍ଧ ଯଂତ୍ରଣା, ବିକ୍ଷୁବ୍ଧ ବ୍ୟଥାର ବିଡ଼ଂବନାରୁ ଅଂତିମ ବିରତିଟିଏ ଖୋଜୁଥିଲା ବୋଧିସତ୍ତ୍ୱ-ସତ୍ତା । ଅବାଂତର ମନେହେଉଥିଲା ଗୌତମଂକୁ ଏ ଗୃହ, ଏ ବ୍ୟୂହ, ସୁସଜ୍ଜିତ ସାଂସାରିକତାର ଏ ଶୂନ୍ୟ ସମାରୋହ ।

 

ତୃଷ୍ଣା । ତୃଷ୍ଣା । ମୃଗତୃଷ୍ଣା ।

ମୃତ୍ୟୁଯାଏଁ ଜୀବନ କ'ଣ ଏଇଭଳି ନିର୍ଧାରିତ ନିରର୍ଥକତାର ନିବିଷ୍ଟ ନିର୍ମାଣ ? ଅଂତର୍ଭେଦୀ ଅର୍ଥାଂତରଟିଏ ନାଇଁ ସତରେ ? ନାଇଁ ନିଶ୍ଚିତ ନିର୍ଣୟ ? ନାଇଁ ନିରବ ନିବୃତ୍ତି ? ନାଇଁ ନିଭୃତ ନିର୍ବାଣ ?

 

ନିଦ୍ରିତା ଗୋପାଂକ ନିଟୋଳ ଅଳସ ମୁଦ୍ରା ଗୌତମଂକୁ ମନେହେଉଥିଲା, ମଦିରାକ୍ତ ମଧ୍ୟରାତ୍ରିର ମାୟାଚ୍ଛନ୍ନ ମହାଶୂନ୍ୟତା ପରି !

 

ସେଇ ମାୟାବିନୀ ମଧ୍ୟରାତ୍ରି ...

ତାଂକ ପାଇଁ ଥିଲା ସୂଚୀବଦ୍ଧ ସାଂସାରିକତାର ସର୍ବଶେଷ ସଚିତ୍ର ଶର୍ବରୀ ।

 

ସୁଶୀତଳ ସିଦ୍ଧାଂତଟିଏ ସ୍ୱୀକୃତି ଲୋଡ଼ୁଥିଲା ସୂକ୍ଷ୍ମସତ୍ତାରେ । ଏ ଦୁଃଖରୁ, ଏ ଦହନରୁ, ଏ ଦୁର୍ବାରତାରୁ ଏକ ଚୂଡ଼ାଂତତାକୁ, ଚରମତ୍ୱକୁ, ପରମତ୍ୱକୁ ଉନ୍ମୁଖ ଉତ୍ତରଣ ନିମଂତେ ନିଜକୁ ନିବେଦିବାର ନିମଂତ୍ରଣଟିଏ ପହଂଚି ସାରିଥିଲା ପ୍ରଣୋଦିତ ପ୍ରାଣସତ୍ତାରେ ।

 

ଛିନ୍ନଗଜରାର ଗୋଲାପଟିଏ ପରି ଶୁଭ୍ରାଂଗିନୀ ଗୋପା ଶୋଇରହିଥିଲେ ସେମିତି ସେଇ ସଜସୁପାତି ଉପରେ । ଅନେକ ପଛରେ ପଡ଼ିରହିଥିଲା କ୍ଳାଂତ କପିଳବାସ୍ତୁ ... ରାଜକୀୟ ରାଜସିକତା ... ରୂପରଂଗର ତରଂଗ ... କାଉଁରୀ କାମନାର କୁହୁକାକଳି ... ବିଳାସୀ ବାସନାର ବିଶ୍ରୁତ ବିଶ୍ରଂଭାଳାପ... ଅନୋମା ନଈର ଅଥୟ ଅଥଳତା, ଉତ୍ତାଳ ଅସହାୟତା... !

 

ପରବର୍ତୀ ପର୍ଯାୟରେ ପରିବର୍ତିତ ଗୌତମ ବିବର୍ତିତ ହୋଇଥିଲେ ତଥାଗତ ବୁଦ୍ଧରେ । ଦୁଃଖରେ ଓଦା ହୋଇଥିବା ଦୁନିଆକୁ ଶୁଣାଇଥିଲେ ସାତ୍ତ୍ୱିକ ସାଂତ୍ୱନା : ଚାରି ଆର୍ଯସତ୍ୟାଶ୍ରିତ ଅଷ୍ଟାଂଗିକ ମାର୍ଗ ।

 

ପ୍ରଜ୍ଞାପୁରୁଷ ସେ ।

ଜନପଦରୁ ବନପଥ...

ସଂସାରରୁ ସନ୍ନ୍ୟାସ...

ମୋହରୁ ମୋକ୍ଷ...

 

ତା'ପରେ ?

କେତେ ପୌଷ ? କେତେ ଚୈତ୍ର ? କେତେ ବୈଶାଖ ? କେତେ ଶ୍ରାବଣ ?

 

ସୁଦୀର୍ଘ ବ୍ୟବଧାନ ପରେ, ୭୮ ବର୍ଷ ବୟସରେ, ପରିତ୍ୟକ୍ତା ପତ୍ନୀ ଗୋପା ଆସିଥିଲେ ମହାକାରୁଣିକ ଗୌତମ ବୁଦ୍ଧଂକ ସାକ୍ଷାତଲାଭ ପାଇଁ । ସେ ସାକ୍ଷାତ ଶେଷସାକ୍ଷାତ । ଉଚ୍ଚାରଣ କରିଥିଲେ ତିନୋଟି ଅଂତସ୍ଥ ଉକ୍ତି ।

ପ୍ରଥମୋକ୍ତି : ଆଜି ମୁଁ ଛାଡ଼ି ଚାଲିଯାଉଚି ଆପଣଂକୁ ।

ଦ୍ୱିତୀୟୋକ୍ତି : ଏ ଜନ୍ମ ମୋର ଶେଷଜନ୍ମ ।

ଶେଷୋକ୍ତି : ମୋର ମୁକ୍ତି ପାଇସାରିଚି ମୁଁ ।

 

ବୁଦ୍ଧଂକ ବୟସ ୮୦ ବର୍ଷ ସେତେବେଳେ ।

ପ୍ରଜ୍ଞାପୁରୁଷ ବୁଦ୍ଧ ଏ ପରିମିତ ପୃଥିବୀରେ ପ୍ରଶ୍ୱାସ ପରିଗ୍ରହଣ କରିବେ ଆଉ ଅଳ୍ପ କେତୋଟି ଦିନ ମାତ୍ର ଲ୍କ ଗୋପାଂକ ସହିତ ତାଂକର ଏ ଶେଷସାକ୍ଷାତ ପରେ । ତାପରେ ଆସିବ ପରିନିର୍ବାଣର ପ୍ରହର ଲ୍କ କୁଶୀନାରାରେ ।

 

ଏଠି ପ୍ରଶ୍ନ : ଯେଉଁ ଅନନ୍ୟା ଗୋପାଂକୁ ସେ ପଛରେ ଛାଡ଼ିଆସିଥିଲେ ଅନ୍ୟୂନ ଅର୍ଧଶତାବ୍ଦୀ ପୂର୍ବରୁ, ଯୌବନଯାପନର କେଉଁ ଏକ ଜାଦୁକରୀ ଜହ୍ନରାତିରେ, ସେଇ ପରିତ୍ୟକ୍ତା ଗୋପା କ'ଣ ପ୍ରିୟତମ ଗୌତମଂକୁ ଲ୍କ ଅସରଂତି ଆପଣାପଣରେ, ଆପଣାର ଅଂତଃକରଣରେ, ନିଜ ମର୍ମରିତ ମନଶ୍ଚେତନାରେ ଲ୍କ ଛାଡ଼ିପାରି ନ ଥିଲେ ଶେଷପର୍ଯଂତ ? ନହେଲେ ଏ ସଜଳ ସଁଲ୍ପୋକ୍ତି କାହିଁକି ଯେ, ‘ଆଜି ମୁଁ ଛାଡ଼ି ଚାଲିଯାଉଚି ଆପଣଂକୁ’ ଲ୍କ ତାଂକ ଜୀବନର ଅଂତିମତମ ଗୋଧୂଳିଟିଏ ସୂର୍ଯାସ୍ତ ସାଉଁଟୁଥିବା ସମୟରେ ?

 

ଇତିହାସର କୁହୁଡ଼ି କୂଳରେ ପ୍ରତୀକ୍ଷାରହିତ ଏକ ପ୍ରେମ, ଅଶ୍ରୁସିକ୍ତ ଏକ ଅଂଗୀକୃତ ଅନୁରାଗର କରୁଣ କୁଳୁକୁଳୁଟିଏ ... ଗୋପା !

 

ଯୌବନରେ ପରିତ୍ୟକ୍ତା ପତ୍ନୀଟିଏ, ଅବଶିଷ୍ଟ ଇହକାଳ ପାଇଁ ପାଲଟିସାରିଚି ନିବେଦିତା ପ୍ରେମିକା-ନାରୀ ଲ୍କ ସଂସାରତ୍ୟାଗୀ ସନ୍ନ୍ୟାସୀ-ସ୍ୱାମୀର ! କି କୁହୁକ ସତରେ ଜଣା ଥିଲା କେଜାଣି ପ୍ରଜ୍ଞାପୁରୁଷଂକୁ !

 

ଗୋପା ଗୁମୁରିଉଠିଛଂତି : ଏ ଜନ୍ମ ମୋର ଶେଷଜନ୍ମ ।

ସେ କ'ଣ ତା'ହେଲେ ସତରେ ଜାଣିସାରିଥିଲେ ଯେ ବୁଦ୍ଧଂକର ମଧ୍ୟ ଏ ଜନ୍ମ ଶେଷଜନ୍ମ-? ବୁଦ୍ଧଂକ ପରିନିର୍ବାଣର ଅବ୍ୟବହିତ ପୂର୍ବରୁ କପିଳବାସ୍ତୁ ପରିତ୍ୟାଗ କରି, ସେଇଥିପାଇଁ ସେ କ'ଣ ଚାଲିଆସିଥିଲେ ସ୍ୱାମୀଂକୁ ନିଜର ଅଂତିମତମ ନୈବେଦ୍ୟ ଅର୍ପଣ ନିମଂତେ ?

 

‘ମୋର ମୁକ୍ତି ପାଇସାରିଚି ମୁଁ’ ଲ୍କ କି ବରାଭୟ ବିଶ୍ୱାସର ବୀଜମଂତ୍ର, ନେପଥ୍ୟଚାରିଣୀ ନିଭୃତ ନାରୀତ୍ୱର !

ଏକ ନିବେଦିତ ନାରୀତ୍ୱର ଉପଯୁର୍କ୍ତ ସରଳ ସତ୍ୟୋଚ୍ଚାରଣ ତିନୋଟି, ଅଂତଲୀର୍ନ ଆବେଦନ ଦୃଷ୍ଟିରୁ, ପରମ ପ୍ରଜ୍ଞାପୁରୁଷଂକ ଚାରି ଆର୍ଯସତ୍ୟଠାରୁ କେଉଁ ଗୁଣରେ ବା ନ୍ୟୂନ ?

 

ପୂର୍ଣପୁରୁଷ ।

ପ୍ରେମାସଁଦାମାନେ ଜଡ଼ିଯାଇଛଂତି ତାଂକ ବିରହୀ ବକ୍ଷରେ ।

 

ପ୍ରଜ୍ଞାପୁରୁଷ ।

ଗୃହବଧୂଠାରୁ ଆରଂଭ କରି ନଗରବଧୂଂକ ପର୍ଯଂତ ପ୍ରତୀକ୍ଷିତାମାନେ ଲୋଟିଯାଇଛଂତି ତାଂକ ପୟର ପ୍ରାଂତରେ ।

 

ଏବଂ ...

ପ୍ରେମପୁରୁଷ ?

ଦୁଃଖିନୀ ଦୟିତାମାନଂକୁ ପଦ୍ମିନୀର ପରିଚିତି ଦେଇ ଭିଜାଇଦେଇଚି ସ୍ୱପ୍ନସ୍ନାନରେ ।

ବେଦନାକୁ ବେଦ କରିଚି ସେ ।

ଦୁଃଖକୁ ଧ୍ରୁପଦୀ ।

ଦହନକୁ ଦୋହା ।

ବିରହକୁ ବର୍ଣମାଳା ।

ପ୍ରଣୟକୁ ପ୍ରଣବ ।

ନିର୍ଜନ ନିରବତାକୁ ନିର୍ମାୟା ନାନାବାୟା ।

 

ବିଭିନ୍ନ ଭିନ୍ନତା ଭିତରେ ଏକ ଅଭିନ୍ନ ଭାରତୀୟତାର ମହାର୍ଘ ମନୋଭଂଗୀ ଲ୍କ ଏଇଭଳି ବିରଳ ଭଲପାଇବାର ବିଳଂବିତ ବିଚିତ୍ରତା ! ଏକ ପାର୍ଶ୍ୱରେ ଉଦାର ଉଦାସୀନତା ଏବଂ ଅପର ପାର୍ଶ୍ୱରେ ଉତ୍ସର୍ଗୀକୃତ ଉଚ୍ଛ୍ୱାସ !

 

ପୂର୍ଣପୁରୁଷଂକ ପରିଚୟ ପାଇଚୁ ପୌରାଣିକ ପୃଷ୍ଠଭାଗରେ । ଇତିହାସର ଅଂଧକାର ମଧ୍ୟରେ ପ୍ରତ୍ୟକ୍ଷ କରିଚୁ ପ୍ରଜ୍ଞାପୁରୁଷଂକ ପ୍ରଜ୍ଞାତ ପ୍ରଭା ।

 

ଏ ପ୍ରେମପୁରୁଷ କିଂତୁ କିଏ ?

 

ପ୍ରେମପୁରୁଷ ...

ହଁ, ସେ ଆକୃତିରେ ପୁରୁଷ, ପ୍ରକୃତିରେ ପ୍ରେମ ।

ଅଂତଃସ୍ୱରୂପରେ ସେ ସେଇ ସ୍ୱପ୍ନସ୍ୱପ୍ନ ସଂଭାବ୍ୟତା, ସେଇ ଅସଂଭବ ଅବଶ୍ୟଂଭାବିତା, ସେଇ ଅଲୌକିକ ଅତିବାସ୍ତବତା ଲ୍କ ଯାହା ଅଭିବ୍ୟକ୍ତି ଅପେକ୍ଷାରେ, ଅନବରତ ଅନୁନୟ କରୁଥାଏ ଆତ୍ମଚେତନାକୁ ... ବାରଂବାର ନିଃଶବ୍ଦ ପଦପାତରେ ବାହୁଡ଼ୁଥାଏ ଆତ୍ମାର ଅନବଲୋକିତ ବିସ୍ମୃତି ପାଖରୁ, ବାଧ୍ୟ ହୋଇ । ସେଥିପାଇଁ ଅଧିକାଂଶ ପ୍ରେମିକା-ନାରୀ ଏପର୍ଯଂତ ସୁଦ୍ଧା ପ୍ରେମପୁରୁଷର ପରିପୂର୍ଣ ସଁର୍ଶ ପାଇପାରିଥିବେ ବୋଲି ସଂଦିଗ୍ଧ ହେବାକୁ ପଡ଼ିଥାଏ କେବେକେବେ । ଏପରିକି ପ୍ରେମାନୁରାଗିଣୀ ନାରୀର ନିଭୃତ ସତ୍ତାକୁ ପ୍ରେମପୁରୁଷର ପରିକଳ୍ପନାଟିଏ ମଧ୍ୟ ଛୁଇଁପାରିଚି କି ନା ଲ୍କ ସେଥିନେଇ ସୁଦ୍ଧା ସଂଶୟ ସଂରକ୍ଷିତ ରହିଯାଇଥାଏ ଶେଷପର୍ଯଂତ । ଖୁବ‌୍‍ ବେଶି ହେଲେ, କାମ୍ୟ ‘ସୁପୁରୁଷ’ ରୂପରେ ଯେଉଁ ଭ୍ରାଂତ ଭାବମୂର୍ତି ପାଖେ ନାରୀ ଆଜି ଅଟକି ରହିଚି, ମନେହୁଏ ଯେ ତାହା କେବଳ ତା' ନିଜ ବିକଳ ଆକାଂକ୍ଷାର ହିଁ ଅସଁଷ୍ଟ ପ୍ରତୀତିଟିଏ ଲ୍କ ଯାହାର ନିଗୂଢ଼ ଅର୍ଥ ସେ ନିଜେ ହିଁ ହୃଦୟଂଗମ କରିପାରି ନ ଥାଏ, ସାରା ଜୀବନକାଳର ତଥାକଥିତ ତଥ୍ୟାତ୍ମକ ସାଂସାରିକତା ମଧ୍ୟରେ ।

 

ପ୍ରେମପୁରୁଷ କିଂତୁ ନିବେଦିତ ନାରୀତ୍ୱକୁ ଦେଇପାରେ ଅନବଦ୍ୟ ଅର୍ଥାଂତରର ଅଶ୍ରୁତପୂର୍ବ ପ୍ରତିଶ୍ରୁତି । ପ୍ରେମପୁରୁଷକୁ ନ ପାଇ ନାରୀ ଅପୂର୍ଣ ଲ୍କ ଅତୃପ୍ତ ଲ୍କ ଅର୍ଧସତ୍ୟ । ‘ସୁପୁରୁଷ’ ଯଦି ନାରୀର ସାଧାରଣ ସୁପ୍ତସତ୍ତାର ସ୍ୱପ୍ନ, ‘ପ୍ରେମପୁରୁଷ’ ତେବେ ତା'ର ଗୈରିକ ଗୁପ୍ତସତ୍ତାର ସତ୍ୟ । ଏ ସତ୍ୟ ଯେଉଁଦିନ ତା'ର ପରମ ପ୍ରାପ୍ତିରେ ପରିଣତ ହେବ, ସେଦିନ ନିଭୃତ ନାରୀତ୍ୱ ସାମ୍ନାରେ ଦର୍ଜା ଖୋଲିଯିବ ଧ୍ରୁବସ୍ଥ ଦିଗ‌୍‍ବଳୟ ଆଡ଼କୁ ... ପ୍ରତିଭାତ ହେବ ପ୍ରାଂଜଳ ପୂର୍ବଦିଗଟିଏ ଲ୍କ ସେଇ ତା' ସାର୍ଥକ ସକାଳର ଶିରୋନାମା ।

 

ଦୁଃଖ ଏତିକି ଯେ, ବାରଂବାର ନାରୀ ନିଜ ନିକାଂଚନତାର ନିରକ୍ଷବୃତ୍ତରେ ମୌନାବତୀ ମାୟାଟିଏ ମାତ୍ର ! ତା' ପ୍ରତାରିତ ପ୍ରେମର ପ୍ରସ୍ଥାନପର୍ବରେ ପ୍ରତିମୂର୍ତା ଏକ ପ୍ରତ୍ୟଂତ ପ୍ରସ୍ତରୀ କେବଳ !

 

କ୍ଷୋଭ ଏଇଥିପାଇଁ ଯେ, ନିଜ ନିକଟକୁ ଫେରିବାର ସୁବର୍ଣସୁଯୋଗଗୁଡ଼ିକୁ ବାରଂବାର ପ୍ରତ୍ୟାଖ୍ୟାନ କରିଆସିଚି ନାରୀନାମ୍ନୀ ନାୟିକା ।

 

ପ୍ରେମପୁରୁଷ ତେଣୁ, ଆଜି ବି ତା' ପାଇଁ ଯେମିତି ଏକ ଅପ୍ରାପ୍ତ ଅଲୌକିକତା !

 

ପ୍ରେମପୁରୁଷର ପ୍ରଗାଢ଼ ପ୍ରତ୍ୟୟ : ସୁଖର ସୁନାହରିଣ ପାଇଁ ସ୍ୱପ୍ନ ଦେଖୁଥିବା ନାରୀମାନେ ନାୟିକା ହୋଇପାରଂତି, ମାତ୍ର ପ୍ରକୃତ ଅର୍ଥରେ ପ୍ରେମିକା ନୁହଂତି ସେମାନେ । ବରଂ ଦୁଃଖ-ଦୁର୍ଗରେ ପଣବଂଦିନୀ ହୋଇ ସୁଦ୍ଧା ଯେଉଁ ଅନାମିକାମାନେ ନିଜ ନିଜକୁ ପଣ୍ୟା ନ କରିବାର ସଂକଳ୍ପରେ ଚିରଅନମନୀୟା ଲ୍କ ସେଇମାନେ ହିଁ ପ୍ରକୃତରେ ପରମ ପ୍ରେମାସଁଦା ନାରୀ । ସେଇମାନେ ହିଁ ପ୍ରେମପୁରୁଷର ପ୍ରକୃତ ପ୍ରିୟତମା । ଦୁଃଖିନୀ ହେଲେ ବି ସେମାନେ ପଦ୍ମିନୀ । ବାକିସବୁ ଶଂଖିନୀ ।

 

ଭଲପାଇବାର ଭାରତବର୍ଷରେ ଅଭାବ ନାଇଁ ପ୍ରେମିକା-ନାରୀମାନଂକର । ମାତ୍ର ସେମାନଂକୁ ଆବିଷ୍କାର କରିବାରେ ଯେଉଁ ଅଂତରଂଗ ଅଂତର୍ଭେଦୀ ଦୃଷ୍ଟିଟିଏ ଦରକାର, ତା'ର ଅଭାବ ଆଜି ଅତିମାତ୍ରାରେ ଅନୁଭୂତ ।

 

ପୁରାଣରୁ ପରଂପରା ଲ୍କ ଅତିକଥାରୁ ଇତିହାସ ଲ୍କ ପୁଣି ଆଦିମରୁ ଆଧୁନିକ ଯାଏଁ ପ୍ରେମ ପ୍ରତି ଯେଉଁ ଭାରତୀୟ ବିଶ୍ୱବୀକ୍ଷା ଆମ ସମସ୍ତଂକ ପାଇଁ ଏକ ନିବିଡ଼ ବିଶ୍ୱାସବୋଧରେ ବିବର୍ତିତ ହୋଇସାରିଚି ଲ୍କ ତା'ରି ଭିତ୍ତି ଉପରେ ହିଁ ଲ୍କ ସୂଚୀ-ସୂଚିତ ଏଇ ୧୦୮ଟି ‘ଚଉଦାଳି’ ବା ସନେଟ୍‌ର ସଂକଳନ ଲ୍କ ‘ନୀଳନିର୍ବାଣ’ର ନୀଡ଼ନିର୍ମାଣ ।

 

ପ୍ରମାରୁ ପ୍ରମାଦ, ଆଲୋକରୁ ଅଂଧକାର, ଛାୟାରୁ ଛଳନା ଲ୍କ ଏସବୁ ମଧ୍ୟଦେଇ ନିଭୃତ ନାରୀତ୍ୱର ନିରୋଳ ସତ୍ୟପାଠ ଶୁଣିବା ଅପେକ୍ଷାରେ କେଉଁଠି ଅବା ଆହ୍ଲାଦର ଆଶା ଟିକିଏ ଅନୁଭବ କରୁ କରୁ, ଉତ୍ତାଳ ଲୁହଲହରୀର ସାମୁଦ୍ରିକ ସ୍ୱଗତଭାଷ ପରି ହଠାତ‌୍‍ ମାଡ଼ିଆସିଚି ହଜାର ହଜାର ବର୍ଷ ତଳର ହାହାକାର ... ଭଂଗାସଭ୍ୟତାର ବୈଧବ୍ୟ ସହିତ କେଉଁଠିନାକେଉଁଠି ବି ସାମିଲ‌୍‍ ହୋଇଯାଇଚି ବର୍ତମାନର ବିଡ଼ଂବନା ।

 

ବର୍ଣମାଳାରେ ବ୍ୟଂଜିତ ଓ ବ୍ୟବସ୍ଥିତ ହୋଇସାରିବା ପରେ କିଂତୁ ମନେହୋଇଛି : ନା, ଏସବୁ କବିତା ନୁହେଁ ଲ୍କ ଗୋଟିଏ ଗୋଟିଏ ବ୍ୟର୍ଥତା ବରଂ । କ'ଣ ବା ମୂଲ୍ୟ ଅଛି ଏସବୁ କବିତାର-? ନା ଏହା ସମକାଳୀନ ସମାଜରେ ପ୍ରତ୍ୟହ ସଂଘଟିତ ଅବଳା-ଆତ୍ମହତ୍ୟାର ହାର ହ୍ରାସ କରାଇବାରେ ଅନୁପ୍ରେରକ ହୋଇପାରିବ ନା ନିର୍ବାକ୍‌ ନାରୀତ୍ୱକୁ ଦେଇପାରିବ ନ୍ୟାଯ୍ୟ ନିର୍ଭୀକତା ନା ପ୍ରକ୍ଷିପ୍ତ ପ୍ରଳାପଗୁଡ଼ିକୁ ପରିଣତ କରିପାରିବ ପ୍ରାଣସଁର୍ଶୀ ପ୍ରେମାଳାପରେ ?

 

ନାରୀ ... ପ୍ରେମାସଁଦା ନାରୀ ଲ୍କ ମନେହୁଏ ଏବେ ମଧ୍ୟ ପ୍ରବଂଚିତା । ମନେହୁଏ, ଏବେ ମଧ୍ୟ ତା' ପକ୍ଷରେ ଏକ ପ୍ରହେଳିକା ଯେମିତି ଏ ପ୍ରେମପୁରୁଷ ! ସେଥିପାଇଁ ସାଂପ୍ରତିକୀ ସୀତାମାନେ ଏବେ ମଧ୍ୟ ତିନିଗାର ସେପଟର ସେଇ କଡ଼ା କଟକଣାର କଂଟାଝଂଟାରେ, ଶ୍ରୀରାଧାମାନେ ଦୁଃଖଦ ଦ୍ୱିଧାର ଧୂସର ଦୋଛକିରେ, ଗୋପାମାନେ ଗୋପ୍ୟା ଭୂମିକାରେ, ମୀରାମାନେ ମଉଳାସଂଜର ମହଳଣ ମହକୁମାରେ !

 

ନା, ଏବେ ମଧ୍ୟ ଅଂତ ହୋଇନାଇଁ ଅଭାଗିନୀ/ଅର୍ଧାଂଗିନୀମାନଂକର ଅରଣ୍ୟରୋଦନ, କୁଳତ୍ୟାଗିନୀ କୁମାରୀମାତାମାନଂକର କାତର କାରୁଣ୍ୟ, ବାକ୍‌ରୁଦ୍ଧା ବାମାମାନଙ୍କର ବିରହବରଣ; ନା, ସାତକାଂଡ ରାମାୟଣ ସରିଲା ପରେ ବି ନିଜସ୍ୱ ସତ୍ତାର ସ୍ୱାଧୀନତା ପାଇଁ ସରିପାରିନାଇଁ ସାହସିକା ସାଂପ୍ରତିକାମାନଂକର ଋତୁଋତୁବ୍ୟାପୀ ରକ୍ତାକ୍ତ ସଂଘର୍ଷ - ଭଂଗାରୁଜା ଭାଗ୍ୟ ସହ, ନିଜ ନିଜ ନିର୍ଦୟ ନିୟତି ସହ । ଆଜି ମୁକ୍ତନାରୀର ସବୁ ତୁମୁଳ ତୋଫାନୀ ଆସÞାଳନ ସତ୍ତ୍ୱେ ନିଃଶେଷ ହୋଇନାଇଁ ଅଂତଃନାରୀର ତିଳତିଳ ତୃଷ୍ଣା-ତର୍ପଣ !

 

ସତୀମାନେ ସମାଧିଗର୍ଭରେ, ସାବିତ୍ରୀମାନେ ସ୍ୱର୍ଗଦ୍ୱାରରେ, ଅପର୍ଣାମାନେ ଅପଂତରାରେ, ପାଂଚାଳୀମାନେ ପଂଚାୟତରେ ... ଏବଂ ଆଉଥରେ ଆସଂତାକାଲିର ଅହ୍ୟା ଅହଲ୍ୟା ହେବା ଅପେକ୍ଷାରେ ଏବେ ମଧ୍ୟ କେଉଁ କାଂତାରରେ କାଳ କାଟୁଛଂତି ଆଜିର ପ୍ରାଣୀନା ପ୍ରସ୍ତରୀମାନେ ଲ୍କ ହଁ, ଏବେ ମଧ୍ୟ ।

 

ନିଜନିଜ ନିର୍ଜନ ନିର୍ବାସନ ହିଁ ମନେହୁଏ ନିଭୃତ ନାରୀତ୍ୱର ନୀଳନିର୍ବାଣ ।

ପୁରୁଷପୁରୁଷବ୍ୟାପୀ ପୁରୁଷ-ପ୍ରତିଷ୍ଠିତ ବ୍ୟବସ୍ଥାର ବିସ୍ତାରିତ ବଂଦିଶାଳା ମଧ୍ୟରେ ଏବେ ମଧ୍ୟ ପ୍ରେମାସଁଦା ନାରୀ ସେଇ ପୁରାତନୀ ପଣବଂଦିନୀର ବାଧ୍ୟତାମୂଳକ ଭଂଗୀ ଏବଂ ଭୂମିକାରେ-! ନିଃଶବ୍ଦ ନାରୀତ୍ୱର ନିଶୂନ‌୍‍ ନିଃଶ୍ୱାସରେ, ସ୍ୱର୍ଗ-ମର୍ତ୍ୟ-ପାତାଳ ଲ୍କ ସବୁ ଆଜି ସ୍ତବ୍ଧ ! ଭିନ୍ନଭିନ୍ନ ସ୍ତରର ଏ ଅସାମାନ୍ୟ ସ୍ତବ୍ଧତାକୁ ସାମାନ୍ୟ କେତୋଟି ଶାବ୍ଦିକ ଶାରୀରିକତା ମଧ୍ୟରେ ସୀମିତ କବିତା କ'ଣ କଳନା କରିପାରେ କେଭେଁ ? ଏହି ଦୃଷ୍ଟିରୁ ବି ‘ନୀଳନିର୍ବାଣ’ର ପ୍ରତ୍ୟେକ ପଙ‌୍‍କ୍ତି ପରିଶେଷରେ ମନେହୋଇଚି ଏକ ଏକ ଅନୁଚ୍ଚ ଅନୁତ୍ତୀର୍ଣତା !

 

ହଁ, ନାରୀ ସଂପର୍କରେ ଉତ୍ତୀର୍ଣ ଉଚ୍ଚାରଣ ସେଇଦିନ ହିଁ ସଂଭବ୍ୟ, ଯେଉଁଦିନ ସ୍ୱୟଂ ସେଇ ନାରୀମାନେ ହିଁ ନିଦ୍ର୍ୱଂଦ୍ୱରେ ଶୁଣାଇ ପାରିବେ ନିଜ ସହ ନିଜେ ଶୋଚନୀୟ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ସଁଷ୍ଟ ସତ୍ୟପାଠ, ସାତ୍ତ୍ୱିକ ଶୋକବାର୍ତା ... ସାରା ସଂସାର ଆଗରେ ଉତ‌୍‍ଥାପନ କରିପାରିବେ ନିଜନିଜ କ୍ଷତାକ୍ତ ସ୍ୱପ୍ନର ଦୁର୍ବାର ଦାବିନାମା !

 

ଅତଏବ ସେଇଦିନଟି ପର୍ଯଂତ, ନାରୀ ସଂପର୍କରେ ଆମ ପରି ଅଭାଗା ଅଭାଜନମାନଂକର ନମ୍ର ନିରବତା ହିଁ ବରଂ ସର୍ବାଧିକ ନିରାପଦ କାବ୍ୟ-ବକ୍ତବ୍ୟ !

 

ଗିରିଜାକୁମାର ବଳୀୟାରସିଂହ

 

ସ୍ୱର୍ଗ ସର୍ଗ

ଦେବୀ ସୂକ୍ତ

ଆଦ୍ୟା

ସତୀ

ଅପର୍ଣା

ଛିନ୍ନମସ୍ତା

ଈଶ୍ୱରୀ

ଅନଶ୍ୱରୀ

ଅଶରୀରୀ

ଅପ୍‌ସରୀ

୧୦

ରଂଭା

୧୧

ମେନକା

୧୨

ଉର୍ବଶୀ

୧୩

ତିଳୋତ୍ତମା

୧୪

ଅଳଂଭୂଷା

୧୫

ନିୟତି

୧୬

କପୋତୀ

୧୭

ବଳାକା

୧୮

ବିହଂଗିନୀ

୧୯

ବିରହିଣୀ

୨୦

ଶାରୀ

୨୧

ବୟସୀ

୨୨

ଆଦିମା

୨୩

ଆଦିନାରୀ

୨୪

ଅର୍ଧନାରୀ

୨୫

ଅଂତଃନାରୀ

୨୬

ଗାଂଗୀ

 

ଦେବୀସୂକ୍ତ

 

ମାଇନ‌୍‍ମିଶ୍ରିତ ମାଟି । ମାନଚିତ୍ର ମାଇଲ‌୍‍ମାଇଲ‌୍‍

କ୍ରାଂତିର କି କ୍ଳାଂତିବୋଧ : କାୟମନୋବାକ୍ୟଭେଦୀ କ୍ଳେଶ

ଫିଟାହୁଏ ଫିକାଫର୍ଦ । ଫିଂଗାହୁଏ ଫାଶୀର ଫାଇଲ‌୍‍

ଏ ଉପନିବେଶ ନୁହେଁ ଉଦ୍ଦିଷ୍ଟ ମୋ ଉପମହାଦେଶ ।

 

ସୀମାର ସେ ସ୍ୱତ୍ୱ ସହ ରାଜିନାମା ରଦ୍ଦ କରେ ରେଖା

ଅଥଚ ଅୟମାରଂଭୁ ଆଶଇ ମୁଁ ଅଶେଷ ଅକ୍ଷାଂଶ

ଦ୍ୱିବସନା ଦିଗଂଗନା ଦ୍ରାଘିମାରେ ଦିଅଂତୁ ବି ଦେଖା

ସେ ଲବଂଗଦ୍ୱୀପ ନୁହେଁ - ମୋ ଲୟର ଲଘିଷ୍ଠ ଲକ୍ଷ୍ୟାଂଶ ।

 

ଏକେ ତ ଅପାର ଅମା । ଦୀପାଲୋକ ଦିଶୁନାହିଁ ଦୁଜେ

ଦକ୍ଷିଣାକ୍ଷି ଦ୍ୟୁତି ତୁଂଭ ବହ୍ନିବତ‌୍‍ ବ୍ୟାପୁଛି ବାମାର୍ଧ

ମୁଁ ଦଂଡାୟମାନ ଦେଖ ଦିବ୍ୟାହ୍ନରୁ, ଭୋ ଦେବୀ ଦ୍ୱିଭୁଜେ,

ଯଦ୍ୟପି ଝିଂଗାସୁଅଛ ଯୁଝିବାକୁ ଯାବତ ଯାମାର୍ଧ ।

 

ଏକ ହସ୍ତେ ଆହବାସ୍ତ୍ର : ଏବଂ ବର ଆବରହସ୍ତରେ

ବର ନୁହେଁ ବରଂଚ ମୁଁ ଅସ୍ତ୍ର ଅଦ୍ୟ ଆବାହନ କରେ ।

 

ଆଦ୍ୟା

 

ଅତଃପୂର୍ବା, ହେ ଅପୂର୍ବା ! ଆଗୋ ଆଦ୍ୟା, ଅୟି ଅଦ୍ୱିତୀୟା,

ଆଦ୍ୟରୁ କି ଥିଲ ତୁମେ ଅନୁେଧ୍ୟୟା ଅର୍ଧନାରୀଶ୍ୱରେ ?

ଜୀବନ୍ମୁକ୍ତା ଜ୍ୟୋତିର୍ନାରୀ ! ଅଲୌକିକା, ଅନିର୍ବଚନୀୟା,

ବେଦୋଦ୍ଧାର ବାଂଛନାରେ ବ୍ୟକ୍ତ ହେଲ ବିପନ୍ନ ବିଶ୍ୱରେ !

 

କି ଶୁଭ୍ର ଶାଣିତ ଶୋଭା ! ସହସ୍ରାଭ ସକାଳସଂକାଶ

ବିଦ୍ୟ ହେଲ ବନାବର୍ତେ । ଚତୁର୍ବେଦ ଚରଣଭାଗରେ

ଏକଭୁଜେ ବରମୁଦ୍ରା ... ଊଧ୍ର୍ୱାୟିତ ଆନଭୁଜେ ପାଶ

ଅପରଭୁଜରେ ତବ ଅଂକୁଶ ବି । ଅଭୟ ଆବରେ !

 

ଇଂଦ୍ର ଆଦି ଆଦିତେୟ ଅଗ୍ରେ ତବ ଆରଂଭିଲେ ପୂଜା

ଘୋଷିଲେ ଶକ୍ତିର ଜୟ ଯୋଡ଼ହସ୍ତେ, ମଥା ସର୍ବେ ପୋତି

ଚମକାଇ ଚଉଦିଗ, ଚତୁର୍ଭୁଜା ଲ୍କ ହେଲ ଅଷ୍ଟଭୁଜା

ଦୁର୍ଗମାସୁରକୁ ଦଳି ଲ୍କ ହେଲ ଦୁର୍ଗା, ଅୟି ଦିବ୍ୟଜ୍ୟୋତି !

 

ହେ ନିୟତୀ, ନିଅ ନତି ! ହେ କୌମାରୀ, ନିଅ ନମସ୍କୃତି

କୃତାଂଜଳିପୁଟେ ଆଗୋ କାଂତାରିକା, କରୁଛି ମୁଁ ସ୍ତୁତି।ା

 

ସତୀ

 

ଏ ତିଥି ପୂର୍ଣିମା ନୁହେଁ । ଏ ନିଶି ବି ନୁହେଁ ନୀଳାଂବରୀ

ଚରିଆସେ ଚଉପାଶେ ଚତୁର୍ଦଶୀ ଚଂଦ୍ରମାର ଚିତା...

ଏ ଚିହ୍ନ ଚୁଂବନ ନୁହେଁ । ଏ ନାରୀ ସେ ନିହତା ଈଶ୍ୱରୀ,

ସଂତର୍ପିତ ସ୍ୱପ୍ନରେ ମୋ ଲ୍କ ଥିଲା ଯିଏ ସେଦିନ ସାଇତା !

 

ଏ ତୀର୍ଥ ପ୍ରଭାସ ନୁହେଁ । ଏ ବନସ୍ତ ଲ୍କ ନୁହେଁ ବୃଂଦାବନ

ଅଂଗାରର ଅଂକନଟେ ଅଂଗେନିଭା ଅନଂଗ ଅତୀତ...

ଏ ମେଘ ଆଷାଢ଼ ନୁହେଁ । ଏ ବର୍ଷାରେ, କାହିଁ ବା ଶ୍ରାବଣ ?

ଶରତର ଶିଶିରରେ ହଜେନା ମୋ ହେମଂତ କି ଶୀତ !

 

ଏ ଋତୁ ବସଂତ ନୁହେଁ । ଏ କୁହୁରେ, କଦଂବର କୋହ

ଫେରିବନି ଫୁଲମତୀ ... ମହଳଣ ଲ୍କ ମୋ ଫଗୁଣମାସ...

ଏ ନିର୍ଜନ ନିଦାଘଟା ନିଜେଇ ତ ନିର୍ମମ ନିର୍ମୋହ

ପ୍ରେମର ପାଉଁଶ ପାଶେ କାଂଦୁଥିବ ଲ୍କ ମୋ କଳ୍ପକୈଳାସ !

 

ଏ ନକ୍ଷତ୍ର ନୁହେଁ ସ୍ୱାତୀ । ଏ ନଦୀ ବି ଲ୍କ ନୁହେଁ ସରସ୍ୱତୀ...

ମୋ ଶବ୍ଦର ସÑଂଧେ କିଂତୁ ଲ୍କ ସ୍ମୃତି ତୁମ, ସଦାତନୀ ସତୀ।ା

 

ଅପର୍ଣା

 

ଅନଳର ଆଲିଂପନ ଆଂକିଯାଏ ଅନୀଳ ଅଂଗାର

ତଥାପି ତ ତରଳିନି ତିଳତିଳ ତପସ୍ୟାର ତିଥି

କ୍ଳୀବର କୈଳାସେ କାହିଁ ସମାହିତ ଶିବର ଶୃଂଗାର ?

ଆକାଂକ୍ଷାର ଆୟତନେ ଆଜି ମଧ୍ୟ ଅଦୃଶ୍ୟ ଅତିଥି !

 

ଶିଖାର ଶଯ୍ୟାରେ ସିନା ସମର୍ପିତ ସଂକ୍ଷିପ୍ତ ସତୀତ୍ୱ

ମନର ଏ ବନବାସେ ଦେହ ମାଗେ ଦୀର୍ଘ ସହବାସ...

ଜନ୍ମଜନ୍ମ ଜ୍ୱଳନରେ ଆପନ୍ନ କି ଆତ୍ମାର ଅତୀତ?

ପର୍ଣମୋଚୀ ପୌଷ ପରେ ମାଘ ମାଗେ ଲ୍କ ମୌନପୌର୍ଣମାସ !

 

ଧୂପର ଧୂମାଳ ଧାସେ ରୂପ ଆଉ ନପାଲଟୁ ରେଖା

ଫାଲ‌୍‍ଗୁନର ପ୍ରେମ ପାଶେ ଚୈତ୍ର ଚୁଂବୁ ଚଂପାର ଚଅଁର...

ଆରଣ୍ୟକ ଅନାହାରେ ଅଂତ ହେଉ ଅୟୁତ ଅପେକ୍ଷା

ସ୍ୱପ୍ନର ଶୀର୍ଷକ ଲୋଡେ଼ ପ୍ରତି ପତ୍ର, ପ୍ରତିଟି ମର୍ମର !

 

ଆୟୁଷ୍ମତୀ ଅପର୍ଣା ଗୋ ! ସ୍ୱପ୍ନ ଯଦି ମରିନି ମନରେ,

ସତ୍ୟ ଦିନେ ଶିବ ହୋଇ ସଂଭବିବ ସୁଂଦରବନରେ।ା

 

ଛିନ୍ନମସ୍ତା

 

ସେଦିନର ସତୀ ତୁମେ - ଅଦ୍ୟ ସଦ୍ୟ-ସମାହିତ ସ୍ମୃତି...

କାହିଁକି କଳନାତୀତ କଳ୍ପାଂତରେ କ୍ଳୁପ୍ତ କଲ କାୟା ?

ଇତିପୂର୍ବା ପ୍ରୀତିଦୂର୍ବା ! ଦକ୍ଷଯଜ୍ଞେ - ଏ କି ଆତ୍ମାହୁତି?

ଯୌବନର ଯୋଗିନୀ ଗୋ, ଜନ୍ମାଂତରେ, ଜାଗିଲ ମୋ ଜାୟା !

 

ତୁମେ ଆଜି ଛିନ୍ନମସ୍ତା । କି ଦୁଃଖରେ ଦୁଃସ୍ୱପ୍ନଦାୟିନୀ ?

କି କାତର କାରୁଣ୍ୟରେ କୃଷ୍ଣା ତୁମେ ? କାହିଁକି କରାଳୀ ?

ଶିବ ତୁମ କ୍ଳୀବ ଯଦି, ନପାର କି ନିଜକୁ ବା ଚିହ୍ନି?

ମଶାଣି ନ ହେଉ ମନ ... ମଧୁବନେ ମାତ ଗୋ ମରାଳୀ !

 

ତରୁଣୀ ତିଥିର ତାରା - ତିଳେ ନୋହୁଁ ତିଳାର୍ଧ ତଂଦ୍ରାରେ

ରାତ୍ରି ହେଉ ଶିବରାତ୍ରି । ଗୀତି ହେଉ ଗୈରିକ ଗାୟତ୍ରୀ

ଜହରର ଜଳଧିରେ ଜହ୍ନ ଆଜି ନବୁଡ଼ୁ ଅଂଧାରେ

ଜୀବନ ଜାଗର ହେଉ ... ପକ୍ଷ ତୋଳୁ ପ୍ରୀତିର ପତତ୍ରୀ !

 

ହେ ନାରୀ, ନୈଋର୍ତ ତୁମ ନିଦ୍ରାରେ ବି - ନୋହୁଁ ନିଦାରୁଣ...

କ୍ଷୁଧାର ମୋ କ୍ଷତଚିହ୍ନ - ନୋହୁଁ ତୁମ କାୟାର କାରୁଣ୍ୟ।ା

 

ଈଶ୍ୱରୀ

 

ହେ ଈଶ୍ୱରୀ, ଯାଚିଥିଲ ଯେଉଁଦିନ ତିନିଗୋଟି ବର

ସରୁଓଠେ ସେଦିନ ତ ମାଖିଥିଲ ସ୍ମିତ ବି ଟିକିଏ

ଅର୍ପିବାକୁ ଚାହିଥିଲ ଅଲ୍ପୈଶ୍ୱର୍ଯ, ଅଣିମା ଆବର

ତୃଷ୍ଣାଠାରୁ ତାରାଯାଏଁ ଜୁଡୁବୁଡୁ ଜହ୍ନରାତିଟିଏ !

 

ପ୍ରଥମ ବରରେ ତୁମ ଇଚ୍ଛିଥିଲି ଅଦ୍ୱିତୀୟା ନାରୀ

ପ୍ରତ୍ୟେକ ତା' ପଦପାତେ ମୁକ୍ତା ମଧ୍ୟ ପଡ଼ୁଥିବ ଫିକା...

ଦ୍ୱିତୀୟ ବରରେ ପୁଣି ବାଂଛିଥିଲି ବଡ଼ତି ତାହାରି

ମାଗିଥିଲି ଶେଷ ବର : ପ୍ରୌଢ଼ା ମୋଟେ ନ ହେଉ ପ୍ରେମିକା !

 

ଜାଣେନା ଏ ଯାଚନାରେ ଲ୍କ ହେ ଈଶ୍ୱରୀ, ଥିଲା କି ଅପ୍ରାଧ ?

ସୁଶୋଭିତ ସ୍ତନଯୁଗୁ କାଢ଼ିଥିବା ମୁକ୍ତାହାର ତୁମ

ନିଃଶସ୍ନ୍ରେ ଫେରାଇନେଲ । ପ୍ରେମରେ ମୋ ଥିଲା କି ପ୍ରମାଦ ?

ପ୍ରାର୍ଥନାର ପାଦ୍ୟ ସହ ଫିଂଗିଦେଲ ପୂଜାର କୁସୁମ !

 

ହେ ଈଶ୍ୱରୀ, ଇଚ୍ଛୁନାଇଁ ଈର୍ଷଣୀୟ ତିନୋଟି ସେ ବର...

ଦିଅ ବରଂ ଅଭିଶାପ ଲ୍କ ମୁଁ ଯେମିତି ପାଲଟେଁ ପ୍ରସ୍ତର।ା

 

ଅନଶ୍ୱରୀ

 

ହେ ନଶ୍ୱରୀ, ନିଅ ଧରି ଲ୍କ ନିକାଂଚନ ନାରୀକେଳବନେ

ଚଢ଼େଇ ଚଂଚୁର ଚଂପୂ ଚଇତିକୁ ଚିହ୍ନାଏ ଯେଉଁଠି,

ଯେଉଁଠି ବି ପତ୍ରସବୁ ଫର୍ଦ ହୁଏ କୋମଳ କଂପନେ

ଅଂଗାର ହୁଏନା ଆଉ ଅସ୍ତଜହ୍ନ ଅଂଧାର ଆଉଟି !

 

ପ୍ରେମ ହୁଏ ପୁଷଁବତୀ ଯେଉଁଠାରେ ସଁଂଦନ ସଁର୍ଶରେ

ବର୍ଷବର୍ଷ ବିରହର ବୈଶାଖରେ ବିତେନା ବସଂତ,

ନିଅ ମତେ ସେଇ ତୁମ ମିଳନର ମାନସରୋବରେ

ଗର୍ହିତ ଏ ଗଦାଯୁଦ୍ଧେ ପାସୋରିବି ଲ୍କ ସବୁ ଗୁପ୍ତକ୍ଷତ !

 

ପାଉଁଶର ପଲଂକରେ ପାରିଦିଅ ଫୁଲଶେଯଟିଏ

ଅଂତ ହେଉ ଅସ୍ଥି ତଳୁ ଅକଥିତ ଅଭିନ୍ନ ଅଭୀପ୍ସା...

ହେ ନଶ୍ୱରୀ, ତୁମ ପରି ଅଛି ଆଉ ଅନଶ୍ୱରୀ କିଏ ?

ଆଜି ବି ଉଦଗ୍ର ଏଠି ଲ୍କ ତୁମ ପାଇଁ ଈଶ୍ୱରୀର ଈର୍ଷା !

 

ଅନନ୍ୟା ହେ ଅନଶ୍ୱରୀ! ଅର୍ଘ୍ୟ ଯଦି ଅର୍ପ୍ୟ ଆମ ନୁହେଁ,

ନିଅ ମତେ ନାଗନର୍କେ ଲ୍କ ପାପ ଯହିଁ ପାରିଜାତ ହୁଏ।ା

 

ଅଶରୀରୀ

 

ତୁମେ ଆଉ ଫେରିନାହଁ ମଲ୍ଲୀମାଳ ଗୁଡ଼ାଇ ଗଭାରେ

ଆସିନ ଏ ଆସରକୁ ଅଳତାରେ ଆଂକି ଅକ୍ଷପାଦ

ସଜାଇନ ସରୁଓଠ ସଂଭାବିତ ସ୍ମିତର ସଂଭାରେ

ତୁମେ ଆଉ ଫେରିନାହଁ ପାରିହୋଇ ପ୍ରେମ ଓ ପ୍ରମାଦ ।

 

ସ୍ୱପ୍ନର ସେ ସୀମାଂତରେ ସ୍ମୃତି ତୁମ ଶୁଭ୍ରାଂଗିନୀ ସ୍ୱାତୀ

ତୃଷାର୍ତ ତାରାର ତୀରେ ତୂର୍ଯ ତୋଳେ ତରିତ୍ର ତୁମରି

ସଂଗ ତୁମ ଝୁରିଝୁରି ଝରିଯାଏ ରଂଗବତୀ ରାତି

ତଥାପି ଫେରିନ ତୁମେ ସମୟକୁ ସୁମରିସୁମରି ।

 

ନିକ୍ଷତ ନଖରେ ନିଜ ତୁମେ ଆଉ ଟାଣିନାହଁ ଗାର

ପାପୁଲିର ପିଆଲାରେ ପରଷିନ ପରଶ ବି ଥରେ...

ତୁମର ବିଦାୟ ବୋଧେ : ବେଳବୁଡ଼ ଭଲପାଇବାର

ତୁମେ ଆଜି ତୈଳଚିତ୍ର ... ଟଂଗା ହୁଅ, ଭଂଗା ଏ କାଂଥରେ ।

 

ଅଫେରା ହେ ଅଶରୀରୀ ! ଅବାକ୍‌ ଏ ଅଶ୍ରୁଳ ଅବାଚୀ...

ପ୍ରତୀକ୍ଷାର ପ୍ରତିକୃତି : ପ୍ରକାରାଂତେ ପ୍ରତ୍ନ-ପ୍ରଶ୍ନବାଚୀ।ା

 

ଅପ୍ସରୀ

 

ହେ ଅପ୍ସରୀ, ଆଜିଠାରୁ ଲ୍କ ମାଗୁଚି ମୁଁ ତୁମଠୁ ମେଲାଣି

ପଡ଼ିରହୁ ପୂର୍ବାପର ପୂର୍ଣମୀର ପ୍ରୋଥିତ ପୃଥିବୀ...

ନ ଗୁଂଥୁ ନିର୍ଜନେ ବସି ମଲ୍ଲୀମାଳ ମୋକ୍ଷଦା ମାଲ୍ୟାଣୀ

ଦୟିତାର ଦ୍ୱାରବଂଧେ ନୈଶଦୀପ ନ ଜାଳୁ ଦୂତୀ ବି !

 

ନ ନେଉ ନାଉରି ଏଠି ନାଆଁ କେବେ ନହୁଲୀ ନଈର

ନାମଂଜୁର‌୍‍ ହେଉ ସବୁ ନୀଳରାତ୍ରି, ପାଟଳ ପାହାଂତି

ନ ଦିଶୁ କୌଣସି ଦିନ କ୍ଷତଚିହ୍ନ ଗହନ ଗହୀର...

ରଦ୍ଦ ହେଉ ରାଶିଚକ୍ର ... ଋତୁସବୁ ନ ମାଗୁ ରିହାତି !

 

ପୁରୁରବାଃ ପ୍ରେମ ଆଉ ଉର୍ବଶୀର ଉଷ୍ଣତା ନ ମାପୁ

ମେନକାର ମେଘାଳୟେ ବିଶ୍ୱାମିତ୍ର ନବିତାଉ ନିଶି...

ତିଳୋତ୍ତମା ତନୁ ତୁମ ନ ପାଲଟୁ ଟଗରର ଟାପୁ

ହେ ବିଗତା, ଆଜିଠାରୁ ଲ୍କ ବିସ୍ମୃତିରେ ସ୍ମୃତି ଯାଉ ମିଶି !

 

ହେ ଅପ୍ସରୀ, ଆଗ ପରି ଲ୍କ ବଢ଼ାଅନା ବାସିବରମାଲ୍ୟ...

ସÒଳନର ସ୍ମୃତିସବୁ ... ଜ୍ୱଳନରେ ନହେଉ ନିର୍ମାଲ୍ୟ।ା

 

ରଂଭା

 

ଏପଟେ ଚଂଦ୍ରର ଚରା । ଆରପଟେ ଇଂଦ୍ରର ଇଲାକା

ମୋତେ ଆଜି ଆଶ୍ରା ଦିଅ, ଏ ମାଟିରେ । ମୁଁ ସ୍ୱପ୍ନସଂଭବା...

ଭାରି ସତେ ଇଚ୍ଛା ହୁଏ ଲ୍କ ହୁଅଂତି କି ସୁବର୍ଣବଳାକା

ସଂଜର ଏ ସରୋବରେ ସଂତରଂତି ଲ୍କ ରୂପସୀ ମୁଁ ରଂଭା !

 

ମର୍ତ୍ୟର ଏ ପଦ୍ମ ମୋତେ ସ୍ୱର୍ଗର ସେ ପାରିଜାତଠାରୁ

ଅଧିକ ଆତ୍ମାର ଲାଗେ । ଅଛି ଏଠି କୋଇଲିର କୁହୁ

ପାହାଂତିଟା ପଠାଏ ବି ପବନକୁ ପଶ୍ଚିମ-ପଠାରୁ

ଥାଉ ବା ନ ଥାଉ ଯାହା, ଅଛି କିଂତୁ ଲ୍କ ଆହା ଏବଂ ଉହୁ !

 

ମନେ ଆଉ ପଡ଼ୁନି ମୋ - ମର୍ମଦାହ ନଳକୂବରର

ରାବଣର ରମଣ ବା ରେତପାତ, ଋଷିର ରୋମାଂଚ...

ସାଜିଥିଲି ସିଦ୍ଧଶାପେ ଶିଳା ସତେ ସସ୍ର ସଂବତ୍ସର ?

ମନେ ମୋ ପଡ଼ୁନି କିଛି । ଭୁଲେ ମୁଦ୍ରା । ଭୁଲ‌୍‍ ହୁଏ ନାଚ !

 

ଭୁଲ‌୍‍ ଭଲା ହୁଅଂତା କି ଭାଗ୍ୟ ମୋର, ଭାଜଂତା କି ଭ୍ରମ

ଅପ୍ସରୀ ମୁଁ ଆଉଥରେ ନିଅଂତି କି ନାରୀର ଜନମ !!

 

ମେନକା

 

ବିସ୍ମିତ ମୁଁ ବିଶ୍ୱାମିତ୍ର । ସ୍ୱର୍ଗେ ଲାଗେ, ମଂଚେ ଲାଗେ ଡାଳ

କାହାର କାଂଚନକାୟା କାଟୁ କରେ କୁହୁଡ଼ିକୁ କାଟି ?

ମର୍ମ ମୋର ମଂଥିଯାଏ କାହାର ଏ ନର୍ମନୃତ୍ୟତାଳ ?

ମେନକାର ମାୟାରେ କି ମହକୁଚି ମହଳଣ ମାଟି ?

 

ମାଳିନୀନଦୀର ମୋଡେ଼ ମାୟାବିନୀ ମୋହିଥିଲା ମନ

କେବ କଥା କେଜାଣି ସେ ? କେତେ କାଳ କଟିସାରିଲାଣି...

ସେଦିନ ବି ଏଇଭଳି ତରା ତଳେ ଲ୍କ ତୋଫା ଥିଲା ଜହ୍ନ

ମାଟି ପୁଣି ପବନକୁ ମନକଥା କହୁଥିଲା ପାଣି !

 

ହେ ଆକ୍ଷି, ଫିଟାଅ ପତା ! କାନ, ଭୁଲ ଲ୍କ ଓଠର ଓଁକାର

ନାକେ ବାଜେ ନାନା ବାସ୍ନା ... ଚମକୁ ବି ଚଇତାଳି ଛୁଏଁ

ମୋ କନ୍ୟାର ମାତା ତୁମେ ଲ୍କ ମାଗ ଯଦି ପ୍ରେମ ପୁନର୍ବାର

ପୁଷ୍କରତୀର୍ଥରେ ତେବେ, ପୁଣ୍ୟ ନୁହେଁ ... ପାପକଥା କୁହେଁ !

 

ପୁଣ୍ୟଠାରୁ ପାପ ପ୍ରିୟ । ମୋକ୍ଷଠାରୁ ମଧୁର ଏ ମାୟା...

ସ୍ୱର୍ଗ ଯଦି ସ୍ୱପ୍ନ ମାଗେ ଲ୍କ ମର୍ତ୍ୟ ମାଗେ ପ୍ରେମର ପ୍ରଚ୍ଛାୟା।ା

 

ଉର୍ବଶୀ

 

ଯେଉଁଠି ସଂପନ୍ନ ସବୁ ସଂପର୍କର ସବୁଜ ସୂର୍ଯାସ୍ତ

ନୀଳନୀଳ ନକ୍ଷତ୍ରର ନାମାବଳୀ ନିଶ୍ଚିହ୍ନ ନିଶିର,

ସେଠି ତୁମେ ସ୍ୱର୍ଣପଦ୍ମା, ଫୁଟାଇଚ ପ୍ରେମର ପ୍ରଭାତ

ଯଦିଚ ନୟନୁ ଦିନେ ନିଗାଡ଼ିନ ସ୍ୱର୍ଗର ଶିଶିର !

 

ସ୍ୱର୍ଗ ତୁମ ବର୍ଗକ୍ଷେତ୍ର ଲ୍କ ବ୍ୟବସ୍ଥିତ ବ୍ୟଥାହୀନତାର,

ଚିତ୍ରିତ ଚୌହଦିଟିଏ ... ଚଂଦ୍ର ସେଠି, ନୁହେଁ ଚତୁର୍ଦଶୀ

ପ୍ରତି ରାତ୍ରି : ରତି-ରାତ୍ରି । ପୂର୍ଣିମା ବି ପଂଦର ପ୍ରକାର

ଇଂଦ୍ରର ସେ ଇଲାକାରେ ଘୂର୍ଣିଟିଏ : ତୁମେଇ ଉର୍ବଶୀ !

 

ଫୁଲ ଅଛି, ଘାସ ନାଇଁ । ମେଘ ଅଛି, ମାଟି ନାଇଁ ମୋଟେ

ଅମୃତ ଅବଶ୍ୟ ଅଛି, ଅଶ୍ରୁ ନାଇଁ । ନାଇଁ ସ୍ୱର୍ଗେ ମୃତ୍ୟୁ...

ଅଥଚ ଏ ମର୍ତ୍ୟ ପାଇଁ ଲ୍କ ପ୍ରାର୍ଥନାଟେ, ଫୁଟେ କିଆଁ ଓଠେ ?

ମରଣର ମୃଗବନେ ମାଗ କିଆଁ ରମଣର ଋତୁ ?

 

ଅନଂତଯୌବନା ଆଗୋ, ଆସ କିଆଁ ଅଭିଶାପ ବରି ?

ପୁରୁଷ ମୁଁ ପୁରୁରବାଃ ... ପାରୁନି ଏ ପବନ ପହଁରି।ା

 

ତିଳୋତ୍ତମା

 

ବିମୂଢ଼ କରିଚି ଯଦି ବିଶ୍ୱକୁ ମୋ ବିଦିତ ବିଗ୍ରହ,

ତୁଷାଗ୍ନିର ତୀବ୍ରତାରୁ ତ୍ରିପୁରକୁ କରିଚି ମୁଁ ତ୍ରାଣ...

ସମ୍ମୋହିଚି ସସ୍ରାସୁର ସୁଂଦ ଆଉ ଉପସଂୁଦ ସହ

ଗୋଟିଏ ମୋ କଟାକ୍ଷରେ କଂପମାନ କୋଟିଏ ନିର୍ବାଣ !

 

ତିଳତିଳ ରତ୍ନରେ ମୁଁ ରୂପାୟିତ : ତନ୍ୱୀ ତିଳୋତ୍ତମା

ମଘବାରୁ ମହାଦେବ - ମୋହିପାରେ, ମୋ ଅପ୍ସରା ଅଂଗ...

ସ୍ୱର୍ନାରୀ ମୁଁ ଶୂନ୍ୟନାରୀ । ନୁହେଁ ପତ୍ନୀ, ନୁହେଁ ପ୍ରିୟତମା

ଅଥଚ ମୋ ଅନବଦ୍ୟ ଅନଳରେ ପୁରୁଷ ପତଂଗ !

 

ରୂପ ମୋ ଜଗାଏ ତୃଷ୍ଣା । ତୃଷ୍ଣା ମଧ୍ୟ ଜଗାଏ ବେଦନା

ମନଲୋଭା ଏତେ ଶୋଭା ... ତିଳାଂକିତ ତନୁ ମୋ । ତଥାପି

ହୃଦେ କା'ର ହାହାକାର ? ଆହା, ଇଏ ଲ୍କ କାହାର କାଂଦଣା ?

ମୋ ନିର୍ଜନ ନାରୀମନ ଲ୍କ କାଂଦୁଚି କି କଳ୍ପକଳ୍ପବ୍ୟାପୀ ?

 

ବ୍ରହ୍ମାର ବରାଦେ ସିନା, ବିଶ୍ୱକର୍ମା ! ବିରଚିଲ ମୋତେ,

ବିସର୍ଜିଲ ସ୍ୱପ୍ନକୁ ମୋ ଲ୍କ କେଉଁ ସପ୍ତସମୁଦ୍ରର ସ୍ରୋତେ ??

 

ଅଳଂଭୂଷା

 

ସେ ସ୍ୱର୍ଗର ସଂଜ୍ଞା କ'ଣ‌୍‍ ? ଶୂନ୍ୟତାର ସୁନାଶିଡ଼ି ଚଢ଼ି

ଯେଉଁଠି ଅନ୍ୱେଷୁଥିବେ ଆତ୍ମାମାନେ ଆପଣା ଆଶ୍ରୟ ?

ଦଧୀଚିର ଅସ୍ଥି ନେଇ ଯେଉଁ ସ୍ୱର୍ଗ ଲ୍କ ଅସ୍ତ୍ର ଯାଏ ଗଢ଼ି

ସେ ସ୍ୱର୍ଗ ମୋ ଲୋଡ଼ା ନାଇଁ । ସେ ସ୍ୱର୍ଗରେ, ପ୍ରେମ ପାଇଁ ଭୟ !

 

ସେ ସ୍ୱର୍ଗରେ ଅଛି କ'ଣ‌୍‍ ? କେବଳଇ କ୍ଷମତାର କ୍ଷୁଧା !

ଗୁଡ଼ିଏ କଂଢେଇମାର୍କା ଦେବୀ ସେଠି ଦେବତାଂକ ଦାସୀ...

ସମର୍ପଂତି ସୁରାଂଗନା ସ୍ୱର୍ଣପାତ୍ରେ ସୁରା ସଂଗେ ସୁଧା

ସାପର ଶେଯରେ ସେଠି ସ୍ୱପ୍ନ କାହିଁ ? ନିଦ୍ରା ନିତ୍ୟରାସୀ !

 

ସ୍ୱର୍ଗରେ ନ ଥାଏ ସ୍ୱପ୍ନ । ସେଥିପାଇଁ ସାଉଁଟିଲି ଶାପ

ଅମର୍ତ୍ୟର ଅଳଂଭୂଷା, ମର୍ତ୍ୟରେ ମୁଁ ମୃଗାବତୀ ହେଲି...

ହରାଇଛି ସ୍ୱର୍ଗ ବୋଲି ଲ୍କ ନାଇଁ ମୋର ସାମାନ୍ୟ ସଂତାପ

ସହସ୍ରାନିକର ପ୍ରେମେ ପାସୋରିଚି ଲ୍କ ସେ ସ୍ୱର୍ଗ ସୁନେଲି !

 

ମେଲାଣି ଦିଅ ହେ ମାତା, ଭଗିନୀଏ, - ହେ ଅପ୍ସରାଦଳ !

ଅମରାବତୀଠୁ ତୁମ ଲ୍କ କି ଅପୂର୍ବ, ଏ ମର୍ତ୍ୟମଂଡଳ !!

 

ନିୟତି

 

ହେ ଈଶ୍ୱର, କ୍ଷମା କର, ମୋହାବିଷ୍ଟ ମନକୁ ମୋହର

ତଳେ ଥୋଇ ତୁଳସୀକୁ ତୋଳିନେଲି ରଜନୀଗଂଧା ମୁଁ

ତାରାକୁ ତାରିଫ୍‌ କଲି । ଅଧରକୁ ଅର୍ପିଲି ଆଦର

ପାତାଳର ପଦ୍ମ ପାଇଁ ପାପ ପାଖେ ପଡ଼ିଲି ବଂଧା ମୁଁ !

 

ନୀଳ କଲି କଂଠ ମୋର ଗରାଗରା ଗର୍ହିତ ଗରଳେ

ଅଶ୍ରୁକୁ ଅମୃତ କଲି । କୋହକୁ ମୁଁ କଲି କାଳଜୟୀ

ତଲାସିଲି ତୀର୍ଥ ତୁମ ତାବତୀୟ ତିଳଚିହ୍ନ ତଳେ

ଦୁଃଖକୁ ଦୟଣା କଲି । କଲିଜାକୁ, କଲି ରକ୍ତକଇଁ !

 

ହେ ଅଦୃଷ୍ଟ, ହେଲ ରୁଷ୍ଟ ... ଅଭିଶାପ ଦେଲ କି ଦାରୁଣ !

ଠାବ ମୋତେ ମିଳିଲାନି କେବେ ତୁମ ସ୍ୱପ୍ନାଭ ସ୍ୱର୍ଗରେ...

ବାହୁଡ଼ିଲି ଜନ୍ମେଜନ୍ମେ ଶୁଝିବାକୁ ବିରହର ଋଣ

ବରିଲି ମୁଁ ବଂଦୀବାସ ଆଜୀବନ ଦେହର ଦୁର୍ଗରେ !

 

ନିଦ୍ରାବତୀ, ହେ ନିୟତି ! ନାମାଂତରେ, ହେ ନିର୍ଦୟା ନାରୀ,

ମେଘକୁ କି ମାଲୁମ‌୍‍ ମୋ ଗୁଣୁଗୁଣୁ ଘାସର ଗୁହାରି ?

 

କପୋତୀ

 

ବେଳେବେଳେ ଭୟ ଲାଗେ, ଭୀରୁ ତୁମ କପୋତୀର ଡେଣା

ସରିବା ଆଗରୁ ସୀମା ଲ୍କ ସୂର୍ଯାସ୍ତ ଓ ସୋରିଷର କ୍ଷେତ

ଥକିଯିବ ଅଧବାଟେ ... ଭୁଲିଯିବ ବସାର ଠିକଣା ଲ୍କ

ଆଉ ତୁମେ ହେମାଂଗିନୀ, ହଜିଯିବ ହଠାତ‌୍‍ ହୁଏତ !

 

ବାରିବାରି ବାଲୁବଂତ, ବଂଦର ବା ବଂଗୋପସାଗର

କୁଶର ଏ କୋଶଳକୁ ତୁମେ ବୋଧେ ଆସିବନି ଉଡ଼ି

ଉଆଁସରେ ତୁମେ ଆଉ ଜାଳିବନି ହୁଏତ ଜାଗର

ଜଳୁଥିବ ଏ ଅଂଧାରେ ତୁମ ପାଇଁ ଯଦିବା ଦିହୁଡ଼ି !

 

ତୁମେ କିଂତୁ ଯେଉଁଦିନ ପାରିହୋଇ ପ୍ରାଚୀନ ପୃଥିବୀ

ଫେରିବ ପକ୍ଷରେ ଭରି ଫୁଲରେଣୁ, ଚଂଚୁପୁଟେ ଚୁମା

ପ୍ରେମର ଏ ପ୍ରଳୟରେ ସେଦିନ ମୁଁ ନ ଥିବି, ନ ଥିବି

ଯଦିବା ମହୁଲବଣେ ଥିବ ମୋର ମହୁ-ମହକୁମା !

 

ସୁହାଗିନୀ ହେମାଂଗିନୀ ! ବେଳେବେଳେ ଭୟ ଲାଗେ ଭାରି

କପୋତୀ ହେଲେ ବି ତୁମେ ଲ୍କ କଳ୍ପନାରୀ ଏପାରି ସେପାରି।ା

 

ବଳକା

 

ଏପଟେ ଚିହ୍ନିତ ଚୈତ୍ର । ଆରପଟେ ବିଚିତ୍ର ବୈଶାଖ

ମିଛ ମିଛ ମଧୁମାସ ... ମେଘମାନ ମିଛ ମାଛକାତି...

ଡେଣା ତୁମ ନବୁଝୁଣୁ ଡାଳଚିନି ବନସ୍ତର ଡାକ

ଡଉଲ ଡୋଳାରେ କିଂତୁ ଲ୍କ ଢେଉ ଭାଂଗେ ଡରକୁଳୀ ରାତି !

 

ପ୍ରେମ ତୁମ ପଦ୍ମଫୁଲ । ଘୁଂଚିଯାଏ। ଘୁଂଚିଘୁଂଚିଯାଏ

ବଳକା ବାଡ଼ୁଅବେଳ ବୁଡ଼ିଲାଣି ବେଂଟପୋଖରୀରେ...

ବର୍ଷବର୍ଷ ବିଷାଦରେ ବାଲୁବଂତ ବିରହ ବିତାଏ

ବାଟଭୁଲା ବୟସଟା ବର୍ଷିଯାଏ ବେତ୍ରବତୀତୀରେ !

 

ଫେରିଯାଅ ପର ଝାଡ଼ି ପଉଷର ପୋହଳାଟାପୁରୁ

ସିଂହଳଦ୍ୱୀପରେ ତୁମ ଲାଗୁ ଅବା ନଲାଗୁ ବହିତ୍ର...

ଦୁଃଖିନୀ ଦ୍ୱିଜାର ଦ୍ୟୁତି ଲ୍କ ଦିଶୁ ଅବା ନଦିଶୁ ଗୋ ଦୂରୁ

ଚିତ୍ରିତ ଏ ଚରାଭୂଇଁ ଚୁଂବିବନି ଚକିତ ଚଇତ୍ର !

 

ବୈଶାଖର ବଳାକା ଗୋ ! ତୀରେ ତୀରେ ତୀକ୍ଷ୍ଣତର ତୃଣ...

ମଳିନ ଏ ମୀନମାସେ ମନ ମୋଟେ ମାଗେନା ମିଥୁନ।ା

 

ବିହଂଗନୀ

 

ତୁମେ ଯଦି ଫେରିଆସ ଝଡ଼ ଯେତେ ଝାଡ଼ିଝୁଡ଼ି ହୋଇ

ଝଟାପଟା ଝାଡ଼ବଣେ ଉଡ଼ିବାକୁ ହୁଅ ଯଦି ରାଜି

ତୁମେ ଯଦି ଫେରିଆସ ଡେଣାଦୁଇ ଦିଗଂତରେ ଧୋଇ

ପ୍ରାସ ହେବ ଅନୁପ୍ରାସ ... ରାଗ ହେବ ଅନୁରାଗ ଆଜି ।

 

ତୁମେ ଯଦି ଉଡ଼ିଆସ ଶାଳବଣେ ସଂଜ ନହେଉଣୁ

ପଉଷର ପୋଡ଼ାଘାସେ ପର ଝାଡ଼ି ପରସ୍ତ ପରସ୍ତ

ଥୁଂଟାଡାଳେ ଥଂଟ ଘଷି ଗାଅ ଯଦି ଗୀତ ଗୁଣୁଗୁଣୁ

ଆଶା ହେବ ଆଶାବରୀ ... ଫଗୁଣଟା ମିଳିବ ଫେରସ୍ତ ।

 

ତୁମେ ଯଦି ଚାଲିଆସ ତାରିଖର ତାରବାଡ଼ ଟପି

ଗେଂଡାଳିଆ ଗୋହିରାର ଡେଂଗାଳିଆ ଡେରାମାନ ଡେଇଁ

ବାହୁଡାବାଟର ବଟ ବୋଲୁଥାଉ : ବିଟପୀ ବିଟପୀ

ଏ ଚଂଦନବନସ୍ତରୁ ଚାରାଟିଏ ଚାହୁଁଥିବ ଚେଇଁ ।

 

ବୟସର ବିହଂଗିନୀ ! ତଥାପି ବି ମାଡେ଼ ଆଜି ଡର

ଶୋଷ ତୁମ ନପାଲଟୁ ଲ୍କ ଅବଶୋଷ ସାତସମୁଦ୍ରର।ା

 

ବିରହିଣୀ

 

ତୁମେ ଆଜି ଆକାଶରେ ଅର୍ଧବୃତ୍ତ ଆଂକିଦେଇପାର

ହାୱାରେ ହୁଗାଳିପାର ହାଲ‌୍‍କା ହଳେଡେଣାର ଓଜନ

ଭାଂଗିପାର ଭୃଂଗାର ଏ ଭାରଭାର ଭଲପାଇବାର

ଯୋଡ଼ିଯୋଡ଼ି ଯୋଜନାରେ ଯୋଚିପାର ଯୋଜନଯୋଜନ !

 

ଘରର ଗଜଲ‌୍‍ ଆଉ ଗାରାଅନା ପରକଲମରେ...

କୁହୁଳୁ ଏ କୁହୁଡ଼ିରେ କୁଲାୟର କୁଟା ଆଉ କାଠି

ଆକ୍ଷି ବୁଜୁ ଅତୀତଟା। ଅତଃପର ଏକାଦିକ୍ରମରେ

ତୁମେ ଆଜି ଉଡ଼ିବୁଲ, ଭଲ ଯଦି ନଲାଗୁଛି ମାଟି !

 

ହଜାର ହେମଂତ ହୁଡ଼ି ଅକସ୍ମାତ‌୍‍ ଆସ ତୁମେ ଯଦି

ଶୀତର ଏ ସାକେତକୁ ଲ୍କ ଥିବ ହଂସଦୂତରେ କି ଦାୟ?

ନ ଥିବ ତ ଫାଲ‌୍‍ଗୁନର ଫୁଲବନ ... ଚୈତ୍ରର ଚୌହଦି

ବୈଶାଖର ବୈଶାଳୀରୁ ନେଇଥିବ ବସଂତ ବିଦାୟ !

 

ବିରହିଣୀ ବିହଂଗିନୀ ! ବିଳପନା ବେନାମୀ ବନରେ...

ମଉଳାପକ୍ଷରେ ମାତେ ମାଘ ମଧ୍ୟ ମନରେ ମନରେ।ା

 

ଶାରୀ

 

ନାରୀନାମ୍ନୀ ଶାରୀ ମୋର ! ଶାଳବଣେ ଶେଷ ହେଉ ଶୀତ

ଅରାଏ ଆକାଶ ଆଜି ଆଶଇ ମୁଁ ଲ୍କ ଉଡ଼ାଚଢ଼େଇଟେ...

ମୋ ଆସଂତା ଆରଂଭରେ, ଆଉ ତୁମେ ଆସନା ଅତୀତ,

ସାମର୍ଥ୍ୟ ବା କାହିଁ ମୋର ରଖିବାକୁ ସଖୀକଂଢେଇଟେ ?

 

କେବେ ଦିନେ ଥିଲ ତୁମେ କାନନର କୁଆଁରୀ କନିଆ,

ସବୁ ଶୁଭ୍ର ଶୁକ୍ଳପକ୍ଷେ ସବୁଜ ଏ ଶୁକର ସଂଗିନୀ...

କୃଷ୍ଣପକ୍ଷେ ଯେଦିନ ମୋ ଖାଂଡବକୁ ଖେଦିଗଲା ନିଆଁ

ସେଦିନ ଅନାଇ ଦେଖେଁ ଲ୍କ ପାଶେ ନାହଁ, ପ୍ରିୟ ପତତ୍ରିଣୀ !

 

ହେ ମୋର ଫେରାର‌୍‍ ପ୍ରେମ ! ନିରୁଦ୍ଦେଶ - ହେ ମୋର ନିଃଶ୍ୱାସ !

ସତ୍ୟ ଗଲା । ତ୍ରେତା ଗଲା । ଦ୍ୱାପରାଂତେ, କାଳାଂତକ କଳି...

ଫେରିନ ଫେରିନ ତୁମେ । ଫିଟାଇନ ଫଗୁଣର ଫାଶ

ଆତ୍ମାହୀନ ଦେହଟିଏ ଲ୍କ ଅଛ ତୁମେ, କେଉଁଠି କିଭଳି ?

 

ହେ ନାରୀ, ଯେଉଁଠି ଥାଅ ଲ୍କ ନିରୀକ୍ଷିବ ସେଠୁ ବି ଆକାଶ :

କି ସର୍ବନାଶର ପର୍ବ ପାଳୁଚି ଏ ଶେଷପୌଷମାସ!

 

ବୟସୀ

 

କହିବିନି ସତକଥା । କିଛି ସତ, କହିବାକୁ ମନା

କହିବି କି ମିଛଟିଏ : ତୁମକୁ ମୁଁ ଯାଇଅଛି ଭୁଲି ?

କହିବିନି ସାତ କଥା । ହେବେ କାଳେ ସତୀଏ ଉନ୍ମନାଃ

କହିବି କି ବ୍ୟଥାଟିଏ : ରହିଯାଅ ବୟସୀ ବଗୁଲୀ ?

 

ସୁନେଲିଡେଣାରୁ ତୁମ ପର ନୁହେଁ, ଖସିପଡେ଼ ଡର

ଏ ଅଂଧାର ଅଂକାଇଲେ ଅଧାଜହ୍ନ ଆକ୍ଷିର ଆକାଶେ

ତୁମେ ଲେଖ ଲୁହରେ କି ଲକ୍ଷେଚିଠି ଲବଂଗବନର?

ଜାଣନା ଜାଣନା ଜମା ଲ୍କ କେତେବେଳେ ବେଳ ବୁଡ଼ିଆସେ !

 

ଦୁଃଖ ଯେ ତୁମର : ନୁହେଁ - ମୁଁ ତୁମର ଝରକାର ଜହ୍ନ

ମାନ ମୋର ସାନକୁହା : ଦୁଃଖ ମତେ ଦାନ କରିଦିଅ

ଦୁନିଆ ତୁମର ହେଉ। ଦୁଃଖୀର ବା ଦରକାର କଣ?

ଆକାଶ ଇ ଆକାଂକ୍ଷା ତା' - ଏକମେବ ଏବଂ ଅଦ୍ୱିତୀୟ!

 

ବୟସର ବଗୁଲୀ ଗୋ ! ନ ବିତୁ ଏ ବିରଳ ବିରହ...

ଡେଣାକୁ ନ ଡାକୁ ଆଜି ଡାଳ ଆଉ : ଥିର ହ, ଥିର ହ।ା

 

ଆଦିମା

 

ସମାହିତ ସମୟର ସମାଂତର ସରଳରେଖାରେ

ଆମ ଏ ଅକ୍ଷାଂଶହୀନ ଅନୁକୂଳ ଅକୂଳ ଅକୂଳ

କେବେ ତୁମେ ନୈପଥ୍ୟରେ, କେବେ ପୁଣି ଦୈବାତ‌୍‍ ଦେଖାରେ

ଗୋଟିଏ ଆଖିରେ ନିଦ ... ଆର ଆଖି ସ୍ୱପ୍ନରେ ଅଶ୍ରୁଳ !

 

କାଳାତୀତ କାମନାରେ, - କଳ୍ପାଂତରୁ କଳ୍ପକଳ୍ପାଂତରେ

ଖୋଜିଚି ମୁଁ କାୟା ତୁମ କାଟିକାଟି କୁୟାସା କୁଟିଳ

କେବେ ତୁମେ ତ୍ରେତୟାରେ, କେବେ ପୁଣି ଦୁସ୍ତର ଦ୍ୱାପରେ

ଗୋଟିଏ ଚଂଚୁରେ ତୃଷ୍ଣା ... ଆର ଚଂଚୁ ବେଦନାରେ ନୀଳ !

 

ଧୂସର ଦ୍ୱିଧାର ଦୁଇ ଦୂରବର୍ତୀ ଦ୍ରାଘିମାର ଦୁଃଖେ

ତଲାସିଚି ତୁମକୁ ମୁଁ ତୀରେତୀରେ ତେରନଈପାରି

କେବେ ତୁମେ ମେଘାବର୍ତେ, କେବେ ପୁଣି ମୂର୍ତ ବି ମୟୂଖେ

ଗୋଟିଏ ଡେଣାରେ ପ୍ରେମ ... ଆର ଡେଣା ପ୍ରତୀକ୍ଷାରେ ଭାରି !

 

ହେ ଆଦିମା, ସରେ ସୀମା ... ସରିବନି ଶୋକର ଶାଳଂଦୀ ?

ଛି' ହୁଏ ଚୈତ୍ରମାସ । ଚିଟା ଲାଗେ ଚିହ୍ନା ଚକବଂଦୀ।ା

 

ଆଦିନାରୀ

 

ନିଭୃତ ନିଷଁାପ ଦୁଇ ନୀଳଆକ୍ଷି ନଥିଲା ନିର୍ଦୟ...

ଅଶରୀରୀ ଆକାଶରେ ଅଂକା ଥିଲା ଆଦିଗଂତ ଆଶା

ନଗ୍ନତାର ନିଦିଧ୍ୟାସେ ନଥିଲା ତ ଭଗ୍ନତାର ଭୟ,

ପୃଥୁଳ ପୃଥିବୀ ପାଇଁ ପ୍ରତ୍ୟାଶିତ ପୃଥକ୍‌ ପିପାସା !

 

ଅତୀତର ଆତବନେ ଆସିଥିଲେ ଈଷତ‌୍‍ ଈଶ୍ୱର

ଯାଚିଥିଲେ ଯୌବନକୁ ଜକଜକ ଜହ୍ନର ଆଲୁଅ

ତୁମେ କିଂତୁ ବାଛିନେଲ ସାପ ସାଥେ ପାପର ପ୍ରହର

ପାତିଲ ପାପୁଲି ପୁଣି ଲ୍କ ପିଇବାକୁ ପୋଷପୋଷ ଲୁହ !

 

ନାରୀତ୍ୱର ନିଦ୍ରାଭଂଗ ! ଗ୍ରାହ୍ୟ କଲ ଗରଳ-ଗଂଜଣା

ଅଂତ ହେଲା ଅମରତ୍ୱ ... ତୁଚ୍ଛ ତୁମ ସ୍ୱର୍ଗସୁଖ ସବୁ

ଅଥଚ ଜାଣିଲ ନାଇଁ କାହା ଚୋଟେ ଚେଇଁଲା ଚେତନା

ରହସ୍ୟର ରୂପକଳ୍ପ ଲ୍କ କିଏ ତୁମ : ସର୍ପ ନା ସ୍ୱୟଂଭୂ ?

 

ଅତୀତା ହେ ଆଦିନାରୀ ! ସତ୍ତାସାରା ସଂଚରେ ସଂଶୟ...

ଇଚ୍ଛାଧାରୀ ନାଗ ହୋଇ ଈଶ୍ୱର କି ଆସିଥିଲେ ସ୍ୱୟଂ ??

 

ଅର୍ଧନାରୀ

 

ତୃଷ୍ଣାର ତରଂଗ ତଳେ ତୁମେ ଥିଲ ତୁଷାର-ତନୟା

ବୟସର ବତାସରେ ବ୍ୟଥାହତ ବିଚିତ୍ର ବିହଂଗୀ...

ମୃଦୁ ମୃଦୁ ମୃତ୍ୟୁରେ ବି ମୃଣାଳିନୀ ମୃନ୍ମୟାମୃନ୍ମୟା

ଭୂର୍ଜର ଭୂଚିତ୍ର ଭେଦି ଭରିଥିଲ ଭୁଜଂଗୀର ଭଂଗୀ !

 

ମହୋଦଧି ମଂଥନରେ ମଦିରାକ୍ଷୀ ମୋହିନୀର ମୋହ

ମନୋମୟୀ ମତ୍ସ୍ୟକନ୍ୟା ମୃତ୍ତିକାରେ ମୂର୍ଛିିଥିଲ ମନ...

କେବେ କେତେ କାନନରେ କେଶବତୀ କୁଆଁରୀର କୋହ

ଶାହାଡ଼ାସୁଂଦରୀ ସାଜି ସାଉଁଟିଲ ଶାବନା ସପନ !

 

ମାୟାମଗ୍ନ ମଣିଦ୍ୱୀପ। ତୁମେ ତହିଁ ତ୍ରିପୁରସୁଂଦରୀ

ସୁଷୁମ୍ନାର ସୁଷୁପ୍ତିରେ ଇଡ଼ା ଆଉ ପିଂଗଳାର ପ୍ରାସ...

ତୁମେ ତ ଜାଣନା ନିଜେ, ଗଲ କେବେ ନିଜ ମଧ୍ୟୁ ମରି

ନାରୀତ୍ୱର ନିର୍ମୋକରେ ତୁମେ ଅବା ଅବ୍ୟକ୍ତ ଆଭାସ !

 

ଆଶ୍ଚର୍ଯ ହେ ଅର୍ଧନାରୀ ! ଆଦିର କି ଏତାଦୃଶ ଇତି?

ଯୌଗିକ ଯୌବନ ଯଥା ଜର୍ଜରିତ ଜହ୍ନର ଜ୍ୟାମିତି।ା

 

ଅତଃନାରୀ

 

ଆଜି ବି ସୁସଁଷ୍ଟ ନୁହେଁ : କେଉଁ ହେନା ଲ୍କ ତୁମ ହେମଂତର ?

କେଉଁ ସବୁ କଳାଦୁଃଖ ନୀଳ ତୁମ ଦିନାଂତର ଦ୍ରୋହ ?

ଆଜି ବି ନିର୍ଦିଷ୍ଟ ନୁହେଁ : କେଉଁ ଦ୍ୱିଜା ଲ୍କ ତୁମ ଦିଗଂତର ?

ମୋହିନୀରୁ ମାୟାବିନୀ ... ମୁହୁର୍ମୁହୁଃ ମର୍ମରିତ ମୋହ !

 

ଆଜି ବି ଅତୀତ ତୁମ ଅଧାଜଳା ଯୂଥିକାର ଜୁଇ

ଆଜି ବି କରୁଣ କେତେ କିଂବଦଂତୀ କଜ୍ଜ୍ୱଳ ତୁମରି

ସ୍ୱପ୍ନ ତୁମ ସ୍ୱାତୀତାରା ... ଅସ୍ତ ହୁଏ ଅଲକ୍ଷିତେ ଉଇଁ

ଆଜି ବି ଆଦିମ ତୁମ ଅମାରାତ୍ରି ଉଭା ଆଗ ପରି !

 

ବୃଥାବନ : ବୃଂଦାବନ। ବୃଥା ବୃତ୍ତ। ବୃଥା ବୃଂଦବ୍ୟଥା

ଆଜି ବି ଅଶୋକବନ ସୁମରୁଚି ସତୀତ୍ୱର ଶୋକ...

ମୌନାବତୀ ମୃତ୍ତିକା ଗୋ, କହିନାହଁ କୃତ୍ତିକାର କଥା

ଆଜି ବି ନାରୀତ୍ୱ ତୁମ : ନିର୍ବାସିତ ନଦୀର ନିର୍ମୋକ !

 

ହେ ନାରୀ, ନିଜେଇ ନିଅ ଲ୍କ ନିଜଠାରୁ ନିଜର ନିଷ୍କୃତି...

ପ୍ରେମର ଏ ପାତାଳରେ ସର୍ପାହତ ସୂର୍ଯମୁଖୀ ସ୍ମୃତି।ା

 

ଗାଂଗୀ

 

ସ୍ୱର୍ଗେ ତୁମେ ଥିଲ କେବେ? ନାମ ତୁମ, ଥିଲା ମଂଦାକିନୀ

କଳ୍ପନା କରିବି କୁହ ଲ୍କ ତୁମକୁ ମୁଁ କେଉଁ ରଂଗରୂପେ ?

ମର୍ତ୍ୟେ ହେଲ ଭାଗୀରଥୀ । ପରେ ପୁଣି ପାତାଳଗାମିନୀ

ଭାଷ୍ୟ ତହିଁ ଭରିଲ ଗୋ ଭୋଗବତୀ, ଭ୍ରଷ୍ଟ ଭସ୍ମସ୍ତୂପେ !

 

ଆଜି କିଂତୁ ତୀରକୁ କି ତିକ୍ତ ମଣ - ହେ ଦୂରବର୍ତିନୀ ?

ଅବଶ୍ୟ ଏ ଅବସ୍ଥାରେ ଅଂତର୍ହିତ ଅଷ୍ଟମଗାଂଗେୟ

ନଷ୍ଟ ତୁମ ଛଂଦ ଆଜି । କଷ୍ଟ ପାଅ, କେଉଁଠି ବଂଦିନୀ ?

ଜର୍ଜର ଏ ଯଜମାନ - ଯାଯାବର ଯାଜକ ଯାଜ୍ଞେୟ!

 

ହେ ଗଂଗା, ହୋଇଚ ଗାଂଗୀ। ବୁଲୁଚ ବି ବାୟାଣୀବେଶରେ

ସପତଣୀ ସାହାଲାରେ ଶୁଭୁନାଇଁ ଶଂଖହୁଳୁହୁଳି...

ଅବୁର୍ଦ ଅର୍ବୁଦ ଆଶା ବସ୍ତୁତଃ କି ବୁଦ୍‌ବୁଦ ଶେଷରେ?

ନା ଲବଣସମୁଦ୍ରରେ ଲୁହବୁଂଦା ଉଠୁଚି ଉଛୁଳି ??

 

ଆସ ମୋ ଅଳକନଂଦା, ମେଘ ମଂଡି ଉଜୁଡ଼ା ଜୁଡ଼ାରେ...

ମୂର୍ତ ହୁଅ ଲ୍କ ମସ୍ତକେ ମୋ ... ଚିତ୍ର ହୁଅ ଲ୍କ ମୋ ଚଂଦ୍ରଚୂଡ଼ାରେ।ା

 

॥ ମର୍ତ୍ୟମଂଡ଼ଳ ॥

ନାଗରୀସୂକ୍ତ

ପାତାଳେଶ୍ୱରୀ

ଦେବୀ

ଅସତୀ

ଅହଲ୍ୟା

ଅନାମିକା

ଦମୟଂତୀ

ଜରତା

ପିଂଗଳା

୧୦

ସୀତା

୧୧

ମତ୍ସ୍ୟଗଂଧା

୧୨

ପଦ୍ମଗଂଧା

୧୩

ଯୋଜନଗଂଧା

୧୪

ସତ୍ୟବତୀ

୧୫

ଚଂଦ୍ରମଲ୍ଲୀ

୧୬

ଚଂଦ୍ରାବଳୀ

୧୭

ବୃଂଦାବତୀ

୧୮

ରାସେଶ୍ୱରୀ

୧୯

ପାଟବଂଶୀ

୨୦

ରାଧା

୨୧

ଶ୍ରୀରାଧା

୨୨

ଦ୍ରୌପଦୀ

୨୩

ସୁଭଦ୍ରା

୨୪

ପ୍ରମୀଳା

୨୫

ଚିତ୍ରାଂଗଦା

୨୬

ନାଗକନ୍ୟା

୨୭

ଦାନବୀ

୨୮

ଉତ୍ତରା

୨୯

ଗୋପା

୩୦

ଅଂବାପଲ୍ଲୀ

୩୧

ଅନୁତ୍ତରା

୩୨

ମୀରା

୩୩

ପଦ୍ମିନୀ

୩୪

ଚିତ୍ରିଣୀ

୩୪

ଶଂଖିନୀ

୩୫

ହସ୍ତିନୀ

୩୬

ମୋହିନୀ

୩୭

ପରକୀୟା

୩୮

ନାୟିକା

୩୯

ଦୂତିକା

୪୦

ସହଜସୁଂଦରୀ

୪୧

ଏକସ୍ତନା

୪୨

ଏବଂ ଏକସ୍ତନା

୪୩

ନଟୀ

୪୪

ବାଈ

୪୫

କାବ୍ୟକୁମାରୀ

୪୬

ଚଂଦ୍ରକାଣୀ

 

ନାଗରୀସୂକ୍ତ

 

ସେ ମାନଗୁମାନମାନ ମେଘ ଯାଏ ମରାମତି କରି

ଗୋବଧର୍ନ ଗିରିପଥୁ ଗସ୍ତ କରେ ଗଜାଆଂବତୋଟା

ଏବେ ସେଇ ମେଘ ଆସେ ଉଗ୍ର କେଉଁ ଉପପତି ପରି

ବିଜନ ବିରତି ବାଂଛେ ବସନରୁ ଭିଜାତନୁଗୋଟା ।

 

ଏ ପାଗଟା ପଂଡ କରେ ପାତିବ୍ରତ୍ୟ ପଂଚଶର ପେଷି

ହେ କୁଶଳା କୁଂତଳିନୀ, କିଳିରଖ କବାଟଖିଡ଼ିକି

ହୀରାକୁଦବଂଧଠୁ ବି ଚଉଷଠି ବଂଧଜୋର‌୍‍ ବେଶି

ହେ ବାଂଧବୀ, ବଂଧୁଟିକୁ ବାଂଧ ବେନିଭୁଜରେ ଭିଡ଼ିକି !

 

ହାତରୁ ହୁଗୁଳେ ହାତ । ଆଗଚଲା ପାଦ ଏବେ ପଛ

ବୁଢ଼ା ହୁଏ ବରଗଛ - ବାତ୍ୟା ନିଏ ଓସ୍ତପତ୍ର ବୋହି

ଯେତେ ଯିଏ ଜେମାଦେଈ / ଜେବୁନ୍ନିସା / ଜୁଲିଏଟ୍‌ ଅଛ,

ଅଂଧପୁଟୁଳିରେ ଜଳୁ ଆଖି ତୁମ ଅଧରାତି ହୋଇ!

 

ବାକୀଅଧରାତି ବରଂ ଯାପ ତୁମେ ଯୋଗନିଦ୍ରା ବରି

ସେ ଦୀର୍ଘ ଦୁଇ ଭ୍ନ ତଳେ ଭୋର‌୍‍ ନିଶ୍ଚେ ନିର୍ମେଘ ତୁମରି ।

 

ପାତାଳେଶ୍ୱରୀ

 

ସେ ଶଯ୍ୟା ନଦୀର ଶଯ୍ୟା। ସେ ଶଯ୍ୟାରେ ଶୁଅନା ସ୍ୱପ୍ନଦା,

ନା ଅଳସ ଭାଂଗିବାର / ନା ଅବଶ ଲାଗିବାର ଲଗ୍ନ?

ତରାର ତନାବି ତଳେ ଜଳିଜଳି ଜହ୍ନଟା ତ ଅଧା

ସ୍ୱଦେହର ସ୍ୱାହା ସହ ସତୀର ଏ ସହର ସଂଲଗ୍ନ!

 

ଦେଉଳରେ ଦୋହରାଏ ଦ୍ରୋହଦୋହା ଦୁଃଖିତ ଦେହୁରି :

ମାୟୀ ଶୀତଳେଈ, ସେଇ ସିନିହ ତୋ ଅଛି ଉଷୁମ‌୍‍ ନା?

ଓଠର ସେ ଓଜରକୁ ଉଜାଡୁଚି ଓଜନ ଏ ହୁରି

ପିତ୍ତଳପତାରୁ ପୋଛି ଅଧା ଇଡ଼ା ପିଂଗଳା ସୁଷୁମ୍ନା!

 

ଗ୍ରାମଦେବତୀର ଗାଁ ଗୋନାସିରେ ଗଡ଼ଚଂଡୀଘର

ନା ଗୁମୁଟି, ଯା ଗଳିରେ ଗୋଧୂଳି ତା' ଗୁଚିତାଂଡୁ ଖେଳେ?

ଦିଏ ଏକ ଦ୍ୟୁଲୋକକୁ ଦ୍ୱୀପାଂତର ଦ୍ୱିବିଧ ଦିଗର

ପୀତନଦୀ - ପ୍ରେତନଗ୍ର ପୁନରପି ଜନ୍ମେ ଯେତେବେଳେ!

 

ଏ ଶଯ୍ୟା ନଦୀର ଶଯ୍ୟା। ଶୋଇପାର, ହେ ପାତାଳେଶ୍ୱରୀ,

ଶେଷପ୍ରହରକୁ ସ୍ୱପ୍ନ ଧଳାଫୁଲ ଦେବ କାଳେ କରି !!

 

ଦେବୀ

ୁମେ ତ ନ ଥିଲ କେଉଁ ପୁରୁଷର ପତ୍ନୀ ଅବା ପ୍ରିୟା

ଜାଗିଲ ଯେ ଯୋଗମାୟା - ପଂଚଭୂତେ ପ୍ରକୃତି ପରମା

ହେ ଆଦ୍ୟଂତୀ ଆଦିଶକ୍ତି ! ଚରାଚରେ ଚିରବଂଦନୀୟା

ସଁର୍ଧାସଂହାରିଣୀ ଶ୍ରଦ୍ଧା ... ଅମାରାତ୍ରେ, ପ୍ରତିମୂର୍ତା ପ୍ରମା !

 

ସ୍ୱୟଂଭୂର ସ୍ୱୟଂକୃତ ସନିର୍ବଂଧ ସର୍ଜନା ସକାଶେ

ଆଦ୍ୟା ତୁମେ ଆର୍ଦ୍ରା ହେଲ । ଭଗବତୀ, ଭବିଲ ଭଦ୍ରାଣୀ

ସତୀ ସଦ୍ୟ ସ୍ମୃତି ହୋଇ, ପ୍ରବେଶିଲ ପବିତ୍ର ପ୍ରଭାସେ

ଝାସିଲ ଯେ ଯୋଗାନଳେ । ପରଜନ୍ମେ ଲ୍କ ପାର୍ବତୀ ପ୍ରଦାନୀ !

 

ଶିବତାଂଡବର ପାଶେ ଲ୍କ ଲାସ୍ୟ ତୁମେ । ହେ ପରମେଶ୍ୱରୀ,

ତୁମେ ଗୌରୀ । ତୁମେ ଶ୍ୟାମା । ତୁମେ କାଳୀ । ତୁମେ ତ୍ରିଶୂଳିନୀ

ହେ ସିଂହବାହିନୀ ଦେବୀ ଶାକଂଭରୀ, ଆସ ଅବତରି...

ଦୁର୍ଗମର ଦମୟିତ୍ରୀ ! ଦୃଷ୍ଟ ହୁଅ, ଦିବ୍ୟାଦିମୂଳିନୀ !

 

ଏ ମହିଷ-ମନ ମୋର, ମୃଗ ହେଉ, ମାୟାରଣ୍ୟେ ତୁଂଭ...

ଶୁଂଭର ଶୋଣିତଶ୍ଳିଷ୍ଟ ସ୍ରୋତସ୍ରାବ ନହେଉ ନିଶୁଂଭ।ା

 

ଅସତୀ

 

ନିଦକ ନିଦରେ ନିଜେ ନିବସନୀ ନିକାଂଚନୀ ନିଶି...

ଫିକାଫିକା ପାହାଂତିଟା ଚିହ୍ନାଏ କି ଚଂଦ୍ରର ଚୁଂବନ ?

ଦିନ ଯଦି ଚିହ୍ନ ଧୁଏ - ଛାତି ତଳେ ତାତି ଯାଏ ମିଶି

ଗୋଧୂଳି ଗାଲରେ ତୁମ ଭଲ ଲାଗେ ବୟସର ବ୍ରଣ !

 

ଛାଇର ଛଟାରେ ଲେଖେ ମାଈସଂଜ ଲେଉଟାଣି ଖରା

ଦେଇଯାଏ ଅସ୍ତସୂର୍ଯ ଦସ୍ତଖତ ଦେହର ଦୈର୍ଘ୍ୟରେ...

ବନପକ୍ଷୀ ବାଟ ଭୁଲେ - ମନ ଖୋଜେ ନିବୁଜ ବଖରା

ଆକାଶୀ ଆକ୍ଷିରେ ତୁମ ତରାଉଆଁ ଉତ୍ତରମେଘରେ !

 

ଅଧାଆଲୁଅରେ ଅଂକା ଅଂଧାରରେ ଛୁଅଁ ଯଦି ମତେ

ବୁକୁବୁକୁ ଦୁକୁଦୁକୁ ... କଥା କିଂତୁ କଅଁଳ-କତୁରି

ବୟସର ବ୍ୟଥା ବୋଧେ ବେଣୀ ବାଂଧେ ବଉଳ ବନସ୍ତେ

ସରମୀ ଓଠରେ ତୁମ ଶ୍ରେୟସୀର ସ୍ୱପ୍ନ ମରେ ଝୁରି !

 

ହେ ନାରୀ, ନିଆଳୀବଣ ଲ୍କ ନିଆଁରୁ କି ନେଇନି ନିସ୍ତାର?

ସରିନାଇଁ ସତୀଦାହ ଅସରଂତି ଅସତୀ ଇଚ୍ଛାର।ା

 

ଅହଲ୍ୟା

 

ତୁମେ ଆଜି ସ୍ଥାନାଂତରେ ସ୍ଥିତପ୍ରଜ୍ଞା ସ୍ଥାବର ସ୍ଥାପତ୍ୟ

ନିଲାମର ନିକିତିରେ ନତଉଲ ଲ୍କ ନିଜର ଯା' ମୂଲ୍ୟ

ଏ ପାଖେ ପ୍ରେମର ବର୍ଷା ... ସେ ପାଖରେ ପଂଡ ପାତିବ୍ରତ୍ୟ

କି ବିଚିତ୍ର ବିଭକ୍ତିରେ ବର୍ଷିଗଲ ବିକଳ ବାହୁଲ୍ୟ !

 

ତୁମେ ଆଜି କାଳାଂତରେ କାରୁକଳା କଶ୍ଚିତ‌୍‍ କାଂତାରୀ

ଆଦରିଲ ଆଦିସତୀ, ଆର୍ଷଶାପେ ଅସତୀର ସଂଜ୍ଞା

ନିଃଶବ୍ଦରେ ନିଃସ୍ୱ କଲ ନିଜକୁ ହିଁ ନାମମାତ୍ର ନାରୀ

ସତରେ ସାଉଁଟିନେଲ କାହିଁକି ଏ ଅକଥ୍ୟ ଅବଜ୍ଞା ?

 

ତୁମେ ଆଜି ପାତ୍ରାଂତରେ ପୁରୁଷର ପାଦୋଦକ ପାଇ

ଅକର୍ମଶିଳାରୁ ଅବା ଅକସ୍ମାତ‌୍‍ ଅଂତସ୍ଥ ଅହଲ୍ୟା...

ନିଗୃହୀତା ନାରୀ କିଂତୁ ନେପଥ୍ୟରେ ନିରୁଦ୍ଦେଶ କାହିଁ ?

ଯଦିଚ ପୁରାଣକାର ‘ସତୀ’ ବୋଲି ଆଖ୍ୟା ଦେଇଗଲା !

 

ହେ ନାରୀ, ଆଜି ବି ତୁମ ଭୂଚିତ୍ରରେ ଆସିନାଇଁ ଭୋର‌୍‍...

ଆମ ରାଜ୍ୟ ରାମରାଜ୍ୟ : ହୁରି ପଛେ, ପଡ଼ୁ ଯେତେ ଜୋର‌୍‍।ା

 

ଅନାମିକା

 

ସିଂଦୂର ଦେଇନି ଟୋପେ, ଶୁଭଶଂଖା ପିଂଧାଇନି ପଟେ

ତା' ଆଗରୁ ଅଂତ ହେଲା ଅବଶିଷ୍ଟ ଆସଂତା ଅପେକ୍ଷା...

ଜାଣିଚି ମୁଁ : କେଉଁଭଳି ଲ୍କ ପ୍ରେମ ଏଠି ପାଉଁଶ ପାଲଟେ

ବଂଚିବାକୁ ପଡେ଼ ପୁଣି କେଉଁଭଳି ଏକା ଏବଂ ଏକା !

 

ଅନାମିକା, ଅନାମିକା ! ଆପଣାରେ ଅର୍ପିଚ ଆହୁତି

ଜଳିଚ ମୋ ଜାଇଫୁଲ, ବୟସର ବଣପୋଡ଼ିବେଳେ...

ହେ ପଣବଂଦିନୀ ମୋର ପ୍ରଣୟିନୀ, ତୁମ ଶୁଭ୍ରସ୍ମୃତି

ମୋ ମାନସସରୋବରେ ହଂସୀ ହୋଇ ଲ୍କ ଆଜି ମଧ୍ୟ ଖେଳେ !

 

କାମଧେନୁ କିବା ଲୋଡ଼ା ଲ୍କ ନାହଁ ଯଦି, କୁଟୀରେ କାମିନୀ ?

ଆଶ୍ରମର ଆରପାରେ ତୁମର ମୁଁ ଲ୍କ ପ୍ରିୟ ପର୍ଶୁରାମ...

କରିଚି ନିଖିଳ ବିଶ୍ୱ ନିଃକ୍ଷତ୍ରିୟ ... ଜାଳିଚି ଯାମିନୀ

କଠୋର ମୋ କୁଠାରରେ କାଟିଚି ବି କାର୍ତବୀର୍ଯ ନାମ !

 

ଅନାମିକା, ଅନାମିକା ! ଅତୀତ କି ଅରାଏ ଅଂଗାର ?

ଏ ମୋର ଓଁକାର ତୁଲେ ଓତପ୍ରୋତ ଲ୍କ ତୁମ ଅଂଗୀକାର।ା

 

ଦମୟଂତୀ

 

ମୋ ନୈତ୍ୟ ନୈମିଷାରଣ୍ୟେ ନୈମିତ୍ତିକ ଲ୍କ ମୁଁ ନୈପଥ୍ୟଚାରୀ

ଅପୁଷଁକ ଏ ଅରଣ୍ୟ ଅତିରିକ୍ତ ଅଜ୍ଞେୟ ଅଂଚଳ

ସୁବର୍ଣହଂସର ସ୍ୱର ସ୍ତବ୍ଧ ମଧ୍ୟ । ମୂକ ଶୁକସାରୀ

ନୈଶନାଗଦେବତାର ନୈବେଦ୍ୟ ମୁଁ ଲ୍କ ନୈଷଧେୟ ନଳ !

 

ଅପ୍ରମିତ ଅଂଧକାର। ଅଂତର୍ହିତ ଅଦ୍ୟ ମୋର ଅଶ୍ୱ

କୁତ୍ସିତ କପିଳ କ୍ରୋଧେ ଲ୍କ କି କୁଟିଳ କଳିର ଏ କାରା !

ସକଳ ମୋ ସର୍ବନାଶେ, ତୁମ ଶଂଖ-ସ୍ମୃତି ମୋ ସର୍ବସ୍ୱ...

ଶନିର ଏ ସଂଶୟରେ ତୁମେଇ ମୋ ଶୁଭ ଶୁକ୍ରତାରା !

 

ପର୍ଣମୋଚୀ ପର୍ଯାୟରେ ପଯୁର୍ଷିତ ପର୍ଯାପ୍ତ ପର୍ଣାସ

ମୋ ନିର୍ଦୟ ନକ୍ଷତ୍ରକୁ ସଂବୋଧିବି କେଉଁ ଶୁଭନାମେ ?

ଦେହ ସିନା ଦାହ ସହେ, ସ୍ନେହ କେଭେଁ ନିଏ କି ସନ୍ନ୍ୟାସ ?

ଏକଦା ଏକଇ ବସ୍ତ୍ରେ ଏକାକାର ଦି'ପରାଣୀ ଆମେ !

 

ତୁମକୁ ଦେଖେ ନଦେଖେ ଦମୟଂତୀ, ଦୁଃଖିନୀ ଦୟିତା,

ସଂକଳିତ ସ୍ୱପ୍ନସବୁ ସୁରଭିତ ସ୍ମୃତିର ସଂହିତା।ା

 

ଜରତା

 

ଆଷାଢ଼ ଆସିନି ଏଠି । ଅନାବୃଷ୍ଟି ଅସାଡ଼ ଅଂଗରେ

ଶ୍ରାବଣର ଶ୍ଳୋକମାଳା ଶୁଣିନାଇଁ ସଂତାପିତ ସ୍ନାୟୁ...

ପବନର ପ୍ରତିବାଦ ପିଆଶାଳ ପତ୍ରର ପଂଜରେ

ଜଳେ ଯୂଇ, ଜଳେ ଜାଇ । ଜର୍ଜରିତ ଜମିର ଜରାୟୁ !

 

ମଟାଳ ମାଟିର ମୂକ ମୁଲକଟେ ମେଘମୁଠେ ମାଗେ

ପାଉଁଶର ପାପୁଲିରେ ଫଟାଭୂଇଁ ପାତିଚି ପସରା...

ଭାଦ୍ରବ ଭୁଲିଚି ଭାଷା ବର୍ଷବର୍ଷ ଲ୍କ ଭିନ୍ନ ଏ ଭୂଭାଗେ

ଆସଂତା କି ଅଚାନକ ଆଶ୍ୱିନର ଅଂତିମ ଅସରା !

 

ଦର୍ଜା ଖୋଲ, ଲୋମପାଦ ! ଆସିଚି ମୁଁ, ଯୁବତୀ ଜରତା

ଯୌବନର ଝୁଲାରେ ମୋ ଭରପୂର ଲ୍କ ବର୍ଷାର ବରଫ...

ଗୀତ ଗାଅ ଘାସଫୁଲ, ଲୁହ ପୋଛ ଲାଜକୁଳୀ ଲତା,

ଏ ବରଫ ତରଳିବ । ଋଷ୍ୟଶୃଂଗ ପାସୋରିବ ତପ !

 

ମୁଁ ନିଜେ ମୋହିନୀ ମାୟା। ମାଂଗଳିକ ମେଘର ମୌସୁମୀ...

ବୁଂଦାବୁଂଦା ବାଂଛନାରେ ଭିଜାଇବି ବୁଭୁକ୍ଷିତ ଭୂମି।ା

 

ପିଗଂଳା

 

ଏ ରାତ୍ରି ଅଂତିମ ରାତ୍ରି ଆପାତତଃ ଆଦିମ ଇଚ୍ଛାର

ପଂକର ଏ ପାତାଳରେ ପକ୍ଷ ପିଟି ନ ପହଁରୁ ପାପ...

ଅଧିକଂତୁ ଅଂତ ହେଉ ଅଂଗଜାତ - ଏ ଅଷ୍ଟବିକାର

ସଂଜର ଶୃଂଗାର ସହ ସାଂତ ହେଉ ସ୍ନାୟୁର ସଂତାପ !

 

ରକ୍ତରେ ନ ମାତୁ ରେତ । ରତିବଂଧ - ପ୍ରତିବଂଧବଶ

ମିଥୁନର ମିଥିଳାରୁ ମୋକ୍ଷ ମାଗୁ ମାଂସ-ମେଦଃ-ମଜ୍ଜା...

ଆକୁତି ନ ତୋଳୁ ଅସ୍ଥି ... ରଦ୍ଦ ହେଉ, ରୁଗ‌୍‍ଣ ରଜଘଷ

ପିଂଗଳାର ପ୍ରେମ ପୁନଃ ନପାଲଟୁ ହେମପୁଷଁଶଯ୍ୟା !

 

ଏ ଦେହର ଦୈର୍ଘ୍ୟପ୍ରସ୍ଥ ନିର୍ଧାରିଛି ନିଷ୍କାମ ନିଷ୍କୃତି

ଏ ନବ ନବର ଏବେ ନିଷିଦ୍ଧ ହେ ନିଶାର୍ଧ-ନାଗର,

ନଷ୍ଟ ଏ ନକ୍ଷତ୍ର ତଳେ ନ୍ୟସ୍ତ ହେଉ ନିଃଶବ୍ଦ ନିବୃତ୍ତି

ନିଦାୟ ଏ ନୀଳଚଂଦ୍ର ... ବିଦାୟ ମୋ ବିଦେହନଗର !

 

ପିଂଗଳାର ପାତାଳରେ ଫୁଟିଉଠୁ ପଦ୍ମାକ୍ଷରୀ ପଦ...

ନିଃଶ୍ୱାସର ନାଗବଂଧ ନାରୀତ୍ୱକୁ ନକରୁ ନୈଶବ୍ଦ !

 

ସୀତା

 

ଓଳଗି ହେଉଛି ଆଜି ତୁମକୁ ମୁଁ, ତମସାର ତୀର !

ଅମାନିଆ ଆକ୍ଷିଲୁହେ ସତୀତ୍ୱ ମୋ କେତେ ମୁଁ ମାଜିବି ?

ଆଜି ବି ଅରଣ୍ୟକାଂଡ ଅଂତହୀନ ଲ୍କ ଏ ଅଭାଗିନୀର...

ଲଂକା ସିନା ବଂକା ହେଲା, ଅପହୁଂଚ ଅଯୋଧ୍ୟା ଆଜି ବି !

 

ସାକେତ ମୋ ଶାଶୂଘର । ସ୍ନେହ ସେଠି ସରର ସରଯୂ

ସେ ସ୍ନେହ ମୋ ଭାଗ୍ୟେ କାହିଁ ? ବନବାସେ ବୟସ ବିତିଲା...

ବ୍ୟର୍ଥ ହେଲା ବୋହୂପଣ ଲ୍କ ଆଶା ଅଳ୍ପ ଅରଜୁ ଅରଜୁ

ଆଜି ମୋର ଏତେ ବେଶି ମନେପଡେ଼ କାହିଁକି ମିଥିଳା ?

 

ଥାଆଂତୁ ଶ୍ରୀରାମ ସୁଖେ । ସାଥେ ଥାଉ ସୁବର୍ଣର ସୀତା

ଲେଖା ହେଉ ରାମାୟଣ ... ସୀତାୟଣ ଲେଖିବ କିଏ ସେ ?

କଇଁଚି-କାକୁଡ଼ିବଣେ ନାରୀଟିଏ ନଳିତା ମୁଁ ପିତା

ଲାଜ ଲାଗେ, କାହିଁକି ଯେ ହସୁଥିଲି ରାଜରାଣୀବେଶେ !

 

ହେ ଦୁଃଖୀ ଦେବର ମୋର ! ସମର୍ପିବ ସ୍ୱାମୀଂକୁ ପ୍ରଣାମ...

ସୀତା ପଛେ ବନେ ବୁଲୁ, ରାଜା ହୋଇ ରହିଥାଂତୁ ରାମ।ା

 

 

ଶୁଣୁଚି ମୁଁ ତୁମେ ସିନା ରାଜା ହୋଇ ପାଳୁଚ ପରଜା

ସୁବର୍ଣସୀତାର ଶୋଭା ସାଇତିଛ ଶୟନକକ୍ଷରେ,

ତଥାପି ତ ତୁମ ପାଇଁ ତୁଚ୍ଛ କାଳେ ସବୁ ସାଜସଜ୍ଜା

‘ସୀତେ, ସୀତେ’ କାଂଦି କାଂଦି, ବାହା ପିଟ ଆପଣା ବକ୍ଷରେ !

 

ମୁଁ ଏବେ କେମିତି ଯିବି, ପାରି ହୋଇ - ମୋ ଦୁଃଖର ଦୈର୍ଘ୍ୟ ?

ଦିନ ସିଏ ଭିନ୍ନ ଥିଲା ଲ୍କ ନ ଥିଲା ଏ ପ୍ରଶ୍ନର ପରିଖା...

ନବୀନସୁଂଦର ଘନଶ୍ୟାମ ତୁମେ ... ହେ ମଂଗଳମେଘ,

ଲଂଗଳଶିଆର ତଳେ କରିଥିଲି ତୁମକୁ ପ୍ରତୀକ୍ଷା !

 

ଆଜି କିଂତୁ ଅନ୍ୟଦିନ । ଆଜି ତୁମେ ଅବତାର ଏକ

ମର୍ଯାଦା ପୁରୁଷୋତ୍ତମ ... ମାନି ଚଳ ରାଜକୀୟ ରୀତି

ନାମ ତୁମ ନିଷ୍କଂଳକ । ରଖିବାକୁ ରାମରାଜ୍ୟ ଟେକ

ପରିତ୍ୟକ୍ତା ପ୍ରିୟା ତୁମ ଲ୍କ ଆଜି ଏଠି ପାଳୁଚି ମୁଁ ପ୍ରୀତି !

 

ରାତ୍ରି ଏବେ ତପୋବନେ । ଲବକୁଶ ପଡ଼ିଲେଣି ଶୋଇ

ମୋ'ରାଣ ତୁମେ ବି ଶୁଅ ... ଚେଇଁଥାଏ ମାଆଟେ ମୁଁ ହୋଇ।ା

 

 

କଳିନି ମୁଁ କଦାଚ ମୋ କ୍ଷତର ଏ କ୍ଷେତ୍ରଫଳ କେତେ

ମାପିନି ମୁଁ ଲ୍କ ମୋ ମନର ଖାଁ' ଖାଁ' ବିଜନ ବନସ୍ତ

ପଡ଼ିରହେ ତୃଣତଳ୍ପେ, ନିସର୍ଗର ନୀଳ ଏ ନିକେତେ

ସଫେଦ୍‌ ସତୀତ୍ୱ ସହ ଲ୍କ ମୋ ଦେହର ଦୈର୍ଘ୍ୟ ଆଉ ପ୍ରସ୍ଥ !

 

ଆଜ୍ଞା ତୁମ ମାନିନେଇ ଅଗ୍ନିରେ ମୁଁ ପଖାଳିଚି ତନୁ

ମୋ ମରଣୁଁ ମଣିଅଛି ମାନ ତୁମ ମସ୍ତବଡ଼ ପୁଣି...

ପଡ଼ିଥିଲେ ପଡ଼ିଥିବ ବିଦେହରେ ଭଂଗାଶିବଧନୁ

ମୁଁ କିଂତୁ ପଡ଼ିଚି ଏଠି ଲ୍କ ଶରାହତା ସ୍ୱପ୍ନର ମୃଗୁଣୀ !

 

ଅଶ୍ୱମେଧ ଯଜ୍ଞ ଅଂତେ ଅବସର ପାଇଚ ପ୍ରଚୁର

କୁଶଲବ କଂଠେ ଶୁଣି ରାମାୟଣ, କାଂଦିଚ କୁଆଡେ଼...

ମନସ୍ଥ କରିଚ ଏବେ : ନେବ ମୋତେ ରାଣୀହଂସପୁର

ରହିବିନି ଏଣିକି ମୁଁ ଲ୍କ ଆଉ ତୁମ ଆକ୍ଷିର ଉହାଡେ଼ !

 

ଆଶ୍ରମର ଆରପଟେ ନୃତ୍ୟ-ଗୀତ-ବାଦିତ୍ର ବ୍ୟାପକ...

ସତରେ ଆସୁଚ ତୁମେ ପାଗ ଭିଡ଼ି ? ସ୍ୱାମୀ ନା ଶାସକ ??

 

 

 

କେତେ ଦିନ ? କେତେ ମାସ ? କେତେ ଋତୁ ? କେତେ ସଂବତ୍ସର ?

କେତେ ନୀର ନଝରୁଣୁ ନେସିହେଲା ନୟନପ୍ରାଂତରେ ?

ଏ କି ସେ ଅଯୋଧ୍ୟା ନୁହେଁ ? ଏ କି ନୁହେଁ, ସେଇ ଶାଶୂଘର

ଯେଉଁଠି ମୁଁ ଟାଣୁଥିଲି ଗାରମାନ ପଥରକାଂଥରେ ?

 

ତୁମର ନିମତା ପାଇ, ଆସିଚି ମୁଁ ନିରିମାଖୀ ନାରୀ

ମୁଁ ଆସିବି ବୋଲି କ'ଣ‌୍‍ ଅଂତଃପୁରେ ବାର୍ତା ପହଂଚିନି ?

ସୁନାପଂଜୁରିରେ ସିନା ରାମନାମ ଶୁଣଉଚି ଶାରୀ

କାହାଂତି କୌଶଲ୍ୟାମାତ ? କେଉଁଠି ମୋ ଊର୍ମିଳା ଭଗିନୀ ?

 

କେଉଁଠି ବି ବଂଦାପନା ? ଶଂଖଧ୍ୱନି ? କାହିଁ ହୁଳୁହୁଳି !

ଏ ନିଆଁ ନାଚୁଚି କିଆଁ ? ପାରୁନାଇଁ, ତୁମକୁ ମୁଁ ଭେଟି...

ଏତେ ଗୁମ‌୍‍ସୁମ‌୍‍ କିଆଁ ନଅରଟା ? ଏତେ ଗୁଳୁଗୁଳି ?

ଆଜି ବି ପହଂଚିବାକୁ ତୁମ ପାଶେ, ଏତେ ବାଧା ଏଠି ?

 

ହାତର ଶଂଖାକୁ ଆଜି ପଚାରୁଚି ମଥାର ସିଂଦୂର

ସତ କହ ସତୀତ୍ୱଠୁ ପତ୍ନୀତ୍ୱଟା ଲ୍କ ଆଉ କେତେ ଦୂର ??

 

 

 

ଶୁଣୁଚି, ସଜଡ଼ା ହୁଏ ଲ୍କ ଆଜି ମଧ୍ୟ ସୀତା ପାଇଁ ଚିତା

ପ୍ରବେଶିବ ପତ୍ନୀଟିଏ ସତୀତ୍ୱର ଅଗ୍ନିପରୀକ୍ଷାରେ...

ସେ ଅଗ୍ନିର ଆଲିଂଗନେ ଅଂତ ପଛେ ହେଉ ମୋ ଅସ୍ମିତା

ଅହ୍ୟସୁଲକ୍ଷଣୀ ବୋଲି ଡେଂଗୁରାଟା ବାଜିବ ସଂସାରେ !

 

ଆଗରୁ ଅଜସ୍ରବାର, ଏ ପରୀକ୍ଷା ଆସିଚି ଏମିତି

ନିଭାଇଚି ନିଆଁ ତୁମ । ନିବେଦିଚି, ନାରୀତ୍ୱ ନିଜର

ଆଜି କିଂତୁ ଇଚ୍ଛା ହୁଏ : ଏ ସବୁର ହେଉ ଏବେ ଇତି

ସତୀତ୍ୱ ମୋ ସାମ୍ନା କରୁ ଲ୍କ ଏ ମିଥ୍ୟାକୁ, ଏଇ ଶେଷଥର !

 

ବୈଦେହୀର ବୈଶାଖୀରେ ଜ୍ୟୈଷ୍ଠ ତୁମେ । ଥାଅ ସଦା ଶ୍ରେଷ୍ଠ

ଜୟ ଜୟ ଜୈତ୍ର ତୁମ ଶୁଭୁଥାଉ ନିରବଧି କାଳ...

ପାରିହୁଏ ପାଉଁଶ ମୁଁ । ନାରୀଜନ୍ମ ଜାଣିଲି ଯଥେଷ୍ଟ

ସରୁ ସବୁ ସ୍ୱର୍ଗଲୀଳା ମର୍ତ୍ୟରେ ମୋ ... ଏଥର ପାତାଳ !

 

ହେ ବସୁଧା ମାଆ ମୋର, ଯାଆ ଫାଟି ! ହୁଅ ଲୋ ଦି'ଗଡ଼

ନାରୀତ୍ୱ ମୋ ଚାହେନାଇଁ ଆଜି ଆଉ ନିଆଁର ନିଗଡ଼।ା

 

ମତ୍ସ୍ୟଗଂଧା

 

ଭଉଁରିକି ଭୟ ନାଇଁ । ପାଣିକି ବି ନାଇଁ ମୋ ପରୁଆ

ସୁଅର ସୁଆଂଗ କେତେ ଏମିତି ମୁଁ ନିଭାଇଚି ଅଂଗେ

ଏ ଯମୁନା ନଈଟା ବି - ମୋ ପକ୍ଷରେ ନୁହେଁ ମୋଟେ ନୂଆ

ନୂଆ ଖାଲି ଲ୍କଏ ମୁହୂର୍ତ ... ତୁମ ପରି ମୁନିଯୁବା ସଂଗେ !

 

ଅଭିଆଡ଼ୀ ଆଶା ପରି ଅଥଳ ଏ ଯମୁନା ଅଥୟ

ଭିଡ଼ିଧର ଅଂଟାକୁ ମୋ । ଆଂଟରେ ମୁଁ ଧରିଚି ଆହୁଲା

ନାବ ମୋ ଦୋହଲୁ ଯେତେ, ନାଇଁ ତିଳେ ସେଥିପାଇଁ ଭୟ

ମୋ ଭୟ ମୋ ଯୌବନକୁ ଲ୍କ ହୋଇପାରେ ହଠାତ‌୍‍ ବାଉଳା !

 

ଆବର୍ତକୁ ମାନେନା ମୁଁ ମୋଟେ ହେଲେ କୈବର୍ତକୁମାରୀ

ହେଲେ କିଏ ଦିନଟାରେ କୁହୁଡ଼ି ତ କୁଢ଼େଇଦେଲାଣି...

କରି ବୋଧେ ପାରିବିନି ତୁମକୁ ମୁଁ ନଈ ଆଉ ପାରି

ମୋ ଷୋଳବୟସୀ କାୟା ଟଳମଳ ନାଆଟେ ହେଲାଣି !

 

ଆକ୍ଷିରେ ତୁମର ତାରା । ତନୁରେ ମୋ ତୋଫାଜହ୍ନରାତି...

ଓଦା ଓଦା ଓଠେ ଆଜି ଚୁମିନିଅ ଲ୍କ ମୋ ଛାତିର ତାତି।ା

 

ପଦ୍ମଗଂଧା

 

ଅକାଳକୁହୁଡ଼ି ଆସି ସକାଳକୁ ସଜାଇଚି ରାତି

ସାରାସ୍ୱପ୍ନ ତାରା ସାଜି, ସରଜିଚି ଆଦିମ ଅରଣ୍ୟ

ମୋ ଅଛୁଆଁ ଯୌବନକୁ ଲ୍କ କିଏ ତୁମେ, ହେ ଅଚିହ୍ନା ସାଥୀ,

କରିଦିଅ ମୁଠାମୁଠା ଜୁଡ଼ୁବୁଡ଼ୁ ଜହ୍ନର କିରଣ !

 

ନୂଆ ନୂଆ ଲାଗେ ମତେ ସବୁକିଛି ନିଆରା ନିଆରା

କୈବର୍ତକନ୍ୟା ମୁଁ ବୋଧେ ପାଲଟୁଚି ବିବର୍ତିତା ନାରୀ...

ଭାରି ମତେ ଭଲ ଲାଗେ ଲ୍କ ତୁମ ଦୀର୍ଘ ଦ୍ୱିଭୁଜର କାରା

ଆଜୀବନ ବଂଦିନୀ ମୁଁ ହୁଅଂତି କି ଲ୍କ ଏ ଭୁଜେ, ବିଚାରୀ !

 

ଟଗର-ଟାପୁରେ ଆଜି ବୟସ ମୋ ନମାନୁ ବାରଣ

ଢେଉମାନେ, ଡେଣା ହୁଅ ! ଡଂଗା ହେଉ କୁହୁକ-ଚଢ଼େଇ...

ମନଲୋଭା ମୁନିଯୁବା, ମାତିଉଠେ ମତ୍ସ୍ୟଗଂଧା ମନ

କରିଦିଅ ମତେ ଆଜି ପଦ୍ମଗଂଧା ... ପ୍ରେମ ଟୋପେ ଦେଇ !

 

ଜଳିଯାଉ ଜାତିଗୋତ୍ର, ଆର୍ଯ ଆଉ ଅନାର୍ଯର ଭେଦ...

ମଧୁକ୍ଷରା ମାତୃତ୍ୱ ମୋ ଜନ୍ମ ଦେଉ ଭବିଷ୍ୟର ବେଦ।ା

 

ଯୋଜନଗଂଧା

 

କିଏ ବାପା ? ବସୁରାଜ ? କିଏ ବୋଉ ? ଅଦ୍ରିକା ଅପ୍ସରା ?

ମୁଁ କେଉଁ ବଣର ମଲ୍ଲୀ ? କାହାର ମୁଁ ପାଳିତା କୁଆଁରୀ ?

ପୁରାଣକାରଂକୁ ବେଶି ମାଲୁମ‌୍‍ ମୋ ପରିଚୟ ପରା

ମତେ ଯଦି ପଚାରିବ, ମୁଁ କହିବି : ମୁଁ ନୁହେଁ କାହାରି !

 

ମୁଁ ନିଜେ ମୋ ମୁଖବଂଧ । ମୋ ସ୍ୱପ୍ନର ସୂଚିପତ୍ର ମୁହିଁ

ଅବ୍ୟକ୍ତ ଅବଶିଷ୍ଟାଂଶ ଲ୍କ ମୁଁ ନିଜେଇ, ମୋ ନିଜ ଲୁହର...

ମୋ ଚଇତି ପବନ ତ ଛିଂଡାଏ ମୋ ଚଂପାଫୁଲକୁହିଁ

କି ଗୀତ ଗାଇବି ଆଉ ଲ୍କ ନିଜ ଅଣଲେଉଟା ସୁଅର ?

 

ଭ୍ରମ ମୋର ଭାଂଗୁ ଆଜି ଲ୍କ ମୁଁ କାହାର ଆପଣାର ବୋଲି

ଏବେ ମୁଁ ପାରୁଚି ବୁଝି : ଏ ଯମୁନା ଲ୍କ ସେ ଯମୁନା ନୁହେଁ...

ହେ ମୋ ଅନୁଦ୍ଦିଷ୍ଟ ପ୍ରେମ ! ଯେଉଁ ଫୁଲ, ଥିଲ ଦିନେ ତୋଳି

ବାସ୍ନା ତା' ବନସ୍ତେ ବିତେ ... ବୃଂତ ତାର, ଆଉ କେହି ଛୁଏଁ !

 

ମୁଁ କି ସେଇ ମତ୍ସ୍ୟଗଂଧା ? ପଦ୍ମଗଂଧା ? କେଉଁଠି ମୋ ମନ ?

ଯୋଜନଗଂଧା ମୁଁ ଦୂରେ ଲ୍କ ମୋ ନିଜଠୁ ଯୋଜନ ଯୋଜନ।ା

 

ସତ୍ୟବତୀ

 

ମୋ କୁମାରୀ ମାତୃତ୍ୱର ଲ୍କ ହେ ନିର୍ଦୟ, ନିଭୃତ ନିୟଂତା !

ତୁମ ପାଇଁ ଦୀର୍ଘକାଳ କରିଥିଲି ସତରେ ଅପେକ୍ଷା...

ଭାବୁଥିଲି, କିଏ ମତେ ବୋହୂ କରି ପଠେଇଦିଅଂତା

ତୁମ ପତ୍ରକୁଡ଼ିଆକୁ । ହୁଅଂତି ମୁଁ, ତୁମ ଚିତ୍ରଲେଖା !

 

ବିତିଗଲା ବର୍ଷମାନ ଚାହିଁଚାହିଁ ତୁମରି ବାଟକୁ

କିଂକର୍ତବ୍ୟ କାଂତାରେ ମୁଁ କାଂଦୁଥିଲି କୈବର୍ତକିଶୋରୀ

ତୁମେ ଆଉ ଆସିଲନି, କଦାଚ ଏ ଯମୁନାଘାଟକୁ

ହେ ମୋର ତୃଷ୍ଣାର ତରା ! ଗଲ ସତେ କେମିତି ପାସୋରି ?

 

ଧୀବରରାଜାର ଝିଅ ବିଦା ମାଗି, ଯାଉଚି ଏଥର

ଶାଂତନୁର ଶୂନ୍ୟତାରେ ଉଉଁଥିବି ଜହ୍ନ ମୁଁ ଦ୍ୱିତୀୟା

ମୋ ମନ ମତାଏ ମୋତେ ଲ୍କ ନାରୀଟେ ମୁଁ ନିମିତ୍ତ ମାତର

ବହପ ବା କାହିଁ ମୋର କହିବାକୁ, ମୁଁ କାହାର ପ୍ରିୟା ?

 

ମିଥ୍ୟା ମୁଁ ଶୁଣାଉଥିବି, ସତ୍ୟବତୀ, ସଂସାରକୁ ସିନା :

ହେ ମୋର ପ୍ରଥମ ପ୍ରେମ ! ତୁମେ ମୋର ଅଚିହ୍ନା ଅଚିହ୍ନା।ା

 

ଚଂଦ୍ରମଲ୍ଲୀ

 

ଅଜସ୍ର ଆଷାଢ଼ ଆସି ଅଶ୍ରୁ ହୁଏ ଅଂଧାରିଆକ୍ଷିରେ

ଶୋକର ସେ ଶତଦ୍ନ କି ଷୋଳସସ୍ର ଶ୍ରାବଣର ସ୍ରୋତ?

ତଥାପି ତ ନାବ ତୁମ ଦିଶୁନାଇଁ ଯମୁନାର ନୀରେ

କାର୍ତିକର କଟିବଂଧେ କ୍ଳାଂତ କେଉଁ କରୁଣ କପୋତ !

 

ଭାଦ୍ର ତୁମ ଶୁକ୍ଳପକ୍ଷେ ଆର୍ଦ୍ର ହୁଏ ବିଷଣ୍ଣ ବିଶାଖା

ବ୍ୟର୍ଥ ଲାଗେ ବୃଷମାସେ ଚଂଦ୍ରୋଦୟ ଅଷ୍ଟମୀ ତିଥିର

ନୀଳ ହୁଏ ଦୀର୍ଘଶ୍ୱାସ । ନ୍ୟୁବ‌୍‍ଜ ହୁଏ କଦଂବର ଶାଖା

ତିଳତିଳ ତର୍ପଣର ତୃଷ୍ଣାତାପେ ତିମିରିତ ତୀର !

 

ତୁମେ ଆଉ ଆସନାଇଁ ନିଦ ଭାଂଗି ନିର୍ଜନ ଘାସର

ଆଜି ବି ଶୋଇଚି ଚେଇଁ ଲ୍କ ଗୁମ‌୍‍ସୁମ‌୍‍ ଗୋପଗାଆଁ ଗଳି...

ରଦ୍ଦ ପଛେ ହେଉ ଆଜି ରାତିରାତି ରାସର ଆସର

ତୁମେ ଆଉ ବାସନାଇଁ ମହମହ ଲ୍କ ଅୟି ଚଂଦ୍ରମଲ୍ଲୀ !

 

ଚିରିଯାଉ ଚଂଦ୍ରିକା ମୋ ... ଚିରିଯାଉ ଚିତ୍ରିତ ଚିଟାଉ

ବୟସର ବୃଂଦାବନ ବଇଁଶୀ କି ବଜାଇବ ଆଉ ?

 

ଚଂଦ୍ରାବଳୀ

 

ନଂଦନଂଦନ ମୁଁ ନିଜେ ନିର୍ବିକଳ୍ପ ନିଂଦାର ନିଦାଘ...

ଚାରା କାଇଁ ଚଂଦ୍ରାବଳୀ ? ଚିଆଁ ଦିଏ ଚଂଦନପଲଂକ ?

ଅପୂର୍ବ ଅପୂର୍ବ ସିନା ଲ୍କ ଏ ପଶ୍ଚିମେ ଲ୍କ ଆମ ପୂର୍ବରାଗ

ଉତ୍ତରାୟଣରେ ଆଉ, ନହୁଏଁ ମୁଁ ଦକ୍ଷିଣନାୟକ !

 

ଏ ଆକ୍ଷିର ଆଷାଢ଼ ବି ସେ ଆକ୍ଷିରେ ଶ୍ରାବଣ ନହେଉ

ଏ ଓଠର ଥରାଗୀତି ସେ ଓଠରେ ନହେଉ ଥୁକୁଲ‌୍‍...

ଏ ଦେହର ଶୋଷସବୁ ନଗଣୁ ବି - ସେ ଦେହରେ ଢେଉ

ଏ ମନର ଭୋକସବୁ ସେ ମନରେ ନପାଲଟୁ ଭୁଲ‌୍‍ !

 

ଚିହ୍ନିଚିହ୍ନି ଚିହ୍ନାଚିତା ଲ୍କ ଚୁମିଯାଅ, ଚିନିଚଇତାଳୀ,

ରୌଦ୍ରର ଏ ରୋଦନରେ ରିକ୍ତ ହୁଏ, ରୁଗ‌୍‍ଣ ହୁଏ ଋତୁ...

ଶିଆଳୀର ସୂର୍ଯାସ୍ତରେ ଲ୍କ ଯଦି ଆଉ ନଫୁଟେ ନିଆଳୀ

ମଦିରାପାତ୍ରରେ ମୋର, ମାତ ତୁମେ, ମତୁଆଲୀ ମୃତ୍ୟୁ !

 

ସୀମଂତିନୀ ସ୍ମୃତି ମୋର ! ସ୍ୱୀୟା ପଛେ ନହୁଅ ସ୍ୱାମିନୀ

ଶଂଖା ତୁମ ବଜ୍ର ହେଉ ... ଥାଅ ତୁମେ, ସଦାସୁହାଗିନୀ।ା

 

ବୃଂଦାବତୀ

 

ଏ ସମୁଦ୍ର, ଏ ସୀମାଂତ ... ସତରେ ତ ଲାଗେ ସାତପର

ଏକାଂତ ଏ ଏରକାରେ ଏଣୀମାନେ ଏଣିକି ଏକତ୍ର

ଦୀର୍ଣ ଦିଶେ ଦିନସବୁ । ଦୁଃଖୀଦୁଃଖୀ ଦିଶଇ ଦ୍ୱାପର

ନିଆରା ନିଆରା ଲାଗେ ନିଜକୁ ବି ନିଜର ନକ୍ଷତ୍ର !

 

ହେ କେଳିକଦଂବ ବନ ! ଷୋଳସସ୍ର ଲ୍କ ହେ କୁଳକାମିନୀ !

ଜଖମୀ ଜହ୍ନକୁ ମୋର ଲ୍କ ଦେଇଯିବି, କୁହ କାହା ଜିମା ?

ଦ୍ୱାରକାର ଦ୍ୱାରବଂଧୁ ଦିଶୁନି ମୋ ଦ୍ୱିତୀୟା ଯାମିନୀ

ନିର୍ମାୟା ନିର୍ମାୟା ଲାଗେ ନିଜକୁ ବି ନିଜର ନୀଳିମା !

 

ଇଚ୍ଛା ହୁଏ, ଅଂକେ ତୁମ ଲ୍କ ପୁହାଂତି ମୋ ଅଂତିମ ଶର୍ବରୀ

ମୟୂରପୁଚ୍ଛକୁ ପୁଣି, ଆଉ ଥରେ ଆଉଁଶିଦିଅଂତି...

ଲାଜଲାଜ ହସ ହସି ହୁଅଂତ ମୋ ରାଜରାଜେଶ୍ୱରୀ

ନିର୍ଦୟ ନିର୍ଦୟ ଆଉ ଲାଗଂତାନି ନିର୍ଜନ ନିୟତି !

 

ବିରହ ହୁଅଂତା ନାଇଁ, ବୃଂଦାବତୀ, ବୃଥାରେ ବିଫଳ

କହଂତା ଏ କୃଷ୍ଣଚୂଡ଼ା କାଳେକାଳେ, ମୁଁ ତୁମ କଜ୍ଜ୍ୱଳ।ା

 

ରାସେଶ୍ୱରୀ

 

ବଉଳାର ବେଳବୁଡ଼ ମୋହୁଁଥିବ ମଉଳାମୁହଁରେ

କାକରର କାକୁତିରେ କାଂଦୁଥିବ କେତକୀରୁ କିଆ

ବୟସୀ ଏ ବିଭାବରୀ ବିତୁଥିବ ବ୍ୟଥାର ବ୍ୟୂହରେ

ତତଲାଲୁହରେ ବୋଧେ ତିଂତୁଥିବ ତୂଳାର ତକିଆ !

 

ମୟୂରଚୂଳରେ ମଂଡି ମଥା ମୋର, ମୁରଲୀ ମୂର୍ଛନା

ତୋଳୁଥିବି ତରା ତଳେ, ତିଳତିଳ ତୃଷ୍ଣାରେ ତରଳି

ତୁମେ କିଂତୁ ଥିବ ଦୂରେ ... ଅଂତଃପୁରେ ଲ୍କ ହେ ପଦ୍ମନୟନା

ଦୂତୀ ଆସି ଜଣାଇବ ଲ୍କ ଘରେ ତୁମ ଘମାଘୋଟ କଳି !

 

ଗହଳ ଗାଂଧର୍ବୀ ଗଭା ଗଜରାର ଗହନ ଗୁଂଥାରେ

ବେଳ ତୁମ ବୁଡ଼ିଲେ ବି ଲ୍କ ଜହ୍ନ ହୋଇ, ଉଉଁଥିବି ଅଧା

ମୋ ଲାଗି ସିଂଦୂର ପଛେ ଦାଉଦାଉ ନ ଜଳୁ ସୁଂଥାରେ

ସଜଳ ସେ ନୟନାଂତେ ସାଜୁଥିବି କଜ୍ଜ୍ୱଳ ମୁଁ ସଦା !

 

ରାଜଶ୍ରୀ ମୋ ରାସେଶ୍ୱରୀ ! ତୁମେ ଆଉ ଆସ କି ନ ଆସ,

ମୃତ ତୁମ ମୂର୍ଛନାକୁ ଲ୍କ ବଂଶୀ ମୋର ଲ୍କ ଦେବ ଜୀବନ୍ୟାସ।ା

 

ପାଟବଂଶୀ

 

ଆଜି ଆଉ ବଂଶୀ ନୁହେଁ, ପାଂଚଜନ୍ୟ ଫୁଂକିବ ମୋ ଓଠ

ବାଂଧନି ବାଂଧବୀ ବେଣୀ ... ଆସ ନାଇଁ, ହେ ଅଭିସାରିକା,

ଗୋଧୂଳିର ଗହଳିରେ ଗୋପ୍ୟ ଥାଉ ଗୋକୁଳର ଗୋଠ

ଚିରନି ଚିରନି ଛାତି ଲ୍କ ଚାଂଦମୁହଁୀ ଛଇଳୀ ଛୁରିକା !

 

କାଂଦନି କାଳଂଦୀକୂଳେ କୋମଳାଂଗୀ କୁଳାଂଗନାମାନେ,

ମଥା ମୋଟେ କୋଡ଼ନାଇଁ ମଲ୍ଲିକାଏ, ମଧୁବନେ ମୋର

ହେ ପଲ୍ଲବୀ, ହେ ବଲ୍ଲଭୀ ! ଥାଅ ରହି, ନିଜ ନିଜ ସ୍ଥାନେ

ଥାଉ ପୁଣି ଯଥାସ୍ଥାନେ କାକଜ୍ୟୋକ୍ଟା ଲ୍କ ଏବଂ ମୋ କୈଶୋର !

 

କୋଳ ମୋ ଲୋଡେ଼ନି ଆଉ ଷୋଳସସ୍ର ଶଂଖିନୀ ନାୟିକା

ଘଟ ନୁହେଁ, ଘାଟ ନୁହେଁ - ଡାକେ ଆଜି କୁରୁକ୍ଷେତ୍ର ଘାଟି...

ରଥ ମୋର ପଥ ପୁଚ୍ଛି ପାରିହୁଏ ପ୍ରେମ ଓ ପ୍ରତୀକ୍ଷା

ଗହଗହ ଗୋପଦାଂଡ, ମହମହ ମେଘମଖା ମାଟି !

 

ଫେରିଯାଅ ପାଟବଂଶୀ ! ଫେଡ଼ିଦିଅ, ଚିହ୍ନରୁ ଚୁଂବନ...

ଛୁଇଁ ଛୁଇଁ ସ୍ୱପ୍ନ ଆଉ ଲ୍କ ଉଇଁବନି ଲ୍କ ଏ ଅଷ୍ଟମୀ ଜହ୍ନ।ା

 

ରାଧା

 

ଆଜି ମଧ୍ୟ ଯଂତ୍ରଣା ମୋ ଯୁଗନଦ୍ଧ ତୁମ ଜ୍ୟୋକ୍ଟା ତୁଲେ

ଅଥଚ ପିଂଗଳ ହୁଏ ଈର୍ଷାନଳେ ପ୍ରତି ପୌର୍ଣମାସ...

ଆଜି ମଧ୍ୟ ଉଷ୍ଣ ସିନା କୃଷ୍ଣତ୍ୱ ମୋ ତୁମ କଇଁଫୁଲେ

ଅଥଚ ଶୀତଳ ହୁଏ ପ୍ରବାସରେ ଲ୍କ ପ୍ରତି ପୌଷଁବାସ !

 

ଆଜି ମଧ୍ୟ ଦେହଦ୍ୱାରେ ଦୁଃଖୀ ଦାଗୀ ଅନୁରାଗ ଆମ

କାଂଦେ ମୋ କଦଂବକଳି କାଳକାଳ କରୁଣ କେଳିରେ...

ଆଜି ମଧ୍ୟ ବିରହର ବର୍ଷା ଧୁଏ ବୃଂଦାବନଧାମ

ଅଥଚ ମରିନି ପ୍ରେମ ଲ୍କ ଝଡ଼ି-ବଢ଼ି-ମରୁଡ଼ି ମେଳିରେ !

ଆଜି ମଧ୍ୟ ସଁଷ୍ଟ ସେଇ ଦ୍ୱାପରର ଦୀର୍ଘତମ ରାତ୍ରି

ଅପ୍ରମିତ ଅପବାଦ ବୟସରେ ବିଦ୍ଧ କରେ ବାଧା...

ପ୍ରତ୍ୟେକ ଅସ୍ଫୁଟ ଆମ ଶୋକଗୀତି ପାଲଟେ ଗାୟତ୍ରୀ

ଶ୍ରୀପତିର ଶ୍ରୀମତୀ ଗୋ, ଶ୍ରୀବାସିନୀ ଶ୍ରୀମୟୀ ଶ୍ରୀରାଧା !

 

ରାତ୍ରିର ହେ ରାଜହଂସୀ ! ବିସ୍ତାରିଚ ଲ୍କ ଦୁଇ ଶୁଭ୍ର ଡେଣା

ଗୋଟିକେ ଗୁପତ କୃଷ୍ଣ ... ଆରଟିରେ, ଝୁଲେ ଚଂଦ୍ରସେଣା।ା

 

ଶ୍ରୀରାଧା

 

ଆଜି ବୋଧେ ମେଘମାନେ ନାଚିଯିବେ ମଲ୍ଲାରରାଗରେ

ଗୋଧୂଳିର ଗଳିମୋଡେ଼ ଦିଶିବନି ଗୋକୁଳର ଗାଆଁ...

ଆଜି ବୋଧେ ସବୁ ନଈ ହାରିଯିବେ ଯମୁନା ଆଗରେ

ବଇଁଶୀ ମୋ ଭୁଲିଯିବ ଲ୍କ ମୋ ନିଜସ୍ୱ ନକ୍ଷତ୍ରର ନାଆଁ !

 

ଆଜି ବୋଧେ କୁଂଜବନ ତୋଳିବନି ଗୁଂଜନ କଦାପି

ଶୁଣିବନି ଗୋପଦାଂଡ ଗୁଜବର ନିଷ୍ଠୁର ନାଗରା...

ଆଜି ବୋଧେ ସବୁ ଫୁଲ କଦଂବଠୁ ମାଗିନେବେ ମାଫି

ଯାଦବ ଯୁବତୀବୃଂଦ ବୃଂଦାବନେ ଛୁଇଁବେନି ଗରା !

 

ଆଜି ବୋଧେ ବର୍ଷା ହେବ ସର୍ବାଧିକ ବାତ୍ୟାର ବେଗରେ

ଅଷ୍ଟପାଟବଂଶୀ ମୋର ଲ୍କ ଚାହିଁଥିବେ ସଜଳ ସତୃଷ୍ଣ

ଆଜି ବୋଧେ ସବୁ ନାରୀ ରାଧା ହୋଇ ରହିଯିବେ ଘରେ

ତୁମେ କିଂତୁ ନାରୀ ହୋଇ ଉଚ୍ଚାରିବ : ଆସିଚି ମୁଁ, କୃଷ୍ଣ !

 

ହେ ରାଧା, ରମଣ ଆମ ଲ୍କ ମରଣକୁ କରିବ ମଳିନ...

ଶିଆଳୀଶଯ୍ୟାରେ ମୋର ଶେଷଦିନ ... ହେବ ଶ୍ରେଷ୍ଠଦିନ।ା

 

ଦ୍ରୌପଦୀ

 

ପଳ ପଳ ପାଂଚପଳ ... ମୁଁ କାଟେ ମୋ ଯୌବନକୁ ନିଜେ

ଭାଗ ଭାଗ ଭୂଇଁ ବୋଧେ ହେବାରଇ ଥିଲା ମୋ ଭାଗ୍ୟରେ...

ଯୁଝେଷ୍ଟିର ଯଜ୍ଞାନ୍ନ ମୁଁ । କାମନାର କଡେ଼଼ଇରେ ଶିଝେ

ଭୀମର ବି ଭୋଗ ଏବଂ - ଅର୍ଘ୍ୟଟିଏ ଅର୍ଜୁନ ଆଗରେ !

 

ନକୁଳର ନୈବେଦ୍ୟ ମୁଁ । ସିରିଣି ବି ସହଦେବ ପାଇଁ

ପଂଚାଂଗର ପାତ୍ରୀଟିଏ ପାଲଟେ ମୁଁ ପ୍ରୀତି-ପଂଚେଂଦ୍ରିୟା...

ଷଷ୍ଠେଂଦ୍ରିୟେ ତୁମେ କିଏ ? ତୁମେ କର୍ଣ ? ନାଇଁ, ଆସନାଇଁ

ମୁଁ ପଂଚଚାରିଣୀ ପତ୍ନୀ । ପାଂଚାଳିନୀ । ପଂଚପତିପ୍ରିୟା ।

 

ସଭ୍ୟତାର ସଭାପର୍ବ ସରିନି ମୋ ଶିଖାସ୍ନାନ ସତ୍ତ୍ୱେ

କୃତକୃତ୍ୟ କରାଂଗୁଳି - କୋରକିତ କାୟାର କୁସୁମେ...

କାହାଂତି ପୁରୁଷ କିଏ ? ପଶୁ ଏଠି ସମସ୍ତେ ସମସ୍ତେ

ହେ କେଶବ, କେବଳଇ - ମୋ ତୃଷ୍ଣାର ତପିୁରୁଷ ତୁମେ !

 

ଏ ମନର ମାନ ରଖ ! ଅଂତ ହେଉ, ଏ ଦେହର ଦାହ...

ସଁର୍ଶିଯାଅ ସର୍ବସତ୍ତା ... ବର୍ଷିଯାଅ, ଆହେ ବାରିବାହ !!

 

ସୁଭଦ୍ରା

 

ହେ ସ୍ୱପ୍ନର ସଂଜବତି ! ଶୂନ୍ୟତାର ଶୟନକକ୍ଷରେ

ତୁମେ ଜଳ ଏକାକିନୀ ଉଆଁସର ଉଆସ ଏପାଖେ...

ସେପାଖେ ପାଂଚାଳୀପୁରେ ନିଭାଏ ତ ନିଆଁ ମୁଁ ନଖରେ

ଦିକିଦିକି ଦୁଃଖ ତୁମ ଦୀପତଳ ଅଂଧାରକୁ ଡାକେ !

 

ସୈରିଂଧ୍ରୀର ସପତଣୀ, ମୋ ସଖାର ସାବତଭଉଣୀ,

ତୁମେ ନୁହଁ ପାଟରାଣୀ । ମୋ ବାଟର ବାହୁଡ଼ା ବିଜୟା...

ଯଦିଚ ଗହମନିଦ ମାପିଯାଅ ଗଉଣିଗଉଣି

ମୋ ମନର ମଧ୍ୟାଂତରେ ତୁମେଇ ତ ଧୀରା ଧନଂଜୟା !

 

ମୋ ରଥର ପଥଭାଗେ ସିଦ୍ଧ ତୁମ ସ୍ମୃତିର ସାରଥ୍ୟ

ମୋ ନିଜ ନିଦାଘେ ତୁମେ ମେଘନାର ମିନାକରା ମୁହଁ...

ଆଉ ନାଇଁ ଅଭିମନ୍ୟୁ ... ଆମେ ଦୁହେଁ ସକରୁଣ ସତ୍ୟ

ମୁଁ ତୁମ ଆକ୍ଷିର ତରା । ତୁମେ ମୋର ଲାଜକୁଳୀ ଲୁହ !

 

ମନେଅଛି, ହେ ସୁଭଦ୍ରା ? ଦିନେ ପରା ବାହିଥିଲ ରଥ...

ଆସ ଆଜି ଆମେ ପୁଣି ପାଉଁଶରେ ପାରିହେବା ପଥ।ା

 

ପ୍ରମିଳା

 

ଦେହ ଅଛି, ସ୍ନେହ ନାଇଁ । ରାତି ଅଛି, ଜହ୍ନ ନାଇଁ ଜମା

ଚୁଂବନର ଚୁକ୍ତିନାମା ସଇ ଏଠି ହୁଏନା ଓଷ୍ଠରେ...

ତନ୍ୱୀ ତୁମେ, ଯୁଦ୍ଧଭୂମେ ଲ୍କ ତଥାପି ତ ହେଲ ପ୍ରିୟତମା

ପୌରାଣିକ ପ୍ରେମପୂର୍ତି ପୃଷ୍ଠାଂକିତ ପୃଥିବୀପୃଷ୍ଠରେ !

 

ଅଶ୍ୱମେଧ ଅଭିଯାନେ ସେତେବେଳେ ଥିଲି ମୁଁ ଅଜୁର୍ନ

ଯୌବନର ଯଜ୍ଞାଶ୍ୱ ମୋ ଅନାୟାସେ ଆଣିଥିଲି ଜିଣି

ସମୟର ଛକିଘରେ ଆଜି କିଂତୁ ଖେଳୁଚି ମୁଁ ଶୂନ

ପୌରୁଷର ପୌଷମାସ ପାଳୁଚି ବି ସର୍ବନାଶ କିଣି !

 

ଆଜି ଆଉ ଆଗର ସେ ଲ୍କ ନା, ନା ଲ୍କ ଅଜୁର୍ନ ମୁଁ ନୁହଁ...

ଅସହାୟ ଅଶ୍ୱଟିଏ ... ଚରିବୁଲେ ବାସ୍ନାର ବଣରେ

ପୁରୁଷର ପାରୁଶରେ - ପୋଡ଼ାଜଳା - ଏ କି ପଦ୍ମବ୍ୟୂହ?

ରିକ୍ତ ହୁଏ ଋତୁସବୁ ରତିହୀନ ରକ୍ତାକ୍ତ ରଣରେ !

 

ହେ ନାରୀ, ନାରାଚେ ତୁମ ଲ୍କ ନିଃକ୍ଷତ୍ରିୟ ନିଖିଳ ନିକେତ

ପ୍ରମୀଳାର ପ୍ରବାସରେ ପ୍ରବଂଚିତ ପ୍ରେମିକର ପ୍ରେତ।ା

 

ଚିତ୍ରାଂଗଦା

 

ପୁରାଣର ପରିମଳା - ନୁହଁ ପୁଣି ପ୍ରେମର ପ୍ରମୀଳା

ଇଂଦ୍ରିୟ ମୋ ଇଂଦ୍ରପ୍ରସ୍ଥ, ତୁମେ ତହିଁ ଈଶାଣ-ଈଶ୍ୱରୀ

ମୋ ନୀଳ ନିଶାର୍ଧେ ତୁମେ : ନିକାଂଚନ ନକ୍ଷତ୍ରର ନୀଳା

ସବ୍ୟସାଚୀ-ସମାବର୍ତେ ଲ୍କ ସଂଜୀବନୀ-ସ୍ମୃତି-ସପ୍ତସ୍ୱରୀ !

 

ବୟସର ବନାବର୍ତେ ତୁମେ ସେଇ ପ୍ରିୟ ପ୍ରିୟଂବଦା

ମିତ୍ରା ମୋ ମମତାମୟୀ ମଣିପୁରୀ ମଣିମହଲରେ...

ଚିରକାଳ ଚିତ୍ରା ତୁମେ ଚିଦାଭାସେ, ଅୟି ଚିତ୍ରାଂଗଦା,

ତୁମ ସହ ଦେଖା ଆଜି ଲ୍କ ଦୀର୍ଘ ଏକ ଦଶକାଂତ ପରେ !

 

ଅତନୁର ଅରଣ୍ୟରେ ତୋଳିଥିଲି ତନୁପୁଷଁ ତବ

ବାଟଭୁଲା ବର୍ଷାଋତୁ ଲ୍କ ସତରେ ମୁଁ, ଥିଲି ସଁର୍ଶାତୁର...

ମୁଁ ତୁମ ସଂଶୟହୀନ ପ୍ରଣୟର ପ୍ରଥମ କଦଂବ,

ସପତ୍ନୀର ସ୍ୱାମୀ ଏବଂ ସଂପ୍ରଦାତା ସଂଭୂତ-ଶିଶୁର !

 

ଚିନ୍ମୟୀ ଗୋ ଚିତ୍ରାଂଗଦା ! ମୁଁ ତୁମର ପ୍ରିୟତମ ପାର୍ଥ...

ପରାର୍ଧ ମୋ ପୁରୁଷାର୍ଥ : ପୁଣ୍ୟ ତୁମ ପ୍ରେମର ପରାର୍ଥ।ା

 

ନାଗକନ୍ୟା

 

ତୁମ ସହ ପରିଚୟ ଗଂଗାତୀରେ ତର୍ପଣର କାଳେ

ତପ୍ତହିରଣ୍ୟର ତନୁ, ବାସୁଥିଲା ହରିଦ୍ରା ହରିଦ୍ରା...

ତୁମ ସହ ପରିଣୟ ପ୍ରଶ୍ନାତୀତ ପ୍ରେମର ପାତାଳେ

ସଁର୍ଶରେ ମୋ ଭାଂଗିଥିଲ ଲ୍କ ବର୍ଷବର୍ଷ ନାରୀତ୍ୱର ନିଦ୍ରା !

 

ବର୍ଷମାନ ସେତେବେଳେ ବିତୁଥିଲା ବନସ୍ତବାସରେ

ଯଦିଚ ଏ ଯୌବନର ନିରାପତ୍ତା ନଥିଲା ଟିକିଏ

ଫୁଲରେ ସ୍ନିଗ୍ଧତା ଥିଲା, ସ୍ନେହ ଥିଲା ସାବଜା ଘାସରେ

ତୁମେ ମତେ ଅର୍ପିଥିଲ ନାଗକନ୍ୟା, ନୀଳରାତ୍ରିଟିଏ !

 

ପାଂଚାଳୀ ଏ ପୃଥିବୀର ପ୍ରୀତିନାମ୍ନୀ ପ୍ରତାରଣାଠାରୁ

ଭଲ ବେଶ‌୍‍ ଥିଲା ତୁମ ଲ୍କ ବିଷର ସେ ବହଳ ବିଶ୍ୱାସ

ଅଇଁଠା ଓଠର ସେଇ ଶୀତୁଳିଆ ଆଳିପଣାଠାରୁ

ଭଲ ଢେର‌୍‍ ଥିଲା ତୁମ ମିଠାମିଠା ନିଶୂନ‌୍‍ ନିଃଶ୍ୱାସ !

 

ହେ ଅନନ୍ୟା, ନାଗକନ୍ୟା ! ଆଜି ତେଣୁ ମାଗେ ମଗ୍ନମନ

ନାରୀର ଚୁଂବନ ନୁହେଁ, ନାଗୁଣୀର ନିବିଡ଼ଦଂଶନ।ା

 

ଦାନବୀ

 

ମୁଁ ଦିବ୍ୟଦାନବୀଟିଏ । ହେ ଦୁର୍ବାର ଦ୍ୱିତୀୟପାଂଡବ,

ମୋ ତନୁର ତିଳପୁଷଁ, ତୋଳିଧର ଲ୍କ ସୁପୁଷ୍ଟ ସ୍ୱହସ୍ତେ...

ଚୁମିଯାଅ ଚକ୍ଷୁପତା। ବିମୁଗ୍ଧା ମୁଁ ଭୀମରୂପେ ତବ

ହେ ବୀର, ବରଣମାଳ ବଢ଼ାଉଚି ଲ୍କ ବାରୁଣା-ବନସ୍ତେ !

 

ଦାନବୀ ମୁଁ ଦାନ ମାଗେ ମାର୍ମିକ ସେ ମାନବୀୟ ମାୟା

ପ୍ରାଣାଧିକ ପ୍ରେମ ଦେବି ତୁମକୁ ଇ ଲ୍କ ତ୍ରିବାର ଏ ସତ୍ୟ...

କାଂଦିଲେ ବି କହିବିନି କେବେ କିଛି ... କହେଁ, ଛୁଇଁ କାୟା

ଆହୁତି ମୁଁ ଦେବି ତୁମ ଆହବରେ ଆପଣା ଅପତ୍ୟ !

 

କରିନିଅ ମୋତେ ତୁମ ବାହୁପାଶେ ବାରେକ ବଂଦିନୀ

ବରିନିଅ ବଧୂ ରୂପେ । ଦିଅ ଟୋପେ ପ୍ରେମ ଓ ପତିତ୍ୱ...

ଅଗନାଗ୍ନି ଅରଣ୍ୟରେ ଲ୍କ ଥିବି ମୁଇଁ ... ତୁମ ଅର୍ଧାଂଗିନୀ

ସଂଚି ସଦା ରଖିଥିବି ଲ୍କ ତୁମ ପାଇଁ ସଜଳ ସତୀତ୍ୱ !

 

ଦାନବୀଟେ ହୁଏ ପଛେ ହିଡ଼ିଂବୀ ମୁଁ, ତୁମ ପ୍ରାଣପ୍ରିୟା

ମାନବୀର ପ୍ରେମ ପରି, ପ୍ରେମ ମୋର ଲ୍କ ନୁହେଁ ପରକୀୟା।ା

 

ଉତ୍ତରା

ତୁମେ ଆଉ ଫେରିବନି । ନିଭିଆସେ, ଚାରୁଚଂଦ୍ରଲେଖା

ଶୂନ୍ୟ ସୁନାପଲଂକରେ ସାତପ୍ରସ୍ତ ସୁପାତି ନା ସାପ?

ବୟସର ବାକିଖାତା ରହିଗଲା ଅଧାରୁ ଅଲେଖା

ନୂପୁରର ନିଦ ଆଉ ଭାଂଗିବନି ଲ୍କ ତୁମ ମିଷ୍ଟାଳାପ !

 

ଅଭିଜିତ‌୍‍ ହୋଇ ତୁମେ ଉଁ’ଥିବ ଉପରେ ଅବଶ୍ୟ

ହେ ଅଭୀଷ୍ଟ ଅଭିମନ୍ୟୁ! ହେ ମୋ ସୁଖନିଦ୍ରାର ସଂଦେହ!

ନିଦ୍ରା କିଂତୁ ନାଶ ଗଲେ ରହିଲା ବା ଆଉ କି ରହସ୍ୟ ?

ଓଢ଼ଣାଫାଂକରୁ ଆଉ ଦିଶିବନି ଲ୍କ ତୁମ ତୋରାଦେହ !

 

ଇତସ୍ତତଃ ଇଂଦ୍ରପ୍ରସ୍ଥ । ହାଇ ମାରେ ହେମାଳ ହସ୍ତିନା

କିଏ ଶୁଣେ କାଂଦଣା ମୋ ? କୋଡ଼ ତୁମ ସୁମରେ ଷୋଡ଼ଶୀ...

ତୁମକୁଇ ଝୁରିଝୁରି ଉତ୍ତରା ମୁଁ, କଂଟା ହୁଏ ସିନା

ମୋ ପଦ୍ମପୋଖରୀବୁକେ ଲ୍କ ଏ ବୈଧବ୍ୟ ବିଷମ ବଡ଼ଶୀ !

 

ପରୀକ୍ଷିତ ପୂର୍ବରେ ମୋ ବୁଡ଼ିଆସେ ଜଉଜଳା ଜହ୍ନ...

ମୋ ମହାଭାରତଯୁଦ୍ଧ ଯାପୁଥିବି ଯାବତଜୀବନ ।ା

 

ଗୋପ

 

ତୁମେ ଆଉ ଫେରିବନି । ନିଭିଆସେ, ଚାରୁଚଂଦ୍ରଲେଖା

ଶୂନ୍ୟ ସୁନାପଲଂକରେ ସାତପ୍ରସ୍ତ ସୁପାତି ନା ସାପ?

ବୟସର ବାକିଖାତା ରହିଗଲା ଅଧାରୁ ଅଲେଖା

ନୂପୁରର ନିଦ ଆଉ ଭାଂଗିବନି ଲ୍କ ତୁମ ମିଷ୍ଟାଳାପ !

 

ଅଭିଜିତ‌୍‍ ହୋଇ ତୁମେ ଉଁ’ଥିବ ଉପରେ ଅବଶ୍ୟ

ହେ ଅଭୀଷ୍ଟ ଅଭିମନ୍ୟୁ! ହେ ମୋ ସୁଖନିଦ୍ରାର ସଂଦେହ!

ନିଦ୍ରା କିଂତୁ ନାଶ ଗଲେ ରହିଲା ବା ଆଉ କି ରହସ୍ୟ ?

ଓଢ଼ଣାଫାଂକରୁ ଆଉ ଦିଶିବନି ଲ୍କ ତୁମ ତୋରାଦେହ !

 

ଇତସ୍ତତଃ ଇଂଦ୍ରପ୍ରସ୍ଥ । ହାଇ ମାରେ ହେମାଳ ହସ୍ତିନା

କିଏ ଶୁଣେ କାଂଦଣା ମୋ ? କୋଡ଼ ତୁମ ସୁମରେ ଷୋଡ଼ଶୀ...

ତୁମକୁଇ ଝୁରିଝୁରି ଉତ୍ତରା ମୁଁ, କଂଟା ହୁଏ ସିନା

ମୋ ପଦ୍ମପୋଖରୀବୁକେ ଲ୍କ ଏ ବୈଧବ୍ୟ ବିଷମ ବଡ଼ଶୀ !

 

ପରୀକ୍ଷିତ ପୂର୍ବରେ ମୋ ବୁଡ଼ିଆସେ ଜଉଜଳା ଜହ୍ନ...

ମୋ ମହାଭାରତଯୁଦ୍ଧ ଯାପୁଥିବି ଯାବତଜୀବନ ।ା

 

ବର୍ଷ ପରେ ବର୍ଷ ବିତେ । ସଁର୍ଶ ତୁମ, ପାସୋରିନି ତନୁ

ଆଜି ମଧ୍ୟ ପୁଷ୍ୟାଲୋକେ ଦୃଶ୍ୟାୟିତ ଲ୍କ ତୁମ ଚିତ୍ରପଟ...

ଲୁହଭିଜା ମୁହଁଟିଏ ଆଜି ମଧ୍ୟ, ଚାହେଁ ବାତାୟନୁ

କ୍ଳେଶ ଦିଏ, ଶ୍ଳେଷ ଦିଏ ଲ୍କ ମେଷବୃଷ ମିଥୁନକର୍କଟ !

 

ଶୁଣେନାଇଁ ଶାଳବଣ ସିଂହକଟୀ କନ୍ୟାର କାମୋଦୀ

ତୁଳାର ଏ ବିଛଣାରେ ରାତି ବୁଣେ ବିଛାର ଦଂଶନ...

ତୁମେ ସିନା ବୁଦ୍ଧ ହୋଇ ବୈଶାଖରେ ବର୍ଷିଗଲ ବୋଧି

ବଂକାଧନୁଟାଏ ଧରି, ବାଣ ବିଂଧେ ଜୀବନକୁ ଜହ୍ନ !

 

ମୃତ୍ୟୁର ଏ ମୃଗୟାରେ ଆଜି ମଧ୍ୟ ମୃତ୍ତିକା ମଳିନ

ଆଜି ମଧ୍ୟ ମୋହାବର୍ତେ ମୋକ୍ଷ ମୁଠେ ମକରଚାଉଳ...

କନକ-କୁଂଭରେ ଏଠି ଦିନସବୁ ମୂର୍ଛାହତ ମୀନ

ଗୋପା ସିନା ଗୋପ୍ୟା ହେଲା, ମନେ ଟିକେ ପଡ଼ୁନି ରାହୁଳ ?

 

ତୁମେ ଆସିବନି, ଜାଣେଁ । ରହିଥିବି ତଥାପି ଅନେଇ...

ପ୍ରୀତିର ଏ ଗୀତିକୁଂଜେ ଲ୍କ ବିତିବନି ବୈଶାଖୀ ପୂନେଇ।ା

 

 

ତୁମେ ଏବେ କେଉଁଠାରେ ? ଊରୁବିଲ୍ୱେ ? ସୁଜାତା ସମୀପେ ?

ବିତିଲାଣି ବାରବ୍ରତ ... ମୁଁ ଏଇଠି ଲ୍କ ଅଛି ଅଂତଃପୁରେ...

ସୂତାର ସଳିତାଟାଏ ଜଳୁଚି ମୁଁ ସୁବର୍ଣର ଦୀପେ

ଲୁଂବିନୀର ଲୁହ କେବେ ବର୍ଷା ହେବ କପିଳବାସ୍ତୁରେ ?

 

ବେଦନାରେ ବିତେ ମୋର ବର୍ଷମାନ । ତିଂତେ ଆକ୍ଷିପତା

ଶୁଣିଲି ଲଭିଚ ବୋଧି ସାଧନାର ସାତବର୍ଷ ପରେ...

ଘରେ ଘରେ ଚର୍ଚା ଚାଲେ ତୁମରି ସେ ସିଦ୍ଧିଲାଭ କଥା

ତୁମେ ଏବେ ବୁଦ୍ଧ ହୋଇ ଭ୍ରାମ୍ୟମାଣ ଲ୍କ ଏ ଭ୍ରଥଖଂଡରେ !

 

ଚାରିଆର୍ଯସତ୍ୟାଶ୍ରିତ ଅଷ୍ଟାଂଗିକ ମାର୍ଗର ସୂଚନା ଲ୍କ

ବଖାଣୁଚ ତୁମେ ଏବେ ଭୂଭାରତେ । ଶୁଣୁଚି ବି ମୁହିଁ...

ତୁମେ ପୁଣି ଶୁଣାଉଚ ନୂଆ ମଂତ୍ର, ନିଆରା ମୂର୍ଛନା :

ସଂସାରେ ସନ୍ନ୍ୟାସ ସାଧ୍ୟ । ନିଗୃହୀତ ଲ୍କ ହେବ କିଆଁ ଗୃହୀ ?

 

ନିଜକୁ କାହିଁକି ତେବେ, ନିଗୃହୀତ ଲ୍କ କଲ ପ୍ରିୟତମ ?

ହୋଇ କି ନଥାଂତ ବୁଦ୍ଧ ଲ୍କ ହୋଇଥିଲେ ଗୋପାର ଗୌତମ ??

 

ମୋ ସ୍ୱାମୀ ନାହାଂତି ଘରେ : କି ଦର୍କାର କହିବା କାହାକୁ ?

ମୋ ସ୍ୱାମୀ ମୋ ହୃଦୟରେ । ମୋ ପ୍ରେମର ପ୍ରତିଟି ପ୍ରସୂନେ ଲ୍କ

ହୁଅଂତୁ ସେ କଂଟା ପଛେ, ଲୋଡ଼ୁନି ମୁଁ ଲ୍କ ଆଉ କା' ଆହାକୁ

ତାଂକୁ ନେଇ ଉଲୁଗୁଣା ଲ୍କ କା' ଓଠରୁ ଯେମିତି ନଶୁଣେଁ !

 

ହେ ମୋର ଅଫେରା ସ୍ୱାମୀ ! ତୁମେ ମଧ୍ୟ ଫେରାର‌୍‍ ପ୍ରେମିକ

ତୁମେ ମୋର ମର୍ମରିତ ମାଳଂଚର ନିରୁଦ୍ଦେଶ ମାଳୀ...

ମୋ ଭାଗ୍ୟର ଭଂଗାଥାଳେ, ହୁଅ ପଛେ ବୈରାଗ୍ୟର ଭିକ

ମୋ ଚଂଦ୍ର-ଚଂପକେ ଥିଲ ଲ୍କ ଚୋରାଚୋରା ଚୁମାର ଚୈତାଳି !

 

ଶୁଣୁଚି, ପହଂଚିଲଣି ଲ୍କ ତୁମେ ଏବେ ବାରାଣସୀ ନଗ୍ର

କଟାଇବ ସେଠି କାଳେ ଆଦ୍ୟ ତୁମ, ଚାରୁ ଚାତୁମାର୍ସ୍ୟ

ଆଷାଢ଼ୁଁ ଆଶ୍ୱିନଯାଏଁ ବିତାଇବ ସମୟ ସମଗ୍ର

ବରଷିବ ଭିକ୍ଷୁସଂଘେ ବର୍ଷାବାସେ ଭଦଂତର ଭାଷ୍ୟ !

 

କାହିଁକି କେଜାଣି ଭାବେଁ : ଭଲ ଥିଲା, ସେ ବର୍ଷା ବରଂଚ

ଭାଷାତୀତ ସେ ବର୍ଷାରେ ଆଶା ଥିଲା ଲ୍କ ଘାସଠାରୁ ଘଂଚ।ା

 

ଅଂତତଃ ଅତୀତଠାରୁ ଲ୍କ ମୁଁ ଏଇଠି, ଅନେକ ଦୂରରେ

ପଛରେ ମୋ ପାଦଚିହ୍ନ । କୃଷିକ୍ଷେତ୍ର କପିଳବାସ୍ତୁର...

ମୁଁ ଗତ ଗୀତିକାଟିଏ ଲ୍କ ସତକଥା, ତୁମରି ସୁରରେ

ଉଛୁଳି ତ ଉଠିଥିଲି ... ଥିଲି ଆହା, ଆହୁରି ଆତୁର !

 

ଆଜି ମଧ୍ୟ ଦିଶିଯାଏ : ବେକେ ତୁମ ବରଣମାଳ ମୋ

ତୁମକୁ ଭେଟିବାଦିନୁ ଭୁଲିଥିଲି ବାପଘର-ବାଟ...

ତୁମ ବିହୁନରେ କିଂତୁ, କଟିଗଲା କେମିତି କାଳ ମୋ

କଳିବ କେସନେ କିଏ ? କିଳିଥିଲି ଲ୍କ କଂସାର କବାଟ !

 

ମୋ ନିଦ୍ରିତ ନାରୀତ୍ୱର, ଥିଲ ତୁମେ ଲ୍କ ସ୍ୱପ୍ନ ସର୍ବବ୍ୟାପୀ

ହଜିନି ମୁଁ ହାହାକାରେ ଲ୍କ ସେଦିନର, ସେଇ ହୁଳହୁଳୀ...

ଆଜି ମତେ ଅଠସ୍ତରି । ଶେଷଥର କହୁଚି ତଥାପି

ହେ ମୋର ଝର୍କାର ଜହ୍ନ, ତୁମକୁ ମୁଁ ପାରିନାଇଁ ଭୁଲି !

 

ଯାଉଚି ବିଦାୟ ନେଇ। ପକାଉନି ତୁମକୁ ମୋ ରାଣ

ଏ ଜନ୍ମ ମୋ ଶେଷଜନ୍ମ । ସମାଗତ ଲ୍କ ମୋ ନୀଳନିର୍ବାଣ।ା

 

ଅଂବାପଲ୍ଲୀ

 

ନିର୍ଘାତ ଏ ନିଶାରାତି ନିର୍ବାଧରେ ନିତାଂତ ନିଆରା...

ନିଦଠୁ ବଳକା ସ୍ୱପ୍ନ । କାଳିମାଠୁ ନୀଳିମାଟା ବେଶି

ଅଧିକଂତୁ, ଏ ରାତିରେ ଲ୍କ ଅଂଧାରଠୁ ଅଧିକ ହିଁ ତାରା

ଏ ମାହେଂଦ୍ର ମୁହୂର୍ତେ କି ଆସିବେ ସେ ପ୍ରିୟ ପରଦେଶୀ !

 

ତିଷ୍ୟର ତିଥିରେ ଅବା ଶିଷ୍ୟ ତୁଲେ ଆସିବେ ଅତିଥି ?

ପାରିଚି ମୁଁ ଫୁଲଶେଯ । ସଜାଡ଼ିଚି ସୁବର୍ଣର ଥାଳୀ...

ବସିଚି ଯେ ବାଟ ଚାହିଁ - ସଜାଇ ମୋ ସର୍ବାଂଗ ଏମିତି

ବର୍ଷ ବର୍ଷ ବୈଶାଖରେ ଯେମିତି ମୁଁ ବର୍ଷାର ବୈଶାଳୀ !

 

ଏତେ ରୂପ ! ଏତେ ତୃଷ୍ଣା ! ଏତେ ବେଶୀ ବିବସ୍ତ୍ର ବେଦନା !

ଜାଣି ଜମା ପାରୁନାଇଁ ଲ୍କ ମୁଁ କିଏ ସେ ? ମାଳତୀ ନା ମଲ୍ଲୀ ?

ନଟୀ ନା ନଗରବଧୂ ? ନା ନିଜେ ମୁଁ ନଦୀ ନିରଂଜନା ?

କଣ୍ୱବନେ କପୋତୀ କି ? ଆମ୍ରକୁଂଜେ ଲ୍କ ଅବା ଅଂବାପଲ୍ଲୀ ?

 

ଏପାଖେ ସ୍ୱପ୍ନ ତ ଶେଷ । ସେପାଖରେ, ଶୁଭ୍ର ଶୁଭାରଂଭ...

ସଂଭବ ସଂଭବ ଲାଗେ ଲ୍କ ଏ ଲଗ୍ନରେ ଲ୍କ ସବୁ ଅସଂଭବ।ା

 

ଅନୁତ୍ତରା

ଆଜି ଯଦି ଆସେ ମେଘ, ରାମଗିରି ପାର୍ବତ୍ୟପଥରେ

ଆକ୍ଷିର ଅଂଜନ ଆଂକେ ଆଷାଢ଼ର ଆଦ୍ୟପାଦଟୀକା

ଉଜ୍ଜୟିନୀ ଉପାଂତରୁ ତୁମେ କ'ଣ‌୍‍ ଆସିବ ସତରେ,

ଉତ୍ସର୍ଗ କରିବ ଏକ ଉପସ୍ୱପ୍ନ ଲ୍କ ଅୟି ଅବଂତିକା ?

 

ଆଜି ଯଦି ଆସେ ବାତ୍ୟା, ପାରିହୋଇ ତ୍ରେତୟାର ତୀର

ଶ୍ରାବଣର ଶରବଣେ ସରିଆସେ ସଂଜର ସଂଭ୍ରମ,

ଦ୍ୱାପରର ଦୁଃଖସବୁ, ହୁଏ ଯଦି ଲ୍କ ଯମୁନାର ନୀର,

ତୁମେ ମୋତେ ବୃଂଦାବତୀ, ଡାକିବ କି ଲ୍କ ଆସ, ପ୍ରିୟତମ ?

 

ଆଜି ଯଦି ଆସେ ବନ୍ୟା, ବୈଶାଳୀର ବେନିନୟନରେ

ଭାର ଭାର ଭାଦ୍ରବରେ ଭାଂଗେ ବୃଚ୍ଛ, ଭାସେ ବଜ୍ରବଲ୍ଲୀ,

ପାତ୍ର ପାତି ପହଂଚିବି, ହୁଏତ ମୁଁ ଲ୍କ ଭିକ୍ଷୁ, ତୁମ ଘରେ,

ଅଂତତଃ ଆଶ୍ୱିନଟିଏ ଅର୍ପିବ କି, ଆଗୋ ଅଂବାପଲ୍ଲୀ !

 

ଏ ବର୍ଷାରେ ପ୍ରଶ୍ନ ଫୁଟେ ଲ୍କ କାଲି, ଆଜି, ଆସଂତାକାଲିର...

ଅଘରୀ ଏ ଆତ୍ମା ପାଇଁ, ଘର କିଆଁ ତୋଳୁଚ ବାଲିର ??

 

ମୀରା

 

ତୁମେ ନୁହଁ ରାତିଅଧେ ବାଂଶୋରିର ରାଧା ରାଧା ରାଣ

କୁହୁଡ଼ି କଡ଼ରେ କେଉଁ କେଶବତୀ କୁଆଁରୀ କିଶୋରୀ...

ତୁମେ ନୁହଁ ଅନୁରାଧା ... ଉବୁଟୁବୁ ଜହ୍ନର ଜଣାଣ

ଶାବନା ଯମୁନାଜଳେ ଜୁଡ଼ୁବୁଡ଼ୁ କେଉଁ ସୁନାଗୋରୀ !

 

ତୃଷ୍ଣାର ତଳ୍ପରେ ତୁମେ ଲ୍କ ନୁହଁ କେଉଁ ତନୁର ତରାଟ

ନୀଳନୀଳ ନିଧୁବନେ ନିଦୁଆଳୀ ନହୁଲୀ ନିଆଳୀ...

ନାବକେଳି ନବରଂଗେ ତୁମେ କ'ଣ‌୍‍ ନିଆଶା ନିରାଟ,

ରାଈଟିଏ ନ ହେଉଣୁ, ହେଲା ଯିଏ ଛାଇଟିଏ ଖାଲି ?

 

ଆଜି ବି ସକାଳସବୁ ସଜଳ ତ ତୁମରି ସୁରରେ

ରୂପବତୀ ସଂଜସବୁ ଧୂପଧୂଆଁ ଦେଉଳରେ ଆହା...

ଉଷୁମ‌୍‍ଲୁହରେ ଓଦା ଅଧାକାନି ଉଦୟପୁରରେ

ଉତିଆଣି ଶିଶୁଟିଏ ଉଠିପଡ଼ି, ଡାକେ : ମାଆ,ମାଆ !

 

ହେ ମୀରା, ଆଜି ବି ଏଠି ଲ୍କ ମେଘଲଦା ମାତୃତ୍ୱର ମୁହଁ...

କୃଷ୍ଣ ତୁମ କେଉଁଦିନ କାହ୍ନା ହୋଇ ଲେଉଟିବ କୁହ ??

 

ପଦ୍ମିନୀ

 

ଆଜି ଯଦି ଆସେ ମେଘ, ରାମଗିରି ପାର୍ବତ୍ୟପଥରେ

ଆକ୍ଷିର ଅଂଜନ ଆଂକେ ଆଷାଢ଼ର ଆଦ୍ୟପାଦଟୀକା

ଉଜ୍ଜୟିନୀ ଉପାଂତରୁ ତୁମେ କ'ଣ‌୍‍ ଆସିବ ସତରେ,

ଉତ୍ସର୍ଗ କରିବ ଏକ ଉପସ୍ୱପ୍ନ ଲ୍କ ଅୟି ଅବଂତିକା ?

 

ଆଜି ଯଦି ଆସେ ବାତ୍ୟା, ପାରିହୋଇ ତ୍ରେତୟାର ତୀର

ଶ୍ରାବଣର ଶରବଣେ ସରିଆସେ ସଂଜର ସଂଭ୍ରମ,

ଦ୍ୱାପରର ଦୁଃଖସବୁ, ହୁଏ ଯଦି ଲ୍କ ଯମୁନାର ନୀର,

ତୁମେ ମୋତେ ବୃଂଦାବତୀ, ଡାକିବ କି ଲ୍କ ଆସ, ପ୍ରିୟତମ ?

 

ଆଜି ଯଦି ଆସେ ବନ୍ୟା, ବୈଶାଳୀର ବେନିନୟନରେ

ଭାର ଭାର ଭାଦ୍ରବରେ ଭାଂଗେ ବୃଚ୍ଛ, ଭାସେ ବଜ୍ରବଲ୍ଲୀ,

ପାତ୍ର ପାତି ପହଂଚିବି, ହୁଏତ ମୁଁ ଲ୍କ ଭିକ୍ଷୁ, ତୁମ ଘରେ,

ଅଂତତଃ ଆଶ୍ୱିନଟିଏ ଅର୍ପିବ କି, ଆଗୋ ଅଂବାପଲ୍ଲୀ !

 

ଏ ବର୍ଷାରେ ପ୍ରଶ୍ନ ଫୁଟେ ଲ୍କ କାଲି, ଆଜି, ଆସଂତାକାଲିର...

ଅଘରୀ ଏ ଆତ୍ମା ପାଇଁ, ଘର କିଆଁ ତୋଳୁଚ ବାଲିର ??

 

ଚିତ୍ରିଣୀ

 

ତୁମେ ନୁହଁ ରାତିଅଧେ ବାଂଶୋରିର ରାଧା ରାଧା ରାଣ

କୁହୁଡ଼ି କଡ଼ରେ କେଉଁ କେଶବତୀ କୁଆଁରୀ କିଶୋରୀ...

ତୁମେ ନୁହଁ ଅନୁରାଧା ... ଉବୁଟୁବୁ ଜହ୍ନର ଜଣାଣ

ଶାବନା ଯମୁନାଜଳେ ଜୁଡ଼ୁବୁଡ଼ୁ କେଉଁ ସୁନାଗୋରୀ !

 

ତୃଷ୍ଣାର ତଳ୍ପରେ ତୁମେ ଲ୍କ ନୁହଁ କେଉଁ ତନୁର ତରାଟ

ନୀଳନୀଳ ନିଧୁବନେ ନିଦୁଆଳୀ ନହୁଲୀ ନିଆଳୀ...

ନାବକେଳି ନବରଂଗେ ତୁମେ କ'ଣ‌୍‍ ନିଆଶା ନିରାଟ,

ରାଈଟିଏ ନ ହେଉଣୁ, ହେଲା ଯିଏ ଛାଇଟିଏ ଖାଲି ?

 

ଆଜି ବି ସକାଳସବୁ ସଜଳ ତ ତୁମରି ସୁରରେ

ରୂପବତୀ ସଂଜସବୁ ଧୂପଧୂଆଁ ଦେଉଳରେ ଆହା...

ଉଷୁମ‌୍‍ଲୁହରେ ଓଦା ଅଧାକାନି ଉଦୟପୁରରେ

ଉତିଆଣି ଶିଶୁଟିଏ ଉଠିପଡ଼ି, ଡାକେ : ମାଆ,ମାଆ !

 

ହେ ମୀରା, ଆଜି ବି ଏଠି ଲ୍କ ମେଘଲଦା ମାତୃତ୍ୱର ମୁହଁ...

କୃଷ୍ଣ ତୁମ କେଉଁଦିନ କାହ୍ନା ହୋଇ ଲେଉଟିବ କୁହ ??

 

ଶଂଖିନୀ

 

ମକର ମାସରେ ଯଦି ମନସିଜ ମନାସୁଚି ମନ,

ଫଗୁଣଟେ ନ ଫୁକାରୁ ‘ଫଁ’ଟିଏ ଫିକାନାଲିଓଠେ

ଚଇତ୍ର ଚାହୁଚି ଯଦି ଚିତ୍ରିବାକୁ ଚିହ୍ନିତ ଚୁଂବନ

ମାନିବିନି ମାନିନୀ ଗୋ, ମନା ତୁମ ମାନିବିନି ମୋଟେ !

 

ଫେରାର‌୍‍ ହେବି ମୁଁ ପୁଣି ପକ୍ଷିରାଜ ଦକ୍ଷିଣାପବନେ

ଅଂତର୍ଧାନ ହେବି ଆଜି ଆୟତ ସେ ଆକ୍ଷିର ଆକାଶେ

ବାସନାର ବାସ୍ନା ବାରି ବୟସର ବନସଁତିବନେ

ଆଦରିବି ଅପଖ୍ୟାତି ଅବଶିଷ୍ଟ ଆୟୁଷ ସକାଶେ !

 

ମୁମୂଷୁର୍ ମୁଁ ମେଷମାସେ ମନାସଇ ମୌନମାନଭଂଗ

ସଂଜର ଶ୍ରାବଣ ସମ ସ୍ରବିଆସୁ ସୁଦୀର୍ଘକବରୀ...

ରତି ତୁମ ରଂଗ ଦେଉ, ଅଂଗ ଆଜି ଆଶଇ ଆସଂଗ

ଦିନାଂତର ଦିଗଂତରେ ଦୃଶ୍ୟ ହୁଅ ଲ୍କ ଦିବ୍ୟ ଦିଗଂବରୀ !

 

ଶଂଖିନୀ ହୁଅ ମ ସଖି ! ସର୍ବାଂଗିନୀ ସଂଗିନୀସଂକାଶ

ମୃଦୁ ମୃଦୁ ମୃଗୟାରେ ଲ୍କ ମୃଗମନେ ମୃଗୁଣୀମନାସ।ା

 

ହସ୍ତିନୀ

 

ମୟୂରବନରେ ମାତେ ମଦଗଂଧା ମତ୍ତମାତଂଗିନୀ

ନିଘାର୍ତ ଏ ନିଦାଘରେ ନିଧୁବନ ନିର୍ମମ ନିଶ୍ଚୟ

ନଟୀର ନୂପୁର ନୁହେଁ, କଂପିଉଠେ କଟୀର କିଂକିଣି

ହିମ ହୁଏ ହସସବୁ । ହିମାଦ୍ରିରେ ହଜିଯାଏ ହୟ !

 

ଅଂଗୋତ୍ରୀର ଅଂଗାରରେ ଗଂଗୋତ୍ରୀର ଗୋଳିପାଣିଗାର

ଗଡ଼ିଯାଏ ଗଡ଼ିଆକୁ ଦିନଦିନ ଦହର ଦହନୁ

ଜାଂତବ ଏ ଜୁଆରକୁ ଜଣାଏଁ ମୁଁ ଜବର ଜୁହାର

ତୃଷ୍ଣାର ତର୍ପଣ ପରେ, ତଥାପି ତ ତୁଷ୍ଟ ନୁହେଁ ତନୁ !

 

ମନେରଖ ମର୍ଦରାଜ, ଶୁଣ ଶୁଣ ସମର୍ଥ ସାମଂତ,

ଶଶକ, ଶାରଂଗ ଶୁଣ ଲ୍କ ଶୁଣ ସର୍ବେ ବୃଷଭ, ବୃଷଳ

ହସ୍ତିନୀର ହାହୁତାଶ ହଜାଇଛି ହଜାରେ ହେମଂତ

ସାରିଛି ବି ଲକ୍ଷେ ଶୀତ ... ବକେୟା ତା' ବସଂତ କେବଳ !

 

ହେ ନାରୀ, ହସ୍ତିନୀ ହୋଇ ହ୍ରଦରେ ବି ଜଳକେଳି କର

ନ କର କଶ୍ଚିତ‌୍‍କାଂତ - କି କାମ୍ୟକୁ କିଂତୁଇ କିଂକର!

 

ମୋହିନୀ

 

ପଦ୍ମ ଏକ ପୁଷଁ କିଂତୁ ଲ୍କ ନାରୀ ନୁହେଁ ପୁଷଁିତା ପଦ୍ମିନୀ

ନାରୀ ନାମେ ପାରିଦିଅ କିଏ ତୁମେ ଲ୍କ ଏ ବାର-ବଜାର ?

ସ୍ତୂପ ସ୍ତୂପ ସ୍ଥାପତ୍ୟରେ ରୂପ-ତୃଷ୍ଣା-ବେଦନା ବଂଦିନୀ...

କ୍ଷୁଧାର ଏ କ୍ଷେତ୍ରରେ କି ସୁଧା:ସୁରା ସେବା ସର୍ବସାର ?

 

ମାନୁଚି ମୁଁ ମୋହିନୀ ମୋ ମନ ମହାମୁଦ୍ରାରେ ମୋହିତ

ପରଷିଚ ପାନପାତ୍ରେ କେବେ କେବେ କାମନାଦ୍ର୍ର କାୟା ଲ୍କ

ପଦ୍ମଗଂଧା ପଦ୍ମିନୀ ଓ ମୀନଗଂଧା ଚିତ୍ରିଣୀ ସହିତ

କ୍ଷାରଗଂଧା ଶଂଖିନୀ ଓ ମଦଗଂଧା ହସ୍ତିନୀର ମାୟା !

 

ମାଗୁଚି ଏ ମଧ୍ୟରାତ୍ର ମଧ୍ୟମାର ମଦନ-ମଦିରା

ତରୁଣୀ ତନୁର ତୀରେ ତରିବର ତଲାସୁଚି ତ୍ରାଣ...

ନାଲିମିରିଗର କାନ କେଉଁଦିନୁ ହେଲାଣି ବଧିରା

ପ୍ରଶ୍ନରେ ପ୍ରକ୍ଷିପ୍ତ ପ୍ରମା । ପ୍ରମାଦରେ, ପ୍ରମଥିତ ପ୍ରାଣ !

 

ହେ ନାରୀ, ନ ହୁଅ ଆଉ ଲ୍କ ମାୟାବନେ ମୃତ୍ୟୁର ମୃଗୁଣୀ

ପ୍ରେମ ତୁମ ନପାଲଟୁ ପୁରୁଷର ପରାଭବ ପୁଣି।ା

 

ପରକୀୟା

 

ଫେରିଗଲା ଫେରିବାଲା ଫୁଲ ଫିଂଗି ଫଗୁଣପିଠିରେ

ଗେରୁଆଗଳିରୁ କେଉଁ ଅପହୁଂଚ ଅରୁଆଗାଆଁକୁ...

ଆଡ଼ ହେଲା ଅନାମିକା ଇତି ଚିତ୍ରି ଚଇତି-ଚିଠିରେ

ନ ଝୁରେ ନିଦୋଈ ନଈ ନାରଖାର ନାଉରି ନାଆଁକୁ !

 

ଦାବି ଅବା ଥିଲା କ'ଣ‌୍‍ ଦରିଆଠୁ ଦରଦ ବ୍ୟତୀତ ?

ଅଥଚ ଭାଂଗିଲା ଏଠି ବାଲିଘର ଲ୍କ ତୁମ ହାତଗଢ଼ା...

ଦିନେ ତୁମ ଚାରିପଟେ ଉଭା ଥିଲା ଉଷୁମ‌୍‍ ଅତୀତ

ଚାହିଦା ତା' ଥିଲା କ'ଣ‌୍‍ ଲ୍କ ଚମତ୍କାର ଚୁମାଟିଏ ଛଡ଼ା ?

 

ହେ ଅତୀତା, ଆସନାଇଁ ଅତିକ୍ରାଂତ ଆୟତନେ ଆଉ

ହେ ଅତସୀ, ଅନାଅନି ଅଧାକଟା ଉପରଡାଳକୁ

ହେ ବ୍ୟଥିତା, ବାଟ ଭାଂଗି ବାହୁଡ଼ ଗୋ ବେଳ ଥାଉ ଥାଉ

ହେ ବୟସୀ, ପୁଚ୍ଛନାଇଁ ପତ୍ତା ପୁଣି ବଇଁଶୀଆଳକୁ !

 

ଫିକାଫିକା ପାଦଟୀକା । ସ୍ମୃତିସବୁ ସମୟର ଛାଇ

ପ୍ରୀତିସବୁ ପରକୀୟା ... ରାତିସବୁ ଋତୁମତୀ ରାଈ।ା

 

ନାୟିକା

 

ବୋଧହୁଏ ବର୍ଷା ଆଜି ଗୋଡ଼ ବେଶ‌୍‍ କଚାଡ଼ିକଚାଡ଼ି

ଆକ୍ତାମାକ୍ତା ଆକାଶରେ ବାହୁ ପିଟି ବାହୁନିଚି ଖୁବ‌୍‍...

ବୋଧହୁଏ ସଂଜ ଆଜି ବଦଳାଇ ସୂର୍ଯାସ୍ତର ଶାଢ଼ି

ଯାଇଚି ଫେରାର‌୍‍ ହୋଇ, ଦୁନିଆକୁ ବନାଇ ବେକୁବ‌୍‍ !

 

ବୋଧହୁଏ ରାତି ତୁମ ଏସବୁର ପାଇନାଇଁ ଟେର‌୍‍

ଟୁନାଇଟ୍‌:ଗୁ'ନାଇଟ୍‌। ରାଜି ଆଜି ରାଣୀମହୁମାଛି

ତୁମର ଏ ରାତି ପାଇଁ ଖୋସାଖୋଲା ଖସଡ଼ା ତ ଢେର‌୍‍

ସିସେମ‌୍‍ଖୋଲ‌୍‍ର ସ୍ୱପ୍ନ ଲ୍କ ବେଳ ହେଲେ ଦେଖୁଥିବ ବାଛି !

 

ରାତିଠାରୁ ଭଲ ଲାଗେ ଅଂଧାରଟା ତୁମକୁ ଅଧିକା

ଲାଜଠାରୁ ସାଜସବୁ ବୋଧହୁଏ ଭଲଲାଗେ ଭାରି...

ସେଥିପାଇଁ ସବୁଦିନେ - ନାଆ ତୁମେ ନାଆଁକୁ ନାୟିକା,

ପ୍ରଚୁର ପ୍ରସ୍ତାବସିଂଧୁ ପଲକରେ ହୋଇପାର ପାରି !

 

ବୁଂଦିଏ ଲୁହରେ ତୁମେ ଲକ୍ଷେ ଲୀଳାକମଳ ଭିଜାଅ

ପୁରୁଷେ ପାଣିରେ ପୁଣି ପଦ୍ମ ପରି ଘୁଂଚିଘୁଂଚିଯାଅ।ା

 

ଦୂତିକା

 

ନ ବାସୁ ଏ ନାଗପୁଷଁ, ନ ଆସୁ ଏ ବାଲୁବଂତେ ଢେଉ

ବିରତିର ବିରକ୍ତିରେ ବିତୁ ବର୍ଷା-ବସଂତ-ବୈଶାଖ...

ଘରବୁଡ଼ା ପୀରତିରେ ଦୂତିକାଟା ପର ପଛେ ହେଉ

"ଆହା' କହି କେହି ତାକୁ ଲ୍କ ନ ନିଅଂତୁ ବାହାବେଦୀ ପାଖ !

 

ନ ଲୋଡ଼ଂତୁ କେହି ତାକୁ ଭୋଜିଭାତେ । ପାଖ ପଂଗତରେ

ସଂଗାତୁଣୀ କହି ତାକୁ ସଉତୁଣୀ ନ ଭାବୁ ନାୟିକା...

ସଂଗମର ଜଂଗମରେ ନ ଥାଉ ସେ । ଥାଉ ସଂଗତରେ

ଫେରୁଥାଉ ଏକାଏକା ... ମୁହଁ ପଛେ ପଡ଼ିଥାଉ ଫିକା !

 

ନ ଡାକଂତୁ କେହି ତାକୁ ମଉଜର ମଉଜାକୁ ଦିନେ

ନ ମହକୁ ମଲ୍ଲୀଫୁଲ ମୌନାହତ ମନର ମାଳଂଚେ...

ଶ୍ରୀମାନ‌୍‍ କି ଶ୍ରୀମତୀଂକୁ ସିଏ ଭଲା କାହାକୁ ନ ଚିହ୍ନେ,

ଦେହର ଦୁର୍ମଦ ଦ୍ୟୁତେ ନ ହେଉ ସେ ପଶାକାଠି ପଛେ !

 

ଚୁପିଚୁପି ହସେ କିଂତୁ, ଅକସ୍ମାତ‌୍‍ ମନେପଡେ଼ ଯଦି

ପିଆସୀ ନାୟକ ତାକୁ ଲ୍କ କେବେ ଦିନେ ମଣିଥିଲା ନଦୀ।ା

 

ସହଜସୁଂଦରୀ

 

କୁଂଚମେଘ କାନିରେ କି ମୁହଁ ପୋଛେ ଉଂଚପରବତ ?

ଅପହୁଂଚ ଅଗିଲାରେ ଅଛି ଅବା କୁହୁକ-କୁଡ଼ିଆ...

କଂଚନମାଳରେ ତୁମ ମହକାଇ ଘଂଚ ଏ ବନସ୍ତ

ଘୁଂଚିଆସ ପାଖକୁ ମୋ' ଲ୍କ କିଏ ତୁମେ କାଉଁରୀ କନିଆ ?

 

ଜୁଆଂଗଗଡ଼ର ଜେମା ! ଶରବଣେ ସରିନି ସୁଆଂଗ

କିରାତର କୂଟନଟ : କରୁଣ ଏ କଳିଂଗକୁମର

ନଈପଂତାରକୁ ପୁଚ୍ଛେ ନାଚୁନାଚୁ ନାଗୁଣୀକୁ ନାଗ :

କଷିଫୁଲ ଫୁଟାଇଚି କାହାପାଇଁ, କାଆତରୁବର!

 

କେଉଁଠି ଡାକୁଚ ଡୋଂବୀ ? ହୋ’ ହାଟେ ? ଗଦବା ଗହଣେ ?

ସାଂତାଳର ସରହଦେ ? ଗଂଡ-ଗଂଜେ ? ମୁଂଡାର ମୁକାମେ ?

କେଉଁଠି କୁରେଇଁ ତୁମେ ? କଂଧମାଳେ ? କୋହ୍ଲର କାନନେ ?

ଫୁଟିଚ କି ପୁଷଁବତୀ ପାରିଜାତ ... ଗଂଧର୍ବର ଗ୍ରାମେ ?

 

ଶରାହତ ଶବର ମୁଁ । ଶିହରୁଚି ଶରଧା ସୁମରି

ଏ ଦେହର ଦହଗଂଜ ଲ୍କ ସହ୍ୟ ନୁହେଁ ସହଜସୁଂଦରୀ।ା

 

ଏକସ୍ତନା

 

ଏ ସହରେ ସ୍ୱପ୍ନ ସରେ । ସଂଜ ହୁଏ ସକାଳୁ ଆରଂଭ

ନିଭାଇ ସବୁଜ ବତି, ରାତି ଆସେ ଲ୍କ କଳାବୁଖାର୍ ପିଂଧି...

ଗୋଲାକାର ଜହ୍ନ ଗାଏ ଏକସ୍ତନା ରମଣୀର ସ୍ତବ

ପ୍ରେମ ପୁଣି ପ୍ରେତ ହୁଏ । ହୁଏ ଲାଲ‌୍‍ ଲ୍କ ତୁମ ନୀଳବିଂଦି !

 

ଏ ସହରେ ଏକଜୁଟ : ଧର୍ମ-ଅର୍ଥ-କାମ ଏବଂ ମୋକ୍ଷ

ଚାକିରି/ବେକାରି ସହ ଶୁଭଲାଭ ବେପାରବଣିଜ...

ମହୁ ମିଳେ । ମଦ ମିଳେ । ପଂଚପ୍ରାପ୍ତି ପ୍ରତ୍ୟକ୍ଷ ପରୋକ୍ଷ

ମୁଁ ଖଂଜେ ଖେଦାରେ ଖାଲି ଖଂଡେଖଂଡେ ଖେଦର ଖଣିଜ!

 

ଏ ସହରେ ପତ୍ନୀମାନେ ସତୀ ଏବଂ ସ୍ୱାମୀମାନେ ସତ‌୍‍

ସେମାନଂକ ସ୍ତୁତି ପ୍ରତି, କିଏ କହେ ବିଧାତା ବଧିର ?

ଶୁଣାଇବା ପାଇଁ ତାଂକୁ ତୋଷାମଦି ନନାଂକ ମାର୍ଫତ‌୍‍

ଅନେକ ମସିହା ଆଗୁ ଲ୍କ ଅଛି ଏଠି ଅନେକ ମଂଦିର !

 

ଅନେକ ମଂଦିର ଥିବା ଏ ସହରେ, ଅଛି ଏକ ପାପୀ...

ମଂଗଳ ତା' ମନାସନି... କାଂଦନି ବି, ଓଠ ଚାପିଚାପି।ା

 

ଏବଂ ଏକସ୍ତନା

 

ଏ ନଗ୍ରେ ଟଗର କାଇଁ ? କଥା ସରେ । ଫୁଲଗଛ ମରେ

ଧୂଳିର ଏ ଧାରଣାରେ ଧର୍ମ ଏବଂ ଧର୍ଷଣ ଏକତ୍ର...

ଅବଶ୍ୟ ଅକ୍ଷତଦୂର୍ବା ଉପଲବ୍ଧ ଉତ୍ତରପର୍ବରେ

ଲକ୍ଷେ ଘିଅଦୀପ ଜଳେ । ଚଢ଼ା ହୁଏ, ଲକ୍ଷେ ବେଲପତ୍ର !

 

ଏ ନଗ୍ରେ ମଗର ତୁଲେ ମର୍କଟର ଅଭିନବ ମୈତ୍ରୀ

ବିଡ଼ାନାସୀ ବାଲିରେ ବି ବାଇମୁଂଡି ବନାଏ ବାଘୁଣୀ...

ଏ ଯକ୍ଷକେଶରୀଯୂଥ ଜମକାଂତି ଜାଲିନୋଟ୍‌ଜୈତ୍ରୀ

ଏକପତ୍ନୀ ବ୍ରତ ପାଳି ପତିମାନେ ପର୍ମେଶ୍ୱର ପୁଣି !

 

ଏ ନଗ୍ରେ ନଂଦିକାମାନେ ଚୌଦର୍ପିଣୀ ଚଂଡୀଠାକୁରାଣୀ

ମଂଡି ହୋଇ ମଲ୍ଲୀମାଳ ଶ୍ୟାମମାନେ ମାତଂତି ସଂଧ୍ୟାରେ

ବାଉନ ବଜାର ବୁଲି, ବସ୍ତିବସ୍ତି ଲ୍କ ଡାକେ ଡାକୁରାଣୀ

ଏ ନଗ୍ରେ ଆସନା ତୁମେ, ଆଜି ଆଉ ଅଧୁରା ଅଂଧାରେ !

 

ଏବଂବିଧ ଏ ନଗ୍ରରେ ନାୟକକୁ ନୀଳୋପିଳ ମନା...

ଏଠି ଏବେ ଏକରାତ୍ରି : ଏକଶ୍ଚଂଦ୍ରା ଲ୍କ ଏବଂ ଏକସ୍ତନା।ା

 

ନଟୀ

 

ଆଜି ବି ମଦିରା ତୁମ ମଦିନାକୁ କରିପାରେ ମନା

ଜାଳିପାରେ ଜଲ‌୍‍ସାଟା ନୀଳରକ୍ତେ ଲାଲେଲାଲ‌୍‍ ନିଆଁ

ଆଜି ବି ତନୁର ତାଳ ତୋଳିପାରେ ତମାମ‌୍‍ ତମନ୍ନା

କଟାକ୍ଷର କରାମତି କରିପାରେ - କି କଳା-କିମିଆଁ !

 

ଘୁମରୁ ଘୁଂଗୁର ଉଠି ଘୂର୍ଣିଝଡ଼ ଆଣିପାରେ ଡାକି

ଯୋଡ଼ିପାରେ ଯୌବନକୁ ଜଳପରୀ ଜଳଂତାଡେଣାରେ

ନଚେତ‌୍‍ ନଚାଇପାରେ ନବାବ‌୍‍କୁ ନାଜବାବ‌୍‍ ଆକ୍ଷି

ରାଣୀମହୁମାଛି ତୁମେ ... ଫୁଲଫୁଟା ଫଗୁଣ ଫେଣାରେ !

 

ବୁକୁର ବତାସେ ତୁମ ବୁନିଆଦି ବରଡ଼ାପତର

ନିମିଷକେ ନିଜାମତ‌୍‍ କରିପାରେ ନିଜକୁ ନିଲାମ‌୍‍

ତୁମକୁ ତଲାସ୍‌ କରେ ଦରଭଂଗା ଦରବାରୀ ସ୍ୱର

ସାମ୍ରାଜ୍ୟର ସଂଜ ତୁମ ସମୟକୁ ସମର୍ପେ ସଲାମ‌୍‍ !

 

ହେ ନଟୀ, ନୂପୁର ତୁମ ଲ୍କ ନିଜେ କିଂତୁ ନେଇଚି ନିସ୍ତାର...

କାଲିର ସେ କବରରେ ଆଜି ଖାଲି ବାଲିର ବିସ୍ତାର ।ା

 

ବାଈ

 

ଆଜି ମଧ୍ୟ, ଏ ଗଳିରେ ଲ୍କ କଢ଼ି ଫୁଟେ କଦବା କେମିତି

ସରାବୀର ଶାଇରୀରେ କାହା ସ୍ମୃତି କାନେ ଯାଏ ଶୁଭି ?

ଆଜି ମଧ୍ୟ ଅଳଂଧୁରେ ଅଳଂକୃତ ଅତୀତର ଇତି

ତବଲାର ତାଳେତାଳେ ଘଂୁଗୁରକୁ ଡାକ ଦିଏ ଡୁବି !

 

ଆଉ କିଂତୁ ଭାନୁବାଈ ଗୁଡ଼ାଏନି ଗଭାରେ ଗଜରା

ଯଦିଚ ପାଂଡୁରମୁହେଁ ଆଜି ମଧ୍ୟ ପାଉଡର‌୍‍ ବୋଳେ...

ଅଜର ଏ ଅଂଧାରରେ ତାତିତାତି ତରଳୁଚି ତରା

ପ୍ରେମଜ ସେ ପ୍ରତିହିଂସା ପବନରେ ପ୍ରତିଧ୍ୱନି ତୋଳେ!

 

ଭୁଲିଯାଏ ଭାନୁବାଈ କେତେ ହେଲା ବୟସ ନିଜର

ଚାରିକୋଡ଼ି ? ପାଂଚକୋଡ଼ି ? କିଛି ବି ତ ମନେପଡ଼ୁନାଇଁ

ମନେଅଛି ଖାଲି ଗୋଟେ ଗଜଲ‌୍‍ର ମୁଲାଏମ‌୍‍ ସ୍ୱର

ଯାହା ଶୁଣି "ଭାନୁମତୀ' ଘର ଛାଡ଼ି, - ହେଲା ଭାନୁବାଈ !

 

ହେ ବାଈ, ବୁଝିନା ବୋଧେ ଲ୍କ କେବେ ହେଲ, ବାସିଫୁଲ ତୁମେ

ଆଜି ବି ଚେନାଏ ଚଂଦ୍ର ଅଧା ଉଇଁ ଚଂଦ୍ରଶାଳା ଚୁମେ।ା

 

କବ୍ୟକୁମାରୀ

 

ଆକ୍ଷିରେ ଅଂଜନ ଆଉ କାନକଡେ଼ ଝୁଂପି ଝୁମୁଝୁମୁ

ନିଖୁଣ ବି ନାକଗୁଣା । ଠିକ୍‌ଠାକ୍‌ ଠଣଠଉଁ ଠାଣି

ନଖଠଉଁ ଶିଖଯାଏଁ କଳୁଥିବି ଲ୍କ କେତେ କାହାକୁ ମୁଁ

ଗୋଟିଚାଉଳରେ ଗଢ଼ା ଲ୍କ କାୟାର କି କରଲେଉଟାଣି !

 

ତୁମକୁ ହୁଏନି ଯକ୍ଷ୍ମା । କର୍କଟ ବା ଦୁରାରୋଗ୍ୟ ବ୍ୟାଧି

ଦିବ୍ୟ ଏତେ ଦିଶୁଚ ଯେ - ତୁମ ଆଗେ ଲ୍କ ଛି' ସବୁ ଛବି

ଇତିମେଧ୍ୟ ବିତିଲାଣି ଦିତିନି କି ଚାରିଟି ଶତାବ୍ଦୀ

ଅଥଚ ଉମର ତୁମ ବଢ଼ିନାଇଁ ଗୋଟାଏ ଇଂଚ ବି !

 

ତୁମେ ତ ହୋଇନ ଛିଡ଼ା ନିର୍ବାଚନେ ଭୋଟ୍‌ ନେବା ପାଇଁ

ନାୟିକାର ନ୍ୟାୟ ଲୋଡ଼ ତନୁ ତୁଲେ ଅତନୁକୁ ଧରି...

ନାଆଁ ତୁମ, ଏ ଭିଡ଼ରେ ଲ୍କ ମନେ ମୋଟେ ପାରୁନି ପକାଇ

ପରିମଳା ? ପଦ୍ମାବତୀ ? ଶଶିସେଣା ? ସର୍ବାଂଗସୁଂଦରୀ ?

 

ହଉ ହେଲା, ହାରାବତୀ ! ହସୁହସୁ ହଜିଗଲ କିଆଁ ?

କାମ କି ଦେଲାନି କିଛି କାଂଦକାଂଦ କାବ୍ୟର କିମିଆଁ ??

 

ଚଂଦ୍ରକାଣୀ

 

ଚିତା ମୁଁ କୁଟିଚି ମୋର ଡାହିମାର୍କା ଡେବିରିହାତରେ

ମୋ ଗେରସ୍ତ ଚଂଦରାର ଲ୍କ ମୁଁ ମାତ୍ରକ ଚତୁର୍ଥ ଭାରିଜା

ମାନମହତ ମୋ ସବୁ, ଯାଉ ଆଜି ଚୁଲିକି ସତରେ

ମାନେନି ମୁଁ ଇଂଦ୍ରଚଂଦ୍ର ... ନାଇଁ ମୋର ମୁହଁ-ମୁଲାଇଜା !

 

ବଢ଼ିଲାଝିଅଟେ ଦିନେ ବାପଘରୁ ଚଂପଟ ମାରି ମୁଁ

ରାତାରାତି ରଂଗ ହେଇ, ଯୋଡ଼ି ହେଲି ଚଂଦରା ସାଥିରେ

ସାତଶାଳବନସ୍ତର ସୁନାନାକୀ ସୁଂଦରୀ ଶାରୀ ମୁଁ

ଦାରୀର ଦୁର୍ନାମ ସହେ । ନାଆଁ ନାଇଁ ଲ୍କ ଏ ନାରୀଜାତିରେ !

 

ମୁଂଡକୁ ତଇଳ ନୁହଁ ... ମାଗୁଚି ମୁଁ ତୁଂଡକୁ ତୋରାଣି

କନାଖଂଡିକରେ ସିନା ସାଇତିଚି ସତୀତ୍ୱ ସରାଗେ

ପଡ଼ିଚି ପୁରୁଣାଗଂଠି କେବଠଉଁ କାନିରେ କେଜାଣି...

କହିବି ଅସଲ କଥା ? ଗୁମର ବା କହିବି କା'ଆଗେ ?

 

ରାଣୀହଂସପୁରେ ଯଦି, ନପାଉଚ ନକଲିରାଣୀକି

ଚଂଦ୍ରବଂଧନୀରେ କିଆଁ ଚାହୁଁଚ ଏ ଚଂଦରକାଣୀକି ??

 

॥ ପାତାଳପର୍ବ ॥

ଦାନବୀସୂକ୍ତ

ଶବରୀ

ଭୈରବୀ

ଅତୀତା

ସ୍ମୃତି

ମୃଣ୍ମୟୀ

ପ୍ରତିମା

ପ୍ରସ୍ତରୀ

ପ୍ରେମାସଁଦା

୧୦

ପ୍ରିୟତମା

୧୧

ନାରୀ

୧୨

ପୁଷ୍ପବତୀ

୧୩

କେଶବତୀ

 

ଦାନବୀସୂକ୍ତ

 

ଏକ ଅଂଗୁଳିରେ ଗଣା ଅଳ୍ପକିଛି ଅକ୍ଷର ଅଥଚ

ଏତିକିରେ ଉବାଚ୍ୟ କି ଆକାଶଟା ଦିଆଂଗୁଳ ଅଛି ?

ସବୁ ହସ ମିଶି କଣ‌୍‍ ହୁଏ ଏକ ସ୍ମିତ ସମକଚ୍ଛ ?

ଏ କେଇଟି ଶବ୍ଦ ନେଇ - କି ସୂକ୍ତ ମୁଁ ପାରେ ଅବା ରଚି ?

 

ତୁମେ ନୁହଁ ସାଗରିକା ସାତସ୍ୱର୍ଗେ ସାଜୁଚ ସିଂହାର

ତୁମେ ନୁହଁ ନାଗରିକା : ଦ୍ୱିଧାହତା ଦ୍ୱିଗୋଲାର୍ଧେଶ୍ୱରୀ

ବଗୁଲିବାହୁଡାବେଳୁଁ ତୁମର ତ ବନସ୍ତ-ବିହାର

ଦେବୀମାନବୀର ଦ୍ୱାର ଦୁଷ୍ପ୍ରବେଶ୍ୟ ଦୁର୍ଗଦ୍ୱାର ପରି ।

 

ପ୍ରତି ମାନବୀର ପତି : ତୁମ ପ୍ରିୟପୁରୁଷ ପରଂତୁ

ଦାନବୀ-ଦୃଷ୍ଟିରେ ମାନ ମାନବକୁ : କି ଦିବ୍ୟସୁଂଦର

ବାମଦେବ ବିଗଳଂତୁ, କାମଦେବ କରୁଣା କରଂତୁ

ହୃଦରେ ହିଲ୍ଲୋଳିଉଠେ ହେଜହୁଡ଼ା ହଜାରେ ହୁଂଦର ।

 

ଦେବୀର କଜ୍ଜ୍ୱଳ କିଂବା ମାନବୀର ସିଂଦୂରଠୁ ବଳି

ଅୟି ସାମରିକା, ତବ ଶୌର୍ଯଶୋଭା - ସ୍ପଷ୍ଟ ଉଠୁ ଝଳି ।

 

ଶବରୀ

 

ଏପରି ସେପରି ନୁହେଁ, ଏପରି କି - ନୁହେଁ ଅତୀଂଦ୍ରିୟା।

ଅନୂଢ଼ା ସେ ଅଦ୍ୱିତୀୟା - ଅନୁମିତା ଅଂଗରୁ ବଂଗ ନା

କଳିଂଗରୁ କଂଗୋଦକ? ଆରବରୁ ଆଲେକ୍‌ଜାଂଡ୍ରିଆ?

ସେପରି ସ୍ୱପ୍ନ ବା କାହିଁ ଅର୍ଜିବାକୁ ଏପରି ଅଂଗନା??

 

ଏପରି ସେପରି ନୁହେଁ, ଏପରି କି - ନୁହେଁ ଅଧୀଶ୍ୱରୀ।

ଅର୍ଧକିରୀଟର ଭାରେ ଅନୁକ୍ଷଣ ଅଧୋବଦନା ସେ...

ଜରୁରତ‌୍‍ ନୁହେଁ ଜାଣ ଜଣକୁ ବି ଜମା ଜାଦୁକରୀ

ମଣିଷକୁ ମୋହିନେଇ ମେଷ କରେ, ମରଦ ମନାସେ!

 

ଏପରି ସେପରି ନୁହେଁ, ଏପରି କି - ନୁହେଁ ସେ ପରୀ, ଛିଃ!

ଛପରଘରେ ତା ଡେଣା ଛଟପଟ। ନିଆଁ ପାଇଁ ଡର

ଏଣେ ଯଦି ଅପେକ୍ଷାର ଆକ୍ଷିପାଣି ଆକ୍ଷିରେ ମରିଛି,

ହେ ଉପନାୟିକାମାନେ, ଉପେକ୍ଷାକୁ ଉତ‌୍‍ପ୍ରେକ୍ଷା ହିଁ କର!

 

ଏପରି ସେପରି ନୁହେଁ, ଏପରି କି - ଅଛି କୌ ଅପ୍ସରୀ?

ସଂସାର ସକାଶେ ସାର : ଶରଠାରୁ ଶାଣିତ ଶବରୀ।ା

 

ଭୈରବୀ

 

ସୁବାସିତ ସ୍ୱର୍ଗଲୋକେ ସୁମଧୁର ସଂଜୀବନୀ ସୁଧା ଲ୍କ

ଥାଇପାରେ, ନାଇଁ କିଂତୁ ଲ୍କ ତିଳେମାତ୍ର ତୃଷ୍ଣା ମୋ ତହିଁରେ

ଜହ୍ନର ଜହର ପିଇ, ଜନ୍ମେଜନ୍ମେ ଲ୍କ ହେ ପ୍ରିୟ ବସୁଧା,

ବରଂ ଭଲ ଲ୍କ ମରଣ ମୁଁ ବରୁଥିବି, ତୁମରି କଇଁରେ !

 

ପାତାଳପଦ୍ମର ପାଶେ ପାତୁଥିବି ପିଆସୀ ମୋ ପ୍ରାଣ

ପାପଟିଏ କରିବାକୁ କୋଟିପୁଣ୍ୟ କରିବି ଉତ୍ସର୍ଗ

ନିଦ ଯିବି ନୀଳସ୍ୱପ୍ନେ ନଲୋଡେ଼ ମୁଁ ନିର୍ବାତ ନିର୍ବାଣ

ନଶ୍ୱରୀ ପ୍ରେମିକା ପାଇଁ ଉପେକ୍ଷିବି ଅପ୍ସରୀର ଅର୍ଘ୍ୟ !

 

ଦାବି ମୋର ନାଇଁ ମୋଟେ ଦିବ୍ୟ କେଉଁ ଦେବୀଟିଏ ପାଇଁ

ମୋ ନାରୀର କବରୀରେ ମଂଡୁଥିବି ଆରକ୍ତ କରବୀ

ଇଂଦ୍ରିୟର ଇଂଦ୍ରପ୍ରସ୍ଥେ ଈଶ୍ୱରୀ ସେ ନହୋଇଲେ ନାଇଁ,

ଭୟର ଭଉଁରି ଭାଂଗି ଲ୍କ ହେଉ ବରଂ, ମୋ ମୁକ୍ତଭୈରବୀ !

 

ତା ଲାସ୍ୟର ତାଳେତାଳେ ତାଂଡବ ମୁଁ ତୋଳିଯିବି ରୁଦ୍ର

ତା ତୀର୍ଥର ତେରନଈ : ମୋ ତୃଷ୍ଣାର ସପତସମୁଦ୍ର।ା

 

ଅତୀତା

 

ପଦ୍ମିନୀର ପ୍ରତିବିଂବ ପ୍ରତ୍ୟାହୃତ । ପ୍ରତୀତ ପ୍ରବାଦ

ଚିତ୍ରିଣୀର ଚିତ୍ରପଟ ଚିରିଲାଣି ଚଂଦ୍ରାସ୍ତରେ, ଚାହଁ...

ଶଂଖିନୀର ସହରରେ ଶାମୁକାର ଶୋକାର୍ତ ସଂବାଦ

ହସ୍ତିନୀର ହୁଳହୁଳୀ ହଜିଲାଣି ହେମଂତରେ ହାୟ !

 

ଋତୁପର୍ଣା ଋଷିକନ୍ୟା । ରାତି ରଦ୍ଦ ରାଈର ରାଇଜେ

ବେଗମ‌୍‍ବାଡ଼ିରେ ବୁଲେ ବିଗତର ବାଈଜୀଟା ଭୁଆଁ

ନରର ଏ ନରକରେ ନାରୀମାର୍କା ନାଗରୀ ନାଇଁ ଯେ

ଶାରୀର ଶାଇରୀ ଶୁଣି ଶାଳବଣେ ଶୋଉନାଇଁ ଶୁଆ !

 

ନଗରବଧୂର ନିଶା ନିଲଂବିତ ନୂପୁରେ ନୂପୁରେ

ଛୁରୀମରା ଛାଇସବୁ ଛଟପଟ ଛୁରିଅନା-ଛକେ...

ରକ୍ଷିତାର ରାତିସବୁ ରହିଲାଣି ରାଣୀହଂସପୁରେ

ଆହା ସେ ଆଲିଜାମରା ଆଶା ଆଜି ଆହୁରି ଅଟକେ ?

 

ଅନିଂଦିତା, ହେ ଅତୀତା ! ଦିନକାଳ କେଉଁପରି କଟେ ?

ଜଳିଜଳି ଜହ୍ନରାତି ଝୁଲିପଡେ଼ ଝର୍କା ଆରପଟେ।ା

 

ସ୍ମୃତି

 

ହେ ସ୍ମୃତି, ଶୋଇଚ ତୁମେ ଲ୍କ ଶୁନ‌୍‍ଶାନ‌୍‍ ଶରବଣେ କାହିଁ

ମାସ ମାସ ବର୍ଷ ବର୍ଷ ମନସ୍ତାପେ ... ମାନି ମୌନବ୍ରତ...

ଅତୀତ ଆସେନା ଆଉ ବାରହାତୀ ବେଣୀ ଦୋହଲାଇ

ବାଟିବାଟି ବନସ୍ତରେ ବାନପ୍ରସ୍ଥ ବିତାଏ ବସଂତ !

 

ଦ୍ୱାପରର ଦ୍ୱୀପାଂତରେ ଦୀର୍ଘ ଦିଶେ ଦିନାଂତର ଦ୍ୱିଧା

ଦିଗଂତର ଦରିଆରେ ଦେହ ମାଜେ ଦୋଚାରୁଣୀ ସଂଜ

ସଜଳ ସୂର୍ଯାସ୍ତ ସିନା ଶରଶେଯେ ଶୋଇପଡେ଼ ସିଧା

ଦୋଦୋପାଂଚ ଦିନସବୁ ଦଗାଦିଆ ... ଦିଏ ଦହଗଂଜ !

 

ହେ ସ୍ମୃତି, ଶୋଇଚ କେଉଁ ଅମାନିଆ ଆକ୍ଷିର ଅଂଧାରେ,

ଶ୍ରାବଣୀର ସରୁଓଠେ ? ସାବଲୀଳ ସ୍ୱପ୍ନ ସନ୍ନିକଟେ ?

ଋତୁ ତୁମ ରଂଗିଲା କି ରଜୋବତୀ ରଜନୀଗଂଧାରେ ?

କଳିକାର କଳିକାଳ କଳିଛ କି କେମିତିକା କଟେ ??

 

କି ହାଲତ‌୍‍ : ହାଲୋ-ହାଏ? ହଜେ ହାୟ ହସିନାର ହସ...

ଆଦାମ‌୍‍ର ଆତବନେ ଆଜି ମଧ୍ୟ ଅଜସ୍ର ଆତସ।ା

 

ମୃଣମୟୀ

 

ମନେନାଇଁ, ହେ ମୃଣ୍ମୟୀ ! ମିନାକରା ମାର୍ବଲ‌୍‍ର ମୁହଁ...

ମୁଲାୟମ‌୍‍ ଓଠରେ ବା ମୋନାଲିସା ହସ କେବେ ଥିଲା ?

ଅଜଂତାଆକ୍ଷିରେ ଅବା ଅଟକିଚି ଏଲୋରାର ଲୁହ,

କେବେ ପୁଣି ଶାପ୍ୟ ଶୁଣି ସାଜିଲ ଗୋ ସ୍ୱାସ୍ଥ୍ୟବତୀ ଶିଳା ?

 

ଶିଶିରରେ ସକରୁଣ ସଂଜସବୁ ଶାଳଭଂଜିକାର...

ମନେନାଇଁ ମ୍ଳାନ ହେଲା କେବେ ତୁମ ମିନର୍ଭାର ମୂର୍ତି

ତତ୍ତ୍ୱ ତୁମ ତୋଳିଥିଲା କେବେ କେଉଁ ପ୍ରତ୍ନପଂଜିକାର

ତା' କଥା ବି ମନେନାଇଁ ... ବାଲିବଂତେ ବ୍ୟଥାର ବିସ୍ମୃତି !

 

ମହେଂଜୋଦାରୋର ମେଘ ମିଶିଲାଣି ମିଶର‌୍‍-ମାୟାରେ...

ଏକାକିନୀ ଏଥେନା ଗୋ ଏଯାବତ‌୍‍ ଏତେ ମୂକଜ୍ୱାଳା ?

କୋଣାର୍କର କାମନା ଗୋ କାଂଦ କିଆଁ ଚଂଦ୍ରର ଛାୟାରେ ?

ମନେ ତ ରଖେନା ମୋଟେ ମଂଦିରକୁ ମୌନମୁଖଶାଳା !

 

ହେ ମୂର୍ତି, ମାନବୀ ହୁଅ ! ସତ୍ୟ ତୁମ, ସ୍ୱତଃ ହେଉ ସ୍ଫୂର୍ତ...

ମନର ମୂର୍ଛନା ତୋଳ ଲ୍କ ମୂର୍ଛାହତ, ହେ ମୂର୍ତ ମୁହୂର୍ତ !!

 

ପ୍ରତିମା

 

ଆଉ ତୁମ ଅପେକ୍ଷାରେ ନୀଳରାତ୍ରି ନହେଉ ଧୂସର

ତୋଳିବିନି ତାରାଫୁଲ ... ଜଳିଯାଉ ଜହ୍ନର ଜିନିଆ

କହିବି ମୁଁ କେଉଁ କଥା ? ଦେବି କେଉଁ ଗୀତଟିକୁ ସ୍ୱର ?

ଏଥର ଏଇଠି ଏକ ଏକଲାର ଓଠ ହେଇ ସିଆଁ!

 

ସେ ଗୀତ ଗାୟେବ‌୍‍ ଯାହା ଗୁଣୁଗୁଣୁ ଗତଗୋଧୂଳିରେ

କି କଥା ୟେ? କୌ କୁଳୀନା - ଏ ଚୌକରେ ହେବ ଚଂଦ୍ରାବଳୀ?

ଚିରିଦିଅ ଚିଠିପତ୍ର । ଚଇତିକୁ ମୁହାଅଁ ଚୁଲିରେ

ତୁମକୁ ନାୟିକା କରି ନଷ୍ଟ ହେଲା ନୀଳପଦାବଳୀ !

 

ଦରଦର ଦିଆନିଆ : ଦିଦିନିଆ ଦୋସରା ଦୁନିଆ

ଏକଦିନ ଏକାଠି ତ - ଆରଦିନ ଏକାଏକା କଟେ

ସେ ଚାର‌୍‍ମିନାର‌୍‍ଆଡୁ ଛାଇ ଚରେ ମୁନିଆମୁନିଆ

ଦେହର ଏ ଦେଉଳରେ ମନ ପୁଣି ପଥର ପାଲଟେ ?

 

ହେ ନାରୀ, ରୂପରେ ଯଦି ଲ୍କ ପ୍ରାଣହୀନ ପ୍ରତିମାର ପ୍ରାସ,

ଧୂପର ବାସ୍ନାଠୁ ତୁମ ଲ୍କ ବେଶ‌୍‍ ବେଶି ଧୂଆଁ ଆଉ ଧାସ।ା

 

ପ୍ରସ୍ତରୀ

 

ହେ ପ୍ରସ୍ତରୀ, ପାଇଥିଲ କେବେ ଏକ ପ୍ରତିମାର ପୂଜା

ଶୁଣୁଥିଲ ସ୍ତୋତ୍ରାବଳୀ ... ମଂତ୍ରପାଠ ପ୍ରହର ପ୍ରହର

ଅଲୌକିକ ଆସକ୍ତିରେ ଆକ୍ଷିଦୁଇ ଥିଲା ଅଧାବୁଜା...

ମନେନାଇଁ ପଢ଼ିଥିଲି କେବେ ସେଇ ଆକ୍ଷିର ଅକ୍ଷର !

 

ମନେନାଇଁ କଟାକ୍ଷରେ କାରୁକାର୍ଯ ଥିଲା କାହା ପାଇଁ

ମୂର୍ତିମତୀ ମୌନାବତୀ ପିଂଧିଥିଲ ମଂଦିରରେ ମାଳା...

ବାଂଧିଥିଲା ବେଣୀ ତୁମ କେଉଁ ଶିଳ୍ପୀ ? କିଛି ମନେନାଇଁ

ମନେପଡେ଼ ଖାଲି ଗୋଟେ ନିର୍ଯାତିତ ନକ୍ଷତ୍ରର ଜ୍ୱାଳା !

 

ମନେନାଇଁ ରାତି ଥିଲା ଦ୍ୱିତୀୟ କି ତୃତୀୟ ପ୍ରହର?

ଉଇଁଥିଲା ଅଧାଜହ୍ନ - ଆକାଶର ଅସମାପିକାରେ

ପିଇଥିଲା ଶିଳ୍ପୀ ତୁମ ସ୍ୱପ୍ନନୀଳ ସ୍ମୃତିର ଜହର

ସେ ନାହିଁ ଅଥଚ ତୁମେ ଅଛ ଏଇ ଅବବାହିକାରେ।

 

ହେ ପ୍ରସ୍ତରୀ, ଦୟା କରି - ଦିଅ ଆଜି ଅଂତତଃ ଉତ୍ତର

କେଉଁଠି କୁହୁଡ଼ିକୂଳେ ନିଖୋଜ‌୍‍ ସେ ଶିଳ୍ପୀର କବର ??

 

ପ୍ରେମାସ୍ପଦା

 

କାର୍ତିକର କାଂତାରରେ ମଥା କୋଡେ଼ ମାର୍ଗଶିର ମାସ

ମାସମାନ ବର୍ଷ ହୋଇ ବିତୁଥାଏ କେଉଁଠି କେଜାଣି

ବୟସର ବନସ୍ତରେ ବିରହ ମୋ ବରେ ବନବାସ...

ମାତ୍ରକ ମ୍ଳାନ ଏ ଦିନ ଦୁଇଦଂଡ ମାଗୁନି ମେଲାଣି !

 

ପୌଷ ବିତେ । ମାଘ ବିତେ । ବସଂତ ବି ବିତିବ ବରାଂଗୀ,

କୌ ବର୍ଷ ମାନିବ ତୁମେ : ଭୁଲଯାକ - ଥିଲା ଠିକ୍‌ ଠିକ୍‌ ?

ମୋ ଫେରଂତା ଫାଲ‌୍‍ଗୁନର ଫରମାସୀ ଫୁଲଧନୁ ଭାଂଗି

କେବେ ତୁମ ଚୈତ୍ରମାସ ବୁଣିଯିବ, ହସ ଫିକ୍‌ଫିକ୍‌ ?

 

ବିଷଣ୍ଣ ବୈଶାଖ ଫେରେ ବୈରାଗର ବର୍ଣମାଳା ପଢ଼ି

ଜତୁଗୃହେ ଜ୍ୟୈଷ୍ଠ ଜଳେ । ଜହ୍ନିଫୁଲ ଜଳିସାରିବଣି...

କେବକାର କଥା କିଂତୁ କହିଯାଏ କଦଂବର କଢ଼ି

ଆଜିବି ଆଷାଢ଼ ଆସେ । ତୁମେ କିଂତୁ କେଉଁଠି ଶ୍ରାବଣୀ ?

 

ତୁମେ ଯଦି ଆଉଥରେ ଭଲପାଅ, ଭାଂଗି ବ୍ୟର୍ଥଭୟ

ଏ ଭାଦ୍ରବ ଭବ୍ୟ ହେବ ... ଏ ଆଶ୍ୱିନ ଲ୍କ ହେବ ଅର୍ଥମୟ।ା

 

ପ୍ରିୟତମା

 

ଦିନଦିନ ଗଡ଼ିଯାଉ । ତାରିଖ ଓ ବାର ଭୁଲୁ ମନ

ଜଳନା ଗୋ ଜେମାଦେଈ ! କଳନା ଏ ଛଳନାର ଛାଇ

ତୋଳନା ତୋଳନା ତାରା - ତମୋଘନ ଥାଉ ତପୋବନ

ମଳୟମଂଜରୀ ମୋର, ମାଟିକୁଂଡେ ମୁହଁ ପୋତନାଇଁ !

 

ମାସମାସ ମାଟି ହେଉ । ତିଥିତକ ହେଉ ପଛେ ଇତି

ଲବଂଗବନରେ ଲବେ ଲୋଟନି ମୋ ଲବଣିପିତୁଳା,

ଅଂକା ଆକ୍ଷି ଆଗେ ପଛେ ବଂକା ଦିଶୁ ଜହ୍ନର ଜ୍ୟାମିତି

ତ୍ରିପୁରମୋହିନୀ ତୁମେ, ତିଂତାଅନି ତକିଆର ତୂଳା!

 

ବର୍ଷବର୍ଷ ବିତୁ ପଛେ ବରାବର, ବର୍ଣହୀନ ହୋଇ

ଏ କାଳବିକାଳ କଥା କାହାକୁ ବା କହିବି କେମଂତେ?

ବୟସର ବର୍ଷାଋତୁ ବିନତି ମୁଁ କରେଁ, ଦୀନ ହୋଇ

ହେମର ହରିଣୀ ହୋଇ ହଜନା ଏ ହେମାଳ ହେମଂତେ !

 

ହେ ନାରୀ, ତୁମରି ତୁଠେ ଲ୍କ ତୋଳେ ଅବା ନ ତୋଳେ ମୁଁ କଇଁ,

କଳଂକରେ କାଳଜୟୀ ... ବିରହରେ, ମୁଁ ଚିରବିଜୟୀ।ା

 

ନାରୀ

 

ହେ ନାରୀ, ନକ୍ଷତ୍ର ତୁମ ଲ୍କ ନୀଳ କେଉଁ ନେତିର ନୈଋର୍ତେ ?

ନା ପ୍ରିୟା ନା ପାର୍ବତୀୟା ପୁରାଣର ପୁଷ୍ପବାଟିକାରେ?

କି କର୍ମଣ୍ୟା କାଫ୍ରିକନ୍ୟା ଆଫ୍ରିକାର ଆଦିମ ଐଋତେ ?

ଅନୂଢ଼ା ଅଂଗନା ଅବା ଆମେଜନ‌୍‍ ଅବବାହିକାରେ ?

 

ତ୍ରିବେଣୀରେ ତିଳୋତ୍ତମା ? ନା ତୀର୍ଥରେ ତ୍ର୍ଭେଲୋକ୍ୟମୋହିନୀ ?

ବ୍ରତଭ୍ରଷ୍ଟ ଭ୍ରଥଖଂଡେ ଭାଗ୍ୟବତୀ ଗୋବରଗୋଟେଈ ?

ଚଉଷଠିବଂଧୋଦୟେ / ଚଂଦ୍ରୋଦୟେ ଚର୍ଚା କି ହୋଇନି ?

ପକାଅ କା ପକÑାଘରେ ଲକ୍ଷ୍ମୀପାଦ ଛୋଟେଇଛୋଟେଇ ?

 

ଶିକାରୀଆଖିରେ ସ୍ୱର୍ଣମୃଗୁଣୀ ନା ଶୂନ୍ୟଶୃଂଗାରିଣୀ?

ଭିକାରିର ଭଂଗାଥାଳେ ଚଂଦ୍ରଚଂପା ଯାଇଥିଲ ଥୋଇ...

କେବେ ତୁମେ ଆସିଥିଲ ସ୍ୱର୍ଗୋଦ୍ୟାନୁ ଲ୍କ ହେ ସ୍ୱପ୍ନଦାୟିନୀ,

ପୁରୁରବାଃ ପଲଂକରେ ପଲକଟେ ପଡ଼ିଥିଲ ଶୋଇ?

 

ହେ ନାରୀ, ନିୟତି ତୁମ ଲ୍କ ନାତିଦୀର୍ଘ କଜ୍ଜ୍ୱଳର ଗାର...

ଦୁଇବୁଂଦା ଦୁଃଖରେ ବି ଭେଳା ବୁଡେ଼ ଭଲପାଇବାର।ା

 

ପୁଷ୍ପବତୀ

 

ପଛରେ ମୋ ପୁଷଁବତୀ ପୃଥୁଳା ଏ ପୃଥକ୍‌ ପୃଥିବୀ

ଆଉ ତାର ଅପ୍ରମିତ ଦୁଃଖୀଦୂବ ଶିଶିରସଜଳ...

ଆଗରେ ଅପୂର୍ବ ସ୍ୱର୍ଗ, ଯେଉଁଠାରେ ଅପ୍ସରାର ନୀବୀ

ଅପସରେ ଆପେଆପେ ... ସ୍ୱପ୍ନସବୁ ଶୁଭ୍ରଶତଦଳ !

 

ଅତୀତଟା ଅପାଆଂତା । ଅନାଗତ ଅପହଂଚ ଏଠୁ

ମଝିରେ ମୁଁ ମଲାନଈମୁହାଣର ମୁହଁସଂଜଟିଏ...

ପୋଷପୋଷ ଅବଶୋଷ ପିଇଗଲି ଶୋଷ ଭେଟୁଭେଟୁ

ଦୋଷ ମୋର ଏତିକି ଯେ ରହିଗଲି ଏଇଠି ଟିକିଏ !

 

ରହିଗଲି ତୁମ ତୀରେ ତନ୍ମୟ ମୁଁ, ଆଜି ମଧ୍ୟ, ନାରୀ

ଭୁଲ‌୍‍କୁ ପାଇଲି ଭଲ ... ଶରକୁ ବି ଶଯ୍ୟା କଲି ଜାଣ

ମୋ ନିଜର ମଧ୍ୟସ୍ୱର୍ଗ ତୁମ ପାଇଁ କଲି ମୁଁ ତିଆରି

ତୃଣର ତୃଷ୍ଣାରେ ଥାଉ ପୂର୍ଣ ପଛେ ପୀଡ଼ିତ ଏ ପ୍ରାଣ !

 

ହେ ନାରୀ, ତୁମରି ପାଇଁ କଂଟାକୁ ମୁଁ କଲି କଂଠିମାଳ...

ପାପକୁ ବି ଫୁଲ କଲି ... ସଜାଇଲି ସଂଜରେ ସକାଳ।ା

 

କେଶବତୀ

 

ସଂଭବତଃ ସଂଜସବୁ ସୂର୍ଯାସ୍ତର ଶଂକରାଭରଣ

ରାତିସବୁ ରାଗତୋଡ଼ି, ତଥୈବଚ ତାରାମାନଂକର

ଅଥଚ ସକାଳସବୁ ସ୍ୱପ୍ନର ହିଁ ଅଶବ୍ଦୀକରଣ

ମନେହୁଏ, ମୀନାକ୍ଷିରୁ ଲ୍କ ଲୁହ ନୁହେଁ, ଝରୁଚି କାକର !

 

ସଂଭବତଃ ସଂପର୍କ ମୋ ତୁମ ସହ ସମାପ୍ତ ସଂଳାପ

ବିରହୀ ବସଂତ ବିତେ ବିଶେଷତଃ ବିରତି ଭିତରେ

ତୁମେ ଆଉ ଆଂକନାଇଁ ରୁମାଲ‌୍‍ରେ ରଂଗିନ‌୍‍ ଗୋଲାପ

ଗୋଧୂଳିର ଗେଂଡାଳିଆ ଗୋପଗାମୀ ଗାଉଁଲୀ ଗୀତରେ !

 

ସଂଭବତଃ ସ୍ୱୟଂଗତ ସାୟଂତନୀ ସାରାସାୟୋନାରା

ମୌନମ୍ଳାନ ମାସମାନ ଲ୍କ ବର୍ଷ ବର୍ଷ ଲ୍କ ମେଷଠାରୁ ମୀନ

ଅଲ‌୍‍ବିଦା ! ଅଲ‌୍‍ବିଦା ! ଉଦାସ ଏ ଉଦାରାମୁଦାରା

ଏକାଂତବାସରେ ଏବେ କଟିଯାଉ, ଏଇ କେଇଦିନ !

 

କେଶବତୀ କନ୍ୟା ଆଗୋ ! ଏ ଜନ୍ମରେ ଏତେ ଯଦି ଭୟ,

ସାତତାଳ ସ୍ମୃତି ତଳେ ଆଠଖଂଡ ହେଉ ଏ ହୃଦୟ।ା